Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ମୁଣ୍ଡରେ ଗୋଡ ରଖି ଆଶୀର୍ବାଦ ଦେଲେ ବ୍ରାହ୍ମଣ, ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍

10/10/2019 at 2:21 PM

ଟାଙ୍ଗୀ ୧୦।୧୦: ଆଶୀର୍ବାଦ ନା ଗୋଇଠା । ଯେତେ କହିଲେ ବି ଏବେ ବି ରହିଛି ସେହି ବ୍ରାହ୍ମଣବାଦ ଓ ସାମାଜିକ କୁଃସଂସ୍କାର । ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ପଲଟଣ ପଡିଆ ନିକଟରେ ଦଶହରା ଦିନ ଗାଡି ପୂଜାର୍ଚ୍ଚନା କରିବା ପାଇଁ ଲୋକମାନେ ରୁଣ୍ଡ ହୋଇଥିଲେ । ଏହି ଅବସରରେ ଏଠାରେ ପୂଜାର୍ଚ୍ଚନା କରୁଥିବା ବ୍ରାହ୍ମଣ ଜଣଙ୍କ ଲୋକଙ୍କ ମୁଣ୍ଡ ଉପରେ ଗୋଡ ରଖି ଆଶୀର୍ବାଦ କରୁଥିବାର ଭିଡିଓରେ ଦେଖିବାକୁ ମିଳିଛି ।

ସଂପୃକ୍ତ ବ୍ରାହ୍ମଣ ଜଣଙ୍କ ଭିନ୍ନ ଭିନ୍ନ ଷ୍ଟାଇଲରେ ଲୋକମାନଙ୍କୁ ଆଶୀର୍ବାଦ କରୁଥିବାର ଦେଖିବାକୁ ମିଳିଥିଲା । ଲୋକମାନେ ମଧ୍ୟ ବ୍ରାହ୍ମଣଙ୍କ ପାଦ ଛୁଇଁ ପ୍ରଣାମ କରୁଥିଲେ । କେହି ହେଲେ ବି ବିରୋଧ କରୁନଥିଲେ । ସଂପୃକ୍ତ ବ୍ରାହ୍ମଣ ଜଣଙ୍କ ହେଉଛନ୍ତି ରାମଚନ୍ଦ୍ର ସାମନ୍ତରାୟ । ସେ ଏଭଳି ଷ୍ଟାଇଲ୍ ରେ ଆଶୀର୍ବାଦ କରିଥାନ୍ତି ।

   Related Posts