Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉଦଳା : ଖାକି ଉପରେ ଖାକିର ଜୁଲମ୍, ବିଚ୍ ରାସ୍ତାରେ ଏସଆଇଙ୍କୁ ଆକ୍ରମଣ କଲେ ଜେଲ୍ ଓ୍ୱାର୍ଡର
  • ||
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ, ୩୪୩୨ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୫୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଗାଜା ଉପରେ ଇସ୍ରାଏଲର ପୁଣି ରକେଟ୍ ଆକ୍ରମଣ, ଭାଙ୍ଗିଲା ଅସ୍ତ୍ରବିରତି ରାଜିନାମା
  • ||
  • ମର୍ମନ୍ତୁଦ ଦୁର୍ଘଟଣା : ଟ୍ରଲରକୁ ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||

ବ୍ରହ୍ମବିଭ୍ରାଟ ଘଟଣା: ୩ବର୍ଷ ପରେ ଦୋଷ ମାନିଲେ ଜଣେ, ହେଲେ ବାକି ୯ଜଣ ଏବେ ବି ଚୁପ୍

18/01/2019 at 6:46 PM

ପୁରୀ ୧୮|୧: ନବକଳେବର ବ୍ରହ୍ମବିଭ୍ରାଟ ଘଟଣାରେ ନୋଟିସ୍‌ ପାଇଥିବା ୧୦ଜଣ ସେବାୟତଙ୍କ ଭିତରୁ ଜଣେ        ସେବାୟତ ଦୋଷ ସ୍ବିକାର କରିବା ସହ କ୍ଷମା ପ୍ରାର୍ଥନା କରିଛନ୍ତି । ବାକି ୯ଜଣଙ୍କ ସମ୍ପର୍କରେ ତଦନ୍ତ କରିବାର ଦାୟିତ୍ବ ନେଇଛନ୍ତି ଖୋଦ୍‌ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସେହିଭଳି ନୀତି ବିଭ୍ରାଟ ରୋକିବା ପାଇଁ ୩ଟି ପର୍ଯ୍ୟାୟରେ ୨ଜଣ ଲେଖାଏଁ ବରିଷ୍ଠ ସେବାୟତଙ୍କୁ ତଦାରଖ ଦାୟିତ୍ବ ଦେବାକୁ ନିଷ୍ପତି ହୋଇଛି । …..

୩ବର୍ଷ ପରେ ଦୋଷ ମାନିଲେ ଜଣେ । ହେଲେ ବାକି ୯ଜଣ ଏବେ ବି ଚୁପ୍‌ । ୨୦୧୫ ନବକଳେବର ବ୍ରହ୍ମବିଭ୍ରାଟ ଘଟଣାରେ ନୋଟିସି ପାଇଥିବା ୧୦ ସେବାୟତଙ୍କ ଭିତରୁ ଜଣେ ସେବାୟତ ତାଙ୍କର ଦୋଷ ସ୍ବିକାର କରିବା ସହ କ୍ଷମା ପ୍ରାର୍ଥନା କରିଛନ୍ତି । ବାକି ୯ଜଣ ସେବାୟତ କାରଣ ଦର୍ଶାଅ ନୋଟିସର ସନ୍ତୋଷଜନକ ଉତ୍ତର ଦେଇପାରିନଥିବାରୁ ସେମାନଙ୍କ ବିରୋଧରେ ତଦନ୍ତ ହେବ । ଆଉ ଏଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଖୋଦ୍‌ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ।

ସେହିଭଳି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାରମ୍ବାର ନୀତି ବିଭ୍ରାଟକୁ ରୋକିବା ପାଇଁ ୩୬ଜଣଙ୍କୁ ନୋଟିସ ଜାରି ହୋଇଥିବା ବେଳେ ଗଲା ୨୮ ତାରିଖ ଘଟଣା ସମ୍ପର୍କରେ ମଧ୍ୟ ତଥ୍ୟ ମଗାଯାଇଛି । ଆଗକୁ ଯେଭଳି ମହାପ୍ରଭୁଙ୍କ ନୀତିରେ କୌଣସି ବିଶୃଙ୍ଖଳା ନହେବ ସେଥିପାଇଁ ବାଟ ବାହାର କରିଛି ଶ୍ରୀମନ୍ଦିର ପ୍ରଶାସନ । ଏଣିକି ପ୍ରତି ଦିନ ନୀତି ତଦାରଖ ପାଇଁ ୩ଟି ପର୍ଯ୍ୟାୟରେ ୨ଜଣ ଲେଖାଏଁ ବରିଷ୍ଠ ସେବାୟତଙ୍କୁ  ଦାୟିତ୍ବ ଦିଆଯିବ ।

ସେପଟେ ଆଗାମୀ ଫେବୃଆରୀ ୫ରେ ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଥିବା ମାମଲାର ଶୁଣାଣୀ  ହେବ। ଏହାକୁ ନଜରରେ ରଖି ନୂଆ ଆମିକସ୍‌ କ୍ୟୁରୀଙ୍କୁ ସମସ୍ତ ତଥ୍ୟ ଯୋଗାଇଦେବା ସହ ଶ୍ରୀମନ୍ଦିର ମାମଲା ସମ୍ପର୍କରେ ଅବଗତ କରାଯିବ ।

ସେହିଭଳି ଶ୍ରୀମନ୍ଦିରର ସମସ୍ତ ନୀତି, ଯାନିଯାତ୍ରା, ଶ୍ରୀକ୍ଷେତ୍ରର ସଂସ୍କୃତିକୁ ନେଇ ଏକ ମ୍ୟୁଜିୟମ ଓ ଇଣ୍ଟରପ୍ରିଟେସନ ସେଣ୍ଟର ଜଗନ୍ନାଥ ବଲ୍ଲଭ ମଠରେ ପ୍ରତିଷ୍ଠା ହେବ । ଏନେଇ ଦିଲ୍ଲୀର ଏକ ସଂସ୍ଥା ଡିଜାଇନ୍‌ ପ୍ରସ୍ତୁତ କରିଥିବା ବେଳେ ଏହାକୁ ଆଗାମୀ ୨ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବ ।

ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବିଭିନ୍ନ ସେବାୟତ ଓ ନୀତି ସବ୍‌ କମିଟିର ବୈଠକରେ ଏ ସମସ୍ତ ନିଷ୍ପତି ନିଆଯିବା ସହ ଶ୍ରୀମନ୍ଦିର ନୀତିକୁ ଶୃଙ୍ଖଳିତ କରିବାକୁ ସହମତି ପ୍ରକାଶ ପାଇଛି ।

   Related Posts