Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ହଲିଉଡ୍‌ ସୁପରଷ୍ଟାର ବ୍ରାଡ୍‌ ପିଟ୍ଟଙ୍କ ହେଲା Breakup: ୨୭ ବର୍ଷୀୟା ମଡେଲ୍‌ଙ୍କ ସହ କରୁଥିଲେ ଡେଟିଂ

29/10/2020 at 11:05 PM

ନୂଆଦିଲ୍ଲୀ ୨୯/୧୦: ହଲିଉଡ ସୁପରଷ୍ଟାର ବ୍ରାଡ୍‌ ପିଟ୍‌ଙ୍କ ପ୍ରେମ କାହାଣୀରେ ପଡ଼ିଲା ପୂର୍ଣ୍ଣଛେଦ। ବ୍ରାଡ୍‌ ପିଟ୍‌ଙ୍କ ବ୍ରେକ୍ଅପ୍‌ ଖବର ସାମ୍ନାକୁ ଆସିଛି। ନିଜର ଗାର୍ଲଫ୍ରେଣ୍ଡ ୨୭ ବର୍ଷୀୟା ମଡେଲ  ନିକୋଲ୍‌ ପୋଟୁରାଲିସ୍କି ସହ ବ୍ରାଡ୍‌ ବ୍ରେକ୍‌ଅପ୍‌ କରିଥିବା ଜଣାପଡ଼ିଛି। ଏକାଠି ନଜର ଆସିବାର ୩ ମାସ ପରେ ସେମାନଙ୍କ ବିଚ୍ଛେଦ ହୋଇଥିବା ଖବର ମିଳିଛି।

ଅଗଷ୍ଟରେ ୫୬ ବର୍ଷୀୟ ଅଭିନେତା ଓ ୨୭ ବର୍ଷୀୟା ମଡେଲଙ୍କୁ ଡେଟ୍‌ ସମୟରେ ଦେଖିବାକୁ ମିଳିଥିଲା। ସେତେବେଳେ ଏକ ଖବର ମିଳିଥିଲା ଯେ ଏହି ଦୁଇ ସେଲିବ୍ରିଟି ଖୁବଶୀଘ୍ର ଅଲଗା ହୋଇପାରନ୍ତି। କିନ୍ତୁ ନିକଟରେ ଫ୍ରାନ୍ସର ଏକ ଏୟାରପୋର୍ଟରେ ଦୁଇ ସେଲିବ୍ରିଟି କପଲ୍‌ଙ୍କୁ ଦେଖିବାକୁ ମିଳିଥିଲା। ଦୁଇ ଜଣ ନିଜ ସମ୍ପର୍କକୁ ନେଇ ସିରିୟସ୍‌ ଥିବା ଜଣାପଡ଼ିଥିଲା। ବ୍ରାଡ୍‌ ପିଟ୍‌ ଜର୍ମାନୀରେ ରହୁଥିବା ବେଳେ ନିକୋଲଙ୍କ ସହ ସମ୍ପର୍କକୁ ସ୍ଥାୟୀ କରିବାକୁ ବ୍ରାଡ ଲଗାତର ଚେଷ୍ଟା କରୁଥିଲେ। ବ୍ରାଡ ଓ ନିକୋଲ୍‌ ଉଭୟ ଖୁବ୍‌ ରୋମାନ୍ସ କରିବା ସହ ବିଭିନ୍ନ ଦେଶ ବୁଲୁଥିବା ନେଇ ଖବର ପ୍ରକାଶ ପାଇଥିଲା।

ପ୍ରଥମ ଥର ବ୍ରାଡ୍‌ ନିକୋଲଙ୍କୁ ତାଙ୍କ ସ୍ବାମୀଙ୍କ ବର୍ଲିନ୍‌ ସ୍ଥିତ ରେଷ୍ଟୋରାଣ୍ଟରେ ଦେଖିଥିଲେ। ନିକୋଲ୍‌ ଓ ତାଙ୍କ ୬୮ ବର୍ଷୀୟ ସ୍ବାମୀ ରୋଲ୍ୟାଣ୍ଡ ଏବେ ବି ସମ୍ପର୍କରେ ଅଛନ୍ତି। କିନ୍ତୁ ଯେବେ ବ୍ରାଡ୍‌ ଓ ନିକୋଲ୍‌ଙ୍କ ସମ୍ପର୍କକୁ ନେଇ ଖବର ପ୍ରସାରିତ ହୋଇଥିଲା ସେତେବେଳେ ନିକୋଲଙ୍କ ସ୍ବାମୀ ଏଥିରେ ବ୍ୟଥିତ ହୋଇନଥିଲେ।

   Related Posts