ଏହି ଖେଳାଳିଙ୍କ ବିଶ୍ୱ ଟେଷ୍ଟ୍ ଟିମରୁ ବାଦ ପଡିଲେ କୋହଲି, ବାବର ଆଜମ ସାମିଲ

Published By : Prameya-News7 Bureau | May 24, 2020 IST

ସିଡନୀ, ୨୪|୦୫:  ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଚଳିତ ସମୟରେ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟସମ୍ୟାନ । ଏହି ସମୟରେ କେଉଁ ମହାନ ଖେଳାଳି ନିଜ ଟିମ୍ ଚୟନ କରିବେ ଆଉ ସେଥିରେ କୋହଲି ନଥିବେ ତାହା ଶୁଣିବାକୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବ । କିନ୍ତୁ ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳି ବ୍ରାଡ୍ ହଗ୍ ନିଜ ପସନ୍ଦର ବିଶ୍ୱ ଟେଷ୍ଟ୍ ଟିମ୍ ଚୟନ କରିଛନ୍ତି । ଏହି ଟିମପେ ଭାରତର ୪ଜଣ ଖେଳାଳି ରହିଛନ୍ତି ।

{"id":275442,"width":752,"height":487,"sizeSlug":"large"}

ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ଟେଷ୍ଟରେ ବିରାଟଙ୍କ ପ୍ରଦର୍ଶନ ଅତି ନୈରାଶ୍ୟଜନକ ଥିଲା । ତେଣୁ କୋହଲିଙ୍କୁ ହଗ୍ ତାଙ୍କ ଟିମରୁ ବାଦ ଦେଇଛନ୍ତି । ଏହାକୁ ନେଇ ହଗ୍ କହିଛନ୍ତି ଯେ, କୋହଲି ଗତ ୧୫ଟି ଟେଷ୍ଟରେ କେବଳ ୪ଥର ହିଁ ୩୧ରୁ ଅଧିକ ରନ କରିପାରିଛନ୍ତି । ତେଣୁ କୋହଲିଙ୍କୁ ଟିମରେ ସାମିଲ କରାଯାଇ ନାହିଁ ।

ହଗ୍ ନିଜ ଟିମରେ ମୟଙ୍କ ଅଗ୍ରଓ୍ୱାଲ ଓ ରୋହିତ ଶର୍ମାଙ୍କୁ ଓପନର ଭାବେ ବାଛିଛନ୍ତି । କାରଣ ମୟଙ୍କଙ୍କ କଭର୍ ଡ୍ରାଇଭ୍ ଓ ପୁଲ ସଟ୍ ତାଙ୍କୁ ପସନ୍ଦ । ତେବେ ରୋହିତଙ୍କ ଆଭରେଜ ୯୦ରୁ ଅଧିକ ରହିଛି । ସେ କେବଳ ଭାରତରେ ଟେଷ୍ଟ କ୍ରିକେଟ ଖେଳିଛନ୍ତି । ସେ ଆରାମରେ ବ୍ୟାଟିଂ କରିଥାନ୍ତି ।

{"id":275447,"width":749,"height":498,"sizeSlug":"large"}

ଅଷ୍ଟ୍ରେଲିଆ ତରଫରୁ ୭ଟି ଟେଷ୍ଟ୍, ୧୨୩ ଦିନିକିଆ ଓ ୧୫ଟି ଟି୨୦ ମ୍ୟାଚ ଖେଳିଥିବା ହଗ୍ ତିନି ନମ୍ବରରେ ମାର୍ନସ୍ ଲାବୁସେନ, ୪ ନମ୍ବରରେ ଷ୍ଟିଭ୍ ସ୍ମିଥ୍, ୫ ନମ୍ବରରେ ବାବର ଆଜମ, ୬ ନମ୍ବରରେ ଆଜିଙ୍କ୍ୟ ରାହାଣେ ଓ କ୍ଲିଣ୍ଟନ୍ ଡି କକଙ୍କୁ ସାମିଲ କରିଛନ୍ତି । ସେହିପରି ବୋଲର ତାଲିକାରେ ପେଟ୍ କମିନସ, ମହମ୍ମଦ ସାମି ଓ ନୀଲ ବେଗନରଙ୍କୁ ବାଛିଚନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.