କାଠଗଡାରେ BCCI : ସଂଗୀନ ଅଭିଯୋଗ ଆଣିଲେ ଅଷ୍ଟ୍ରେଲିୟ କ୍ରିକେଟର, ଏଯାଏଁ ବାକି ପଡିଛି ବକେୟା

Published By : Prameya-News7 Bureau | May 26, 2021 IST

ନୂଆଦିଲ୍ଲୀ ୨୬/୫ : ଭାରତରେ କ୍ରିକେଟ୍ ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଦୁନିଆର ସବୁଠାରୁ ଧନୀ ଭାବେ ଜଣାଶୁଣା । କିନ୍ତୁ କରୋନା ଭୂତାଣୁ ପାଇଁ ବିସିସିଆଇ ବିପୁଳ ମାତ୍ରାରେ ଆର୍ଥିକ କ୍ଷତି ସହିଛି । ବେତନ ଦେୟରେ ବିଳମ୍ବ ଭଳି ବିବାଦର ସମ୍ମୁଖୀନ ମଧ୍ୟ ହୋଇଛି । କେବଳ ଏତିକି ନୁହେଁ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟ୍ ବିସିସିଆଇ ଉପରେ ଅତ୍ୟନ୍ତ ସଂଗୀନ ଅଭିଯୋଗ ଲଗାଇଛନ୍ତି ।

ଅଷ୍ଟ୍ରେଲୀୟ ପୂର୍ବତନ ବ୍ୟାଟ୍ସମ୍ୟାନ୍ ବ୍ରାଡ ହଜ୍ କହିଛନ୍ତି ଯେ ଆଇପିଏଲ୍ ୨୦୧୧ ରେ କୋଚି ଟସ୍କର୍ସ ପାଇଁ ଖେଳିଥିଲେ । ହେଲେ ସେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଫି ପାଇ ନାହାଁନ୍ତି । ୨୦୧୦ରେ, ବିସିସିଆଇ ଆଇପିଏଲ୍ ଟିମ୍ ସଂଖ୍ୟାକୁ ୮ ରୁ ୧୦କୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲା । ୨୦୧୧ ସିଜନରେ କୋଚି ଦଳ ୪ ଲକ୍ଷ ୨୫ ହଜାର ଟଙ୍କାରେ ହୋଜଙ୍କୁ କିଣିଥିଲ । ହେଲେ ମାତ୍ର ଗୋଟିଏ ସିଜନ ପରେ କୋଚି ନିଲମ୍ବିତ ହୋଇଥିଲା ।

ବାସ୍ତବରେ, ଗତ ବର୍ଷ ମହିଳା କ୍ରିକେଟ୍ ଦଳକୁ ଟି-20 ବିଶ୍ୱକପ୍ ଫି ପ୍ରଦାନ ନକରିବାରୁ ବିସିସିଆଇ ବିବାଦ ଭିତରକୁ ଆସିଥିଲା । ସମାନ ବିବାଦ ବିଷୟରେ କହି ହଜ ବିସିସିଆଇ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ହଜ୍ କହିଛନ୍ତି, ୧୦ ବର୍ଷ ପୂର୍ବେ କୋଚି ଦଳ ପାଇଁ ଖେଳିଥିବା ଖେଳାଳିମାନେ ସେମାନଙ୍କ ଅଂଶର ୩୫ ପ୍ରତିଶତ ଫି ପାଇ ନାହାଁନ୍ତି । ଖେଳାଳିଙ୍କ ଦେୟ ବିଷୟରେ ବିସିସିଆଇ କିଛି ସ୍ପଷ୍ଟୋକ୍ତି ରଖୁନି କାହିଁକି ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.