୩୨ ଗ୍ରାମର ବ୍ରାଉନସୁଗାର ଜବତ, ୨ ଗିରଫ

Published By : Prameya-News7 Bureau | July 03, 2021 IST

ଜଳେଶ୍ୱର, ୦୩|୦୭: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ପୋଲିସକୁ ପୁଣି ବଡ଼ ସଫଳତା । ୩୨ ଗ୍ରାମର ବ୍ରାଉନ ସୁଗାର ଜବତ ସହ ଦୁଇ ବ୍ରାଉନ ସୁଗାର ବେପାରୀଙ୍କୁ ପୋଲିସ ଗିରଫ କରିଛି ।

ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ପୋଲିସ ଜଳେଶ୍ୱର ଅଞ୍ଚଳରେ ପାଟ୍ରୋଲିଂ ଜାରି ରଖିଥିଲା । ଶୁକ୍ରବାର ଦିନ ୧ଟା ବେଳେ ୨ ବ୍ରାଉନ ସୁଗାର ବେପାରୀ ଧଳାଜହର ନେଇ ଜଳେଶ୍ୱର ନୂଆବଜାର ଲେବୁଲ କ୍ରସିଂ ପାର ହେଉଥିଲେ । ଏତିକି ବେଳେ ଜଳେଶ୍ୱର ସଡିପିଓ ଅଙ୍କିତ କୁମ୍ଭାର, ଆଇଆଇସି ପର୍ଶୁରାମ ସାହୁ ସଦଳବଳେ ଚଢ଼ଉ କରି ପୂର୍ବ ମେଦିନପୁର  ଜିଲ୍ଲା ଏଗ୍ରା ଥାନା ଆରୁହା ଗ୍ରାମର ଅରୁଣ ନାଗ ଗିରି ଏବଂ କୌଶିକ ମାନ୍ନା ନାମକ ଦୁଇ ଜଣ ଯୁବକଙ୍କୁ ଗିରଫ କରିଥିଲେ ।  

ସେମାନଙ୍କ ନିକଟରୁ ୩୨ ଗ୍ରାମ ବ୍ରାଉନ ସୁଗାର ମିଳିଥିଲା ।  ଯାହାର ମୂଲ୍ୟ ଆନୁମାନିକ ୩ ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି ।  ପୋଲିସ ୨ ଯୁବକକୁ ଅଟକ ରଖି ତଦନ୍ତ ଜାରି ରଖିଥିଲା ବେଳେ ଶନିବାର ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ।  ତେବେ ଦୁଇ ଦିନରେ ପୋଲିସ ୫ ଲକ୍ଷ ୨୦ହଜାର ଟଙ୍କାର  ବ୍ରାଉନ ସୁଗାର ଜବତ କରିଥିଲା ବେଳେ ବ୍ରାଉନ ସୁଗାର ବେପାରୀମାନଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.