ଆନ୍ଦୋଳନକୁ ଓହ୍ଲାଇଲା ବିପିୟୁଟି ଛାତ୍ର ସଙ୍ଗଠନ, ରସୁଲଗଡଠାରେ କଲେଜ ବସ୍ ଅଟକାଇଲେ ଛାତ୍ରଛାତ୍ରୀ

Published By : Prameya-News7 Bureau | August 28, 2019 IST

ଭୁବନେଶ୍ବର ୨୮୮:  ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲା ବିପିୟୁଟି ଛାତ୍ର ସଙ୍ଗଠନ । ରସୁଲଗଡଠାରେ କଲେଜ ବସ୍ ଅଟକାଇଲେ ଛାତ୍ରଛାତ୍ରୀ ।

{"id":149884}

ରେଜଲ୍ଟ ବାହାରିବାରେ ସବୁବେଳେ ବିଳମ୍ବ ହେଉଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ଏହାସହ ରେଜଲ୍ଟ ପ୍ରକାଶ ସମୟରେ ବିପିୟୁଟି ୱେବସାଇଟ୍ ଠିକ୍ ଭାବେ କାମ କରୁନଥିବା ଅଭିଯୋଗ ହୋଇଛି ।

{"id":149885}

ତେଣୁ ଠିକ୍ ସମୟରେ ରେଜଲ୍ଟ ପ୍ରକାଶ କରିବା, ଅଭିଜ୍ଞତା ଥିବା ଅଧ୍ୟାପକ ଖାତା ଦେଖିବା, ଠିକ୍ ଭାବେ ୱେବସାଇଟ୍ ପରିଚାଳନା ଓ ରାଗିଂ ଫ୍ରି କ୍ୟାମ୍ପସ୍ ପାଇଁ ଦାବି କରିଛନ୍ତି ଛାତ୍ରଛାତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.