Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବିପିୟୁଟିର ସେମିଷ୍ଟର ପରୀକ୍ଷା ଘୁଞ୍ଚିଲା

1/05/2019 at 12:49 PM

ଭୁବନେଶ୍ବର ୧|୫: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବିପିୟୁଟିର ସେମିଷ୍ଟର ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ଆସନ୍ତା ୨ ତାରିଖରେ ହେବାକୁ ଥିବା ପରୀକ୍ଷା ୨୫ତାରିଖକୁ ଘୁଞ୍ଚାଇଦିଆଯାଇଛି । ସେହିଭଳି ଆସନ୍ତା ୩ତାରିଖରେ ହେବାକୁ ଥିବା ପରୀକ୍ଷା ୨୭ ଏବଂ ୪ତାରିଖରେ ହେବାକୁ ଥିବା ପରୀକ୍ଷା ୨୮ତାରିଖକୁ ଘୁଞ୍ଚାଇ ଦିଆଯାଇଛି ।

ତେବେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସରକାର ଆସନ୍ତାକାଲିଠାରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ତଥା ସ୍କୁଲ ଏବଂ କଲେଜ ବନ୍ଦ ଘୋଷଣା କରାଯାଇଛି । ପରବର୍ତ୍ତୀ ଆଦେଶ ଯାଏଁ ଶିକ୍ଷାନୁଷ୍ଠାନ ଛୁଟି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଶିକ୍ଷାନୁଷ୍ଠାନ ମାନଙ୍କରେ ହେବାକୁ ଥିବା ପରୀକ୍ଷା ଗୁଡିକୁ ମଧ୍ୟ ଘୁଂଚାଇ ଦିଆଯାଇଛି । ତେବେ ପରୀକ୍ଷା ଥିଲେ ତାହା ପରବର୍ତ୍ତୀ ସମୟରେ ତାରିଖ ନିର୍ଦ୍ଧାରଣ କରାଯିବ ବୋଲି ଘୋଷଣା କରାଯାଇଛି ।

   Related Posts