ସ୍ଥଗିତ ହେଲା BPUT ଶେଷ ସେମିଷ୍ଟର୍ ପରୀକ୍ଷା

Published By : Prameya-News7 Bureau | July 18, 2020 IST

ଭୁବନେଶ୍ୱର,୧୮|୦୭: ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି) ଶେଷ ସେମିଷ୍ଟର୍‌ ପରୀକ୍ଷାକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ଖୋର୍ଦ୍ଧା, ଗଞ୍ଜାମ, କଟକ, ଯାଜପୁର ସମେତ ରାଉରକେଲା ମହାନଗର ନିଗମକୁ ଲକ୍‌ଡାଉନ୍‌ କରାଯାଇଥିବାରୁ ବିପିୟୁଟି ପରୀକ୍ଷାକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି ବୋଲି ବିପିୟୁଟି ପରୀକ୍ଷା ନିର୍ଦ୍ଦେଶକ ଡ. ଦୀପକ କୁମାର ସାହୁ ସୂଚନା ଦେଇଛନ୍ତି ।

ଏମ୍‌ ଆର୍କ, ଏମ୍‌ସିଏ ଓ ଏମ୍‌ ପ୍ଲାନ୍‌ ପରୀକ୍ଷା ସରିଥିବା ବେଳେ ଏମ୍‌ବିଏ, ବିଫାର୍ମ, ବିଟେକ୍‌, ଇଣ୍ଟିଗ୍ରେଟେଡ୍‌ ଏମ୍‌ଏସ୍‌ସି, ପାର୍ଟ ଟାଇମ୍‌ ଏମ୍‌ବିଏ ପରୀକ୍ଷାକୁ ସ୍ଥଗିତ କରାଯାଇଥିବା ଡ. ସାହୁ କହିଛନ୍ତି । ସ୍ୱତନ୍ତ୍ର ରିଲିଫ୍‌ କମିଶନର ଗତ ୧୬ ତାରିଖରେ ଉପରୋକ୍ତ ୪ଟି ଜିଲ୍ଲା ସମେତ ରାଉରକେଲା ମହାନଗର ନିଗମକୁ ଲକଡାଉନ୍‌ କରିଥିବାରୁ ଏହି ପଦକ୍ଷେପ ନିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.