ଇତିହାସ ରଚିଲେ ବିହାର ଝିଅ, ରାଜ୍ୟର ପ୍ରଥମ ମୁସଲିମ ମହିଳା DSP ହୋଇ ସୃଷ୍ଟି କଲେ ଉଦାହରଣ

Published By : Prameya-News7 Bureau | June 11, 2021 IST

ବିହାର ୧୧/୬: ଲୋକସେବା ଆୟୋଗର ୬୪ ତମ ମିଳିତ ପ୍ରତିଯୋଗୀତାରେ ବାଜି ମାରିଛନ୍ତି ବିହାରର ଏଇ ଝିଅ । କେବଳ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇନାହାନ୍ତି, DSP ଭାବରେ ମଧ୍ୟ ମନୋନୀତ ହୋଇଛନ୍ତି । ତେବେ ଖୁସି ଏବଂ ଗର୍ବର କଥା ପ୍ରଥମ ଥର ପାଇଁ ମୁସଲିମ ସମ୍ପ୍ରଦାୟର ଏଭଳି ଜଣେ ମହିଳା ରଜିୟା ସୁଲତାନ୍ ରଚିଛନ୍ତି ଇତିହାସ । ବିପିଏସସି ପରୀକ୍ଷାର ପ୍ରଥମ ପ୍ରୟାସରେ ଉତୀର୍ଣ୍ଣ ହୋଇ ରଜିୟା ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି ।

ରଜିୟା ସୁଲତାନ ବର୍ତ୍ତମାନ ବିହାର ସରକାରଙ୍କ ବିଦ୍ୟୁତ୍ ବିଭାଗରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଭାବରେ କାର୍ଯ୍ୟ କରୁଛନ୍ତି । କିନ୍ତୁ ଖୁବ୍ ଶୀଘ୍ର ସେ ଏହି ସରକାରୀ ଚାକିରି ଛାଡି ଖାକି ୟୁନିଫର୍ମରେ ଦେଖାଯିବେ । ବିପିଏସସି ପରୀକ୍ଷାରେ ମୋଟ ୪୦ଜଣ ପ୍ରାର୍ଥୀ DSP ଭାବରେ ମନୋନୀତ ହୋଇଛନ୍ତି । ସେଥିମଧ୍ୟରୁ ୪ ଜଣ ମୁସଲମାନ ସମ୍ପ୍ରଦାୟର ଅଛନ୍ତି । ଏହି ଚାରିଜଣଙ୍କ ମଧ୍ୟରୁ ରଜିୟା ଅନ୍ୟତମ ।

ସୂଚନା ଥାଉକି, ୨୭ବର୍ଷୀୟା ରଜିଆ ମୂଳତଃ ବିହାର ଗୋପାଳଗଞ୍ଜ ଜିଲ୍ଲାର ହାଥୁଆର ବାସିନ୍ଦା । କିନ୍ତୁ ତାଙ୍କର ପ୍ରାଥମିକ ଶିକ୍ଷା ଝାଡଖଣ୍ଡର ବୋକାରୋରେ ହୋଇଥିଲା ଯେଉଁଠାରେ ତାଙ୍କ ପିତା ମହମ୍ମଦ ଅସଲମ୍ ଅନସାରୀ ଷ୍ଟିଲ ପ୍ଲାଣ୍ଟରେ କାମ କରୁଥିଲେ । ୨୦୧୬ ମସିହାରେ, ତାଙ୍କ ପିତାଙ୍କର ଦେହାନ୍ତ ହୋଇଥିଲା । ରଜିୟାଙ୍କ ତାଙ୍କ ମାଆଙ୍କ ସହ ବୋକାରୋରେ ରୁହନ୍ତି ।

ରଜିୟାଙ୍କ ତାଙ୍କ ମାଆଙ୍କ ସହ ବୋକାରୋରେ ରୁହନ୍ତି । ରଜିୟା କହିଛନ୍ତି ଯେ ସେ ୬ ଭଉଣୀ ଏବଂ ଗୋଟିଏ ଭାଇ ଅଛନ୍ତି । ସମସ୍ତଙ୍କ ମଧ୍ୟରେ ସେ ସାନ । ତାଙ୍କର ପାଞ୍ଚ ଭଉଣୀ ବିବାହିତ ଏବଂ ତାଙ୍କ ଭାଇ ଏମବିଏ କରିବା ପରେ ଝାନସିରେ କାମ କରୁଛନ୍ତି । ରଜିଆଙ୍କ ୨୦୦୯ ରେ ବୋକାରୋରୁ ଦଶମ ଏବଂ ୨୦୧୧ରେ ଦ୍ୱାଦଶ ପାସ୍ କରିବା ପରେ ସେ ଯୋଧପୁରକୁ ଯାଇ ସେଠାରୁ ବୈଦୁତିକ ଇଞ୍ଜିନିୟର ଅଧ୍ୟୟନ କରିଥିଲେ ।

ପିଲାଦିନରୁ ରଜିୟାଙ୍କର ଥିଲା ସେ ଜନସେବା କାର୍ଯ୍ୟ ପ୍ରତି ଦୁର୍ବଳତା । ଏଥିରେ ଆକର୍ଷିତ ହୋଇଥିଲେ ଏବଂ ସେ ଏହି ଇଚ୍ଛାକୁ କେବେ ବି ଶେଷ କରିବାକୁ ଦେଇନଥିଲେ । ତା’ପରେ ୨୦୧୭ ମସିହାରେ, ବିଦ୍ୟୁତ୍ ବିଭାଗରେ ବିହାର ସରକାରରେ ଚାକିରୀ ଆରମ୍ଭ କରିବା ପରେ ମଧ୍ୟ ସେ ଏହି ସମୟ ମଧ୍ୟରେ ବିପିଏସସି ପାଇଁ ପ୍ରସ୍ତୁତି ଜାରି ରଖିଥିଲେ । ୨୦୧୮ ରେ ରଜିୟା BPSC ପ୍ରାଥମିକ ପରୀକ୍ଷା ଦେଇଥିଲେ ଏବଂ ତା’ପରେ ୨୦୧୯ରେ ମେନ୍ସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.