ଭାରତ ପେଟ୍ରୋଲିୟମର ସମ୍ପୂର୍ଣ୍ଣ ଘରୋଇକରଣ ଲାଗି ରାସ୍ତା ଏବେ ସଫା, ବୋଲି ଲଗାଇପାରେ ରିଲାଏନ୍ସ

Published By : Prameya-News7 Bureau | October 06, 2019 IST

ନୂଆଦିଲ୍ଲୀ: ସାର୍ବଜନିକ କ୍ଷେତ୍ରର ପେଟ୍ରୋଲିୟମ ବିପଣନ କମ୍ପାନୀ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ବିପିସିଏଲ)ର ପ୍ରସ୍ତାବିତ ସମ୍ପୂର୍ଣ୍ଣ ଘରୋଇକରଣ ଲାଗି ଥିବା ପ୍ରତିବନ୍ଧକ ଦୂର ହୋଇଛି। ୨୦୧୬ ମସିହାରେ ସରକାର ବିପିସିଏଲର ଜାତୀୟକରଣ ସମ୍ପର୍କିତ ଆଇନକୁ ରଦ୍ଦ କରିଦେଇଥିବା ବେଳେ ଏବେ ଏହାର ବିକ୍ରୟ ଲାଗି ଆଉ ସଂସଦର ଅନୁମତି ଆବଶ୍ୟକତା ମଧ୍ୟ ନାହିଁ। ଏଥିଲାଗି ପୂର୍ବରୁ ଅଧିସୂଚନା ଜାରି ହୋଇସାରିଥିବାରୁ ଏବେ ସରକାର ତାଙ୍କର ୫୩.୩ ପ୍ରତିଶତ ଭାଗିଦାରୀକୁ ବିକ୍ରୟ କରିବା ଲାଗି ପ୍ରସ୍ତୁତି ଆରମ୍ଭ କରିଛନ୍ତି।

{"id":167085,"width":579,"height":324}

ବିପିସିଏଲ ବିନିବେଶରୁ ସରକାରଙ୍କୁ ୧.୦୫ଲକ୍ଷକୋଟି ମିଳିବ। ତେବେ ଏହି ସେୟାର ନିଲାମ ହେଲେ ନିର୍ଦ୍ଧାରିତ ଲକ୍ଷର ଏକତୃତୀୟାଂଶ ମିଳିପାରିବ ବୋଲି ଆଶା କରାଯାଉଛି। ଗତ ଅକ୍ଟୋବର ୪ ତାରିଖରେ ସେୟାର ବଜାର ବନ୍ଦ ହେବା ବେଳକୁ ବିପିସିଏଲର ମୋଟ ବଜାର ପୁଞ୍ଜି ୧.୧୧ ଲକ୍ଷ କୋଟି ଟଙ୍କା ଥିଲା। ଏଣୁ କମ୍ପାନୀର ଭାଗିଦାରୀ ବିକ୍ରିରୁ ସରକାର ୬୦ ହଜାର କୋଟି ଟଙ୍କା ପାଇପାରିବେ। ତେବେ ସରକାରଙ୍କ ଭାଗୀଦାରୀ ବିକ୍ରି ଲାଗି ଟେଣ୍ଡର ଆହ୍ୱାନ କରାଗଲେ ସାର୍ବଜନିକ କ୍ଷେତ୍ରର ତୈଳ କମ୍ପାନୀ ଇଣ୍ଡିଆନ ଅୟେଲ କର୍ପୋରେସନ ଲିମିଟେଡ (ଆଇଓସିଏଲ) ଓ ମୁକେଶ ଅମ୍ବାନୀଙ୍କ ମାଲିକାନାଧୀନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ (ଆରଆଇଏଲ) ପ୍ରତିଯୋଗୀତା କରିପାରନ୍ତି ବୋଲି ଏବେ ଅନୁମାନ କରାଯାଉଛି।

{"id":167086}

ତେବେ ଜାପାନୀ ଷ୍ଟକବ୍ରୋକର ନୋମୁରା ରିସର୍ଚ୍ଚ ଅନୁସାରେ ରିଲାଏନ୍ସ ରିଫାଇନିଙ୍ଗ ଏଣ୍ଡ କେମିକାଲ ଯଦିଓ ନିଜର ଭାଗିଦାରୀ ହ୍ରାସ କରିବାକୁ ଚାହୁଁଛି ତଥାପି ବିପିସିଏଲରୁ ସରକାରଙ୍କ ଭାଗିଦାରୀ ହାସଲ କରିବାକୁ ଚାହେଁ। କାରଣ ଏହା ଦ୍ୱାରା ଆରଆଇଏଲକୁ ୨୫ପ୍ରତିଶତ ବଜାର ଭାଗିଦାରୀ ମିଳିବା ସହ ବିପିସିଏଲର ୩.୪କୋଟି ଟନ ଅତିରିକ୍ତ ରିଫାଇନିଂ କ୍ଷମତାସହିତ ସାର୍ବଜନିକ କ୍ଷେତ୍ରର କମ୍ପାନୀର ମାଲିକାନା ବି ପାଇବ। ଯଦି ରିଲାଏନ୍ସ ଏଥିରେ ସଫଳ ହୁଏ ତେବେ ଦେଶରେ ବିପିସିଏଲର ଥିବା ୧୫ ହଜାର ପେଟ୍ରୋଲ ପମ୍ପ ସହ ନିଜର ବ୍ୟବସାୟରେ ରିଲାଏନସକୁ ବେଶ ସହଯୋଗ ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.