Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ବ୍ଲଡ୍ ପ୍ରେସର ଔଷଧରେ ଭଲ ହେବ କରୋନା ! ଏକ ଗବେଷଣାରୁ ଆସିଛି ବଡ ତଥ୍ୟ

24/08/2020 at 6:09 PM

ନୂଆଦିଲ୍ଲୀ, ୨୪|୦୮: କୋଭିଡ୍-୧୯ ଭାଇରସ ପାଇଁ ଏବେସୁଦ୍ଧା କୌଣସି ଫଳପ୍ରଦ ଔଷଧ ବାହାରିପାରି ନାହିଁ । କିନ୍ତୁ ସାରା ବିଶ୍ୱର ବୈଜ୍ଞାନିକ ଏହି ମହାମାରୀର ଔଷଧ ସନ୍ଧାନରେ ଲାଗି ପଡିଛନ୍ତି । ପ୍ରତ୍ୟେକ ଦିନ ଭାଇରସ ସମ୍ବନ୍ଧରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ତେବେ ଉଚ୍ଚ ରକ୍ତଚାପ ଔଷଧରେ କରୋନା ସ୍ଥିତିରେ ସୁଧାର ଆସିବ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି । ଏହାସହ ଏହି ଔଷଧର ବ୍ୟବହାରରେ କରୋନା ସଂକ୍ରମଣର ଗମ୍ଭୀରତା ମଧ୍ୟ କମିଛି ।

ବ୍ରିଟେନର ୟୁନିଭର୍ସିଟି ଅଫ୍ ଇଷ୍ଟ ଆଙ୍ଗାଲିଆର ଗବେଷକମାନେ ଉଚ୍ଚ ରକ୍ତଚାପ ଔଷଧକୁ ୨୮ହଜାର ଆକ୍ରାନ୍ତଙ୍କ ଉପରେ ପରୀକ୍ଷଣ କରିଥିଲେ । କରେଣ୍ଟ ଆଥ୍ରୋସ୍କଲେରୋସିସ୍ ରିପୋର୍ଟ ନାମକ ଏକ ପତ୍ରିକାରେ ପ୍ରକାଶିତ ଅଧ୍ୟୟନରେ କୁହାଯାଇଛି ଯେ, ଉଚ୍ଚ ରକ୍ତଚାପର ଔଷଧ ଆଞ୍ଜିୟୋଟିସିନ୍-କନଭର୍ଜିଂ ଏନଜାଇମ୍ ଇନହାବିଟର୍ସ ଏବଂ ଆଞ୍ଜିୟୋଟିସିନ୍ ରିସେପ୍ଟର ବ୍ଲକର୍ସରେ ବ୍ୟବାହର କରୁଥିବା ରୋଗୀଙ୍କଠାରେ କରୋନା ଜନିତ ମୃତ୍ୟୁ ଆଶଙ୍କା କମ୍ ରହିଛି ।

ୟୁନିଭର୍ସିଟି ଅଫ୍ ଇଷ୍ଟ ଆଙ୍ଗାଲିଆର ନୋବିକ୍ ମେଡିକାଲ ସ୍କୁଲ ତରଫରୁ ହୋଇଥିବା ଏହି ଅଧ୍ୟୟନରେ ସାମିଲ ଥିବା ପ୍ରମୁଖ ଗବେଷଣାକାରୀ ବୋସିଲିୟୋସ୍ ବୋସିଲିଓଉ କହିଛନ୍ତି ଯେ, ଉଚ୍ଚ ରକ୍ତଚାପରେ ପୀଡିତ ଏକ ତୃତୀୟାଂଶ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଅନେକଙ୍କୁ ଏସିଇଆଇ ଓ ଏଆରବିଏସ ପ୍ରଦାନ କରାଯାଉଛି । ହୃଦୟ ରୋଗ, ଉଚ୍ଚ ରକ୍ତଚାପ ଓ ମଧୂମେହ ରୋଗୀଙ୍କୁ କରୋନା ବିପଦ ଥିବାରୁ ଏହି ଔଷଧ ପ୍ରଦାନ କରାଯାଉଛି ।

   Related Posts