Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ଏହି ଦେଶରେ ଆରମ୍ଭ ହେଲା #ClothesHaveNoGenderର ଅଭିଯାନ, ଏବେ ପୁଅ ପିଲା ବି ସ୍କଟ ପିନ୍ଧି ଆସିବେ ସ୍କୁଲ …

6/11/2021 at 8:49 AM

ନୂଆଦିଲ୍ଲୀ ୦୬।୧୧ : କେବଳ ଝିଅ ନୁହେଁ, ଏବେ ପୁଅ ବି ପିନ୍ଧିବେ ସ୍କର୍ଟ । ଖାଲି ପିନ୍ଧିବେନି ସ୍କୁଲକୁ ଆସିବେ। ସ୍ପେନ୍‌ରେ #ClothesHaveNoGender ଅଭିଯାନ ପୁଣିଥରେ ଚର୍ଚ୍ଚାକୁ ଆସିଛି। ଏଠାରେ ଏକ ସ୍କୁଲରେ ଉଭୟ ଝିଅ ଓ ପୁଅଙ୍କୁ ଲିଙ୍ଗଗତ ସମାନତା ଦର୍ଶାଇବାକୁ କ୍ଲାସ୍‌କୁ ସ୍କର୍ଟ ପିନ୍ଧି ଆସିବାକୁ କୁହାଯାଇଛି। ରିପୋର୍ଟ ମୁତାବକ, କିଛି ଦିନ ତଳେ ଜଣେ ଛାତ୍ର ସ୍କର୍ଟ ପିନ୍ଧି କ୍ଲାସ୍‌କୁ ଆସିଥିବାରୁ ତାଙ୍କୁ ସ୍କୁଲରୁ ବାହାର କରି ଦିଆଯାଇଥିଲା। ଏହା ପରଠାରୁ ଲିଙ୍ଗଗତ ସମାନତା ଅଭିଯାନ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା।

ତେବେ ରିପୋର୍ଟ ଅନୁଯାୟୀ, ଏଡିନ୍‌ବର୍ଗର କ୍ୟାଷ୍ଟଲଭ୍ୟୁ ପ୍ରାଇମେରୀ ସ୍କୁଲରେ ଉଭୟ ଛାତ୍ର ଓ ଛାତ୍ରୀଙ୍କୁ କ୍ଲାସ୍‌ ରୁମ୍‌କୁ ସ୍କର୍ଟ ପିନ୍ଧି ଆସିବାକୁ କୁହାଯାଇଥିଲା। ଏହା ପରେ ସବୁ ସ୍କୁଲର ପିଲାମାନେ ‘ୱେୟାର ଏ ସ୍କର୍ଟ ଟୁ ସ୍କୁଲ’ ଅଭିଯାନରେ ଅଂଶ ଗ୍ରହଣ କରିଥିଲେ। ଏହା ‘Clothes Have No Gender’ ର ହିଁ ଏକ ଅଂଶ। କିଛି ମାସ ପୂର୍ବରୁ ମିକେଲ ଗୋମେଜ ନାମକ ଜଣେ ୧୫ ବର୍ଷର ଛାତ୍ର କ୍ଲାସ୍‌କୁ ସ୍କର୍ଟ ପିନ୍ଧି ଆସିଥିଲେ। ଏହି କାରଣରୁ ତାଙ୍କୁ ସ୍କୁଲରୁ ବାହାର କରି ଦିଆଯାଇଥିଲା। ଛାତ୍ରଙ୍କୁ ସ୍କୁଲରୁ ବାହାର କରି ଦିଆଯିବା ପରେ ସ୍ପେନିଶ ସହର ବିଲବାଓରେ ପ୍ରଥମେ ଏହି ଅଭିଯାନ ଆରମ୍ଭ ହୋଇଥିଲା।

ଏନେଇ କ୍ୟାଷ୍ଟଲଭ୍ୟୁ ସ୍କୁଲର ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ ମଧ୍ୟ ସ୍କର୍ଟ ପିନ୍ଧି ଆସିବେ। ସେମାନେ ମିକେଲ ଗୋମେଜଙ୍କୁ ସମର୍ଥନ ଜଣାଇ ରୁଢ଼ିବାଦୀ ନୀତିକୁ ଭାଙ୍ଗିବାକୁ ‘Wear A Skirt To School’ କ୍ୟାମ୍ପେନ୍‌ରେ ଭାଗ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ସ୍କୁଲର ଶିକ୍ଷୟିତ୍ରୀ କହିଛନ୍ତି-ସ୍କୁଲ ଏବେ ରୁଢ଼ିବାଦୀ ଚିନ୍ତାଧାରାକୁ ଭାଙ୍ଗିବାକୁ ଅଭିଯାନ ଚଳାଇଛି। ଏଥିପାଇଁ ଆମେ ‘Wear A Skirt To School Days’ ଆୟୋଜନ କରିଥିଲୁ। ତେବେ କାହାକୁ ସ୍କର୍ଟ ପିନ୍ଧିବାକୁ ବାଧ୍ୟ କରାଯିବ ନାହିଁ ବୋଲି ଏ ଅବସରରେ ସ୍ପଷ୍ଟ କରିଛନ୍ତି ଶିକ୍ଷୟିତ୍ରୀ। ତେବେ ସ୍କୁଲର ଏହି ନିଷ୍ପତ୍ତିକୁ କିଛି ଅଭିଭାବକ ପ୍ରଶଂସା କରିଥିବା ବେଳେ ଆଉ କିଛି ଆପତ୍ତି କରିଛନ୍ତି।

   Related Posts