'ବଏଜ ଡେ ଆଉଟ' : ଇଂଲଣ୍ଡ ରାସ୍ତାରେ ଟିମ ଇଣ୍ଡିଆ

Published By : Prameya-News7 Bureau | July 05, 2019 IST

ହେଣ୍ଡିଗ୍ଲେ ୫/୭ : ଭାରତୀୟ ଟିମ ଆଇସିସି ବିଶ୍ୱକପରେ ଆସନ୍ତାକାଲି ଶ୍ରୀଲଙ୍କା ବିପକ୍ଷରେ ଅନ୍ତିମ ଲିଗ ମ୍ୟାଚ ଖେଳିବ । ଏହା ପୂର୍ବରୁ ଗୁରୁବାର ଦିନ ଭଡ଼ିୟା ଖେଳାଳି ଟ୍ରେନିଂ ଛାଡି ଇଂଲଣ୍ଡର ହେଣ୍ଡିଗ୍ଲେ ସହର ବୁଲିବାକୁ ଯାଇଥିଲେ । ଇନ୍ସଟାଗ୍ରାମରେ ହାର୍ଦ୍ଧିକ ପାଣ୍ଡ୍ୟା ଫଟୋ ସେୟାର କରିଛନ୍ତି । ମହେନ୍ଦ୍ର ସିଂ ଧୋନି, ମାୟାଙ୍କ ଅଗ୍ରୱାଲ, ଋଷଭ ପନ୍ଥ, ଯଶପ୍ରୀତ ବୁମରାହାଙ୍କୁ ସହ ହାର୍ଦ୍ଧିକ ପାଣ୍ଡ୍ୟା ଏକ ଫଟୋ ସେୟାର କରିଛନ୍ତି । ଫଟୋରେ କ୍ୟାପ୍ସନ ଦେଇଛନ୍ତି 'ବଏଜ ଡେ ଆଉଟ' ।

{"id":130611}

ଏହା ପୂର୍ବରୁ ଧୋନିଙ୍କର ଏକ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା, ଯେଉଁଥିରେ ତାଙ୍କ ଆଙ୍ଗୁଠିରୁ ରକ୍ତ ବାହାରୁଥିଲା । ଏହି ଫଟୋ ଭାଇରାଲ ହେବା ପରେ ଧୋନିଙ୍କ ପ୍ରଶଂସକଙ୍କ ଚିନ୍ତା ବଢି ଯାଇଥିଲା । ସେ ଆଗାମୀ ମ୍ୟାଚ ଖେଳିବେ ନା ନାହିଁ ସେ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । କିନ୍ତୁ ଧୋନି ବର୍ତ୍ତମାନ ପୁରା ଫିଟ୍ ଅଛନ୍ତି ।

{"id":130600}

ଭାରତ ସେମିଫାଇନାଲରେ ନିଜ ସ୍ଥିତି ଜାହିର କରି ସାରିଛି । ଭାରତୀୟ ଅଧିନାୟକ ବିରାଟ କୋହଲି ନିଜ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଏକ ଫଟୋ ଟ୍ୱିଟରରେ ସେୟାର କରିଛନ୍ତି । ଏଥିରେ ସେ କ୍ୟାପ୍ସନ ଦେଇଛନ୍ତି 'ମିସ୍ଟର ଆଣ୍ଡ ମିସ' ।

{"id":130601,"align":"center"}

ବିଶ୍ୱକପରେ ନିଜ ବୋଲିଂରେ ବ୍ୟଟ୍ସମ୍ୟାନମାନଙ୍କ ଚିନ୍ତା ବଢ଼ୁଥିବା ବୋଲର ୟୁଜବେନ୍ଦ୍ର ଚହଲ ସମୟ ପାଉ ପାଉ ନିଜ ବାପା ମାଙ୍କ ସହ ଇଂଲଣ୍ଡ ବୁଲିବାକୁ ବାହାରିଗଲେ । ସେ ନିଜ ବାପା ମାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି ।

{"id":130602,"align":"center"}

ବିଶ୍ୱକପ ମଝିରେ ଟିମରେ ସାମିଲ ହୋଇଥିବା ଋଷଭ ପନ୍ଥ ମଧ୍ୟ ଇଂଲଣ୍ଡର ମଜା ନେଉଛନ୍ତି । ସେ ମଧ୍ୟ ସୋସିଆଲ ମିଡ଼ିଆରେ ଆକ୍ଟିଭ ଅଛନ୍ତି । ସେ ମଧ୍ୟ ନିଜର ଏକ ଫଟୋ ଟ୍ୱିଟରରେ ସେୟାର କରିଛନ୍ତି ।

{"id":130603,"align":"center"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.