Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ତାଲିବାନ ରାଜୁତି: ଦେଖନ୍ତୁ କିଭଳି ପରଦା ଆଢୁଆଳରେ ଅଲଗା ଅଲଗା ବସିଛନ୍ତି ୟୁନିଭର୍ସିଟି ଛାତ୍ରଛାତ୍ରୀ

6/09/2021 at 4:55 PM

ନୂଆଦିଲ୍ଲୀ ୦୬/୦୯ : ଆଫଗାନିସ୍ତାନରେ କବଜା କରିଥିବା ଆତଙ୍କବାଦୀ ସଂଗଠନ ତାଲିବାନ କହିଥିଲା ଯେ ଦେଶରେ କେବଳ ହିଜାଵ ପିନ୍ଧୁଥିବା ମହିଳାଙ୍କୁ ହିଁ ଶିକ୍ଷା ଓ ରୋଜଗାର ଅଧିକାର ମିଳିବ। ତାଲିବାନ କହିଥିବା କଥା ଏବେ ସତ ପ୍ରମାଣିତ ହେଉଛି। ଆଫଗାନ ସଂଘର୍ଷକୁ ନିକଟରୁ କଭର କରୁଥିବା ସାମ୍ବାଦିକ ମଲିକ ଅଚକଜଇ ଦୁଇଟି ଫଟୋ ଟ୍ୱିଟ କରିଛନ୍ତି। ଦୁଇଟି ଫଟୋ ଗୋଟିଏ ବିଶ୍ୱବିଦ୍ୟାଳୟରେ ବୋଲି ସେ ଟ୍ୱିଟରେ ଲେଖିଛନ୍ତି। ଫଟୋରେ ଆପଣ ପୁରୁଷ ଓ ମହିଳାଙ୍କୁ ଅଲଗା ଅଲଗା ଧାଡିରେ ବସିଥିବା ସ୍ପଷ୍ଟ ଦେଖିପାରିବେ। ଉଭୟ ଧାଡି ମଧ୍ୟରେ ପରଦା ରହିଛି। ଫଟୋ ପୋଷ୍ଟ କରି ସେ ଲେଖିଛନ୍ତି, ତାଲିବାନ ରାଜୁତିରେ ବିଶ୍ୱବିଦ୍ୟାଳୟ କକ୍ଷା…

ଏହା ପୂର୍ବରୁ ଏକ ମିଡ଼ିଆ ନେଟୱାର୍କକୁ ଦେଇଥିବା ଏକ ସାକ୍ଷାତକାରରେ ତାଲିବାନ ପ୍ରବକ୍ତା ସୁହେଲ ଶାହୀନ କହିଥିଲେ ଯେ ମହିଳାଙ୍କ ଅଧିକାରକୁ ନେଇ କୌଣସି ପ୍ରସଙ୍ଗ ଉଠିବ ନାହିଁ। ମହିଳାଙ୍କ ଶିକ୍ଷା, ରୋଜଗାରରେ କୌଣସି ସମସ୍ୟା ହେବନାହିଁ। କିନ୍ତୁ ଅପାମାଙ୍କୁ ସଂସ୍କୃତି ବଦଳାଇବା ଉଚିତ ନୁହେଁ। ସେ କହିଥିଲେ ଆମ ସଂସ୍କୃତିରେ ମହିଳାମାନେ ହିଜାଵରେ ଶିକ୍ଷା ଗ୍ରହଣ କରିପାରିବେ ଓ କାମ ମଧ୍ୟ କରିପାରିବେ। 

ସେ କହିଥିଲେ ଯେ ଆମେରିକା ଆଫଗାନିସ୍ତାନରେ ମହିଳାମାନଙ୍କୁ ହିଜାବ ବିନା କାମ କରିବା ତଥା ଶିକ୍ଷା ଗ୍ରହଣ କରିବା ଅଧିକାର ସୁନିଶ୍ଚିତ କରିବାକୁ ଆହ୍ୱାନ କରିଥିଲା ଯାହା ଆଫଗାନ ସଂସ୍କୃତିକୁ ବଦଳାଇବାକୁ ଏକ ପ୍ରୟାସ ଥିଲା। ସଂଗଠନ ଦୃଷ୍ଟିକୋଣରୁ ଏହା ଗ୍ରହଣୀୟ ନୁହେଁ।

   Related Posts