ଯୁବକ ଏବଂ ଯୁବତୀଙ୍କୁ ଜୋରଜବରଦସ୍ତି ଶାରିରୀକ ସଂପର୍କ ରଖିବାକୁ କରାଗଲା ବାଧ୍ୟ , ଭିଡିଓ ଭାଇରାଲ

Published By : Prameya-News7 Bureau | July 28, 2019 IST

ବାଗପତ ୨୮|୭: ଉତ୍ତରପ୍ରଦେଶ ବାଗପତ ଅଞ୍ଚଳରେ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି । କିଛି ଦୁର୍ବୃତ୍ତ ଜଣେ ଯୁବକ ଏବଂ ଯୁବତୀକୁ ଜୋରଜବରଦସ୍ତି ବିଲକୁ ନେଇ ଶାରୀରିକ ସଂପର୍କ ରଖିବା ପାଇଁ ବାଧ୍ୟ କରିଥିଲେ । ସେହି ସମୟରେ ଉକ୍ତ ଯୁବକମାନେ ସେମାନଙ୍କର ଭିଡିଓ ଶୁଟିଂ ମଧ୍ୟ କରିଥିଲେ । ଯାହାକୁ ସେମାନେ ସୋସିଆଲ ମିଡିଆରେ ଭାଇରାଲ କରିଥିବା ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ଯେ, ସୋସିଆଲ ମିଡିଆରେ ଗତ ଶୁକ୍ରବାର ଦିନ ଗୋଟିଏ ଭିଡିଓ ଭାଇରାଲ ହୋଇଥିଲା ।  ଯେଉଁ ଭିଡିଓଟି ଉତ୍ତରପ୍ରଦେଶ ବାଗପତ ଜିଲ୍ଲାର ବଡୌତ ବୋଲି କୁହାଯାଉଛି । ସେହି ଭିଡିଓରେ କିଛି ଦୁର୍ବୃତ୍ତ ଜଣେ ଯୁବକ ଏବଂ ଜଣେ ଯୁବତୀଙ୍କ ସହ ଜୋରଜବରଦସ୍ତି କରୁଥିବା ଦେଖିବାକୁ ମିଳିଛି । ପରେ ଉଭୟଙ୍କୁ ସେମାନ ନିକଟରେ ଥିବା ଏକ ବିଲକୁ ନେଇଯାଉଛନ୍ତି । ଭିଡିଓରେ ସେମାନ ଅର୍ଦ୍ଧନଗ୍ନ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି । ଅଭିଯୁକ୍ତମାନେ ଉଭୟଙ୍କୁ ଶାରିରୀକ ସଂପର୍କ ରଖିବାକୁ ବାଧ୍ୟ କରୁଛନ୍ତି ।  କାରଣ ସେମାନେ ତାକୁ ସୋସିଆଲ ମିଡିଆରେ ଭାଇରାଲ କରିପାରିବେ । ଏମିତିରି ଯେତେବେଳେ ଯୁବକ ଏବଂ ଯୁବତୀ ମନା କରୁଛନ୍ତି ସେତେବେଳେ ସେମାନଙ୍କୁ ଅଭିଯୁକ୍ତମାନେ ମାରପିଟ ମଧ୍ୟ କରିଛନ୍ତି । ଅଭିଯୁକ୍ତମାନେ ଏ ସମସ୍ତ ଘଟଣା ସୋସିଆଲ ମିଡିଆରେ ଭାଇରାଲ କରିଦେଇଛନ୍ତି ।

ଭିଡିଓ ଭାଇରାଲ ହେବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ପୋଲିସ ତୁରନ୍ତ ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜୁକରିଛି । ଉଭୟ ଯୁବକ ଏବଂ ଯୁବତୀଙ୍କର ଡାକ୍ତରୀ ମାଇନା କରାଇବା ସହ ତଦନ୍ତ ଆରମ୍ଭ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.