ପ୍ରେମିକାକୁ ଛୁରୀ ଭୁଷିଲା ସନ୍ଦେହୀ ପ୍ରେମିକ

Published By : Prameya-News7 Bureau | April 07, 2019 IST

ମିରଟ ୭/୪: ଉତ୍ତରପ୍ରଦେଶର ମିରଟର ଏକ ହୋଟେଲରେ ଗତକାଲି ଜଣେ ଯୁବକ ନିଜ ପ୍ରେମିକାଙ୍କୁ ପ୍ରତାରଣା ସନ୍ଦେହରେ ଛୁରୀ ଭୁଷି ହତ୍ୟା କରିବାକୁ ଉଦ୍ୟମ କରିଛି। ସୂଚନା ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସଙ୍କ କହିବାନୁସାରେ ଯୁବତୀଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯୁବତୀଙ୍କ ଅବସ୍ଥା ବର୍ତ୍ତମାନ ଗୁରୁତର ରହିଛି। ଅଭିଯୁକ୍ତ ଯୁବକକୁ ପୋଲିସ୍ ଗିରଫ କରିଛି।
ଆବୁ ଲେନ୍ ସ୍ଥିତ ଏକ ହୋଟେଲରେ ଜଣେ ଯୁବତୀଙ୍କୁ ତାଙ୍କ ପ୍ରେମିକ ଛୁରି ଭୁଷି ଗୁରୁତର କରିଛି। ବ୍ରହ୍ମପୁରୀ ଥାନା ଅଞ୍ଚଳରେ ରହୁଥିବା ଯୁବତୀଜଣକ ଅନସ ନାମକ ଯୁବକଙ୍କୁ ଭଲ ପାଉଥିଲେ। ଯୁବକ ଜଣକ ନିଜ ଭଉଣୀର ପରିଚୟ ପତ୍ର ଦେଖାଇ ଶନିବାର ସକାଳେ ହୋଟେଲରେ ଏକ ରୁମ୍ ନେଇଥିଲେ। ଦ୍ବିପ୍ରହର ସମୟରେ ଅନସ୍ ଯୁବତୀଙ୍କ ଶରୀରର ବିଭିନ୍ନ ସ୍ଥାନରେ ଛୁରୀ ଭୁଷିଥିଲେ। ହୋଟେଲ୍ କର୍ମଚାରୀମାନେ ତୁରନ୍ତ ପୋଲିସକୁ ସୂଚନା ଦେବାରୁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବତୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ।
ପୋଲିସ ଘଟଣାସ୍ଥଳରୁ ଅଭିଯୁକ୍ତ ଅନସକୁ ଗିରଫ କରିଥିଲା। ପୋଲିସ୍ ଅଭିଯୁକ୍ତକୁ ଏ ନେଇ ପଚରାଉଚୁରା ଚଳାଇଛି। ଅଭିଯୁକ୍ତ ଦାବି ଅନୁସାରେ ଯୁବତୀଜଣକ ତା’ ସହ ପ୍ରତାରଣା କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.