Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ଅନ୍ୟତ୍ର ବାହାଘର ସ୍ଥିର ହେବାରୁ ପ୍ରେମିକାକୁ ଗୁଳିକରି ହତ୍ୟା କଲା ପ୍ରେମିକ, ନିଜକୁ ବି କରିଦେଲା ଶେଷ୍‌

27/06/2021 at 6:13 PM

ଲକ୍ଷ୍ନୌ ୨୭/ ୦୬ : ଉତ୍ତର ପ୍ରଦେଶର ସମ୍ଭଲରେ ଏକ ଅଭାବନୀୟ ଘଟଣା ଘଟିଛି । ବିବାହ ଅନ୍ୟ ସ୍ଥାନରେ ଠିକ୍ ହୋଇଯିବାରୁ ଏଥିରେ ଉତକ୍ଷିପ୍ତ ହୋଇ ପ୍ରେମିକାକୁ ଗୁଳି କରି ହତ୍ୟା କରିଛି ପାଗଳ ପ୍ରେମିକ । କେବଳ ସେତିକି ନୁହେଁ ଯୁବତୀଙ୍କୁ ଗୁଳିକରି ହତ୍ୟା କରିବା ପରେ ୨୫ ବର୍ଷୀୟ ଯୁବକ ଜଣକ ନିଜେ ମଧ୍ୟ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ସମ୍ଭଲର ଚନ୍ଦୋସୀ କୋତବାଲୀ ଅଞ୍ଚଳର ଥିବା ମୋଲଗଢ ଗାଁର ଘଟଣା । ପୋଲିସ କହିବା ମୁତାବକ, ମୃତକ ଯୁବକ ଶିବମ ଏବଂ ଯୁବତୀ ମମତାଙ୍କ ମଧ୍ୟରେ ଗତ ୮ ବର୍ଷ ହେଲା ପ୍ରେମ ସମ୍ପର୍କ ଥିଲା କିନ୍ତୁ ଯୁବତୀଙ୍କ ପରିବାର ଲୋକେ ତାଙ୍କର ବିବାହ ଅନ୍ୟ ସ୍ଥାନରେ କରାଇବାକୁ ସ୍ଥିର କରାଇଥିଲେ । କିନ୍ତୁ ଏହାକୁ ସହଜରେ ଗ୍ରହଣ କରିନଥିଲା ଶିବମ । ଗତ ଶନିବାର ଦିନ ସେ ଯୁବତୀଙ୍କ ଘରକୁ ଆସି ତାଙ୍କୁ ପ୍ରଥମେ ଗଳିକରି ହତ୍ୟା କରିଥିଲା । ପରେ ଶିବମର ଶବ ନିକଟସ୍ଥ ଏକ ଘରୁ ମିଳିଥିଲା । ସେ ମଧ୍ୟ ନିଜ ମୁଣ୍ଡକୁ ଗୁଳିକରି ଆତ୍ମହତ୍ୟା କରିଥିଲା ।

ଘଟଣାକୁ ନେଇ ପୋଲିସ ଅଧିକ୍ଷକ ଚକ୍ରେସ ମିଶ୍ରା କହିଛନ୍ତି, ଉଭୟଙ୍କ ଶବ ଜବତ କରାଯାଇ ବ୍ୟବଚ୍ଛେଦ କରାଯାଇଛି । ଯୁବକଙ୍କ ପରିବାର ଲୋକେ ଏଥିପାଇଁ ଯୁବତୀଙ୍କ ପରିବାର ଲୋକଙ୍କୁ ଦାୟୀ କରିଛନ୍ତି । ପଚରାଉଚରା ପାଇଁ ଯୁବତୀଙ୍କ ବାପା ଏବଂ ଭାଇଙ୍କୁ ହେପାଜତକୁ ନେଇଛି ପୋଲିସ । ବର୍ତ୍ତମାନ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ଏସପି ଚକ୍ରେସ ମିଶ୍ରା କହିଛନ୍ତି ।    

   Related Posts