ହୋଟେଲକୁ ନେଇ ପ୍ରେମିକାକୁ ନିଜେ ଦୁଷ୍କର୍ମ କରିବା ପରେ ସାଙ୍ଗମାନଙ୍କ ଦ୍ବାରା ଦୁଷ୍କର୍ମ କରାଇଲା ପ୍ରେମିକ, ମିରଟରେ ଚାଞ୍ଚଲ୍ୟ

Published By : Prameya-News7 Bureau | May 02, 2019 IST

ମିରଟ ୨।୫ : ଏହି ଲଜ୍ଜାଜନକ ଘଟଣା ଘଟିଛି ଉତ୍ତରପ୍ରଦେଶ ମିରଟ ଜିଲ୍ଲାରେ । ପ୍ରଥମେ ବନ୍ଧୁତା ପରେ ଦୁଷ୍କର୍ମ ଆଉ ଧୋକା । ଜଣେ ଯୁବତୀଙ୍କୁ ତାଙ୍କ ପ୍ରେମିକ ହୋଟେଲକୁ ନେଇ ନିଜେ ଦୁଷ୍କର୍ମ କରିବା ପରେ ସାଙ୍ଗମାନଙ୍କ ଦ୍ବାରା ଦୁଷ୍କର୍ମ କରାଇବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୋଲିସରେ ଅଭିଯୋଗ କଲେ ଜୀବନରେ ମାରିଦେବାକୁ ଧମକ୍ ସତ୍ତ୍ବେ ଯୁବତୀ କୌଶଳକ୍ରମେ ହୋଟେଲରୁ ଖସି ପଳାଇଯାଇ  ସିଭିଲ ଲାଇନ ଥାନାରେ ଲିଖିତ ଅଭିଯୋଗ କରିଛି ।

ମୋକଦ୍ଦମା ସୂଚନା ଆଧାରରେ ମିରଟ ସହରର ବାସିନ୍ଦା ଯୁବତୀ ଜଣକ ଗୁରୁଗ୍ରାମର ଏକ ଘରୋଇ କମ୍ପାନୀରେ ଜବ କରନ୍ତି। କିଛି ଦିନ ପୂର୍ବରୁ ମିରଟ ସହରର ଜନୈକ ଯୁବକଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା। ଗତ ମଙ୍ଗଳବାର ଯୁବକ ଜଣକ ତାଙ୍କୁ ସିଭିଲ ଲାଇ ଥାନା ଅଞ୍ଚଳରେ ଥିବା ଏକ ହୋଟେଲକୁ ଡକାଇଥିଲା। ସେହି ଅନୁସାରେ ଯୁବତୀ ଜଣକ ହୋଟେଲରେ ପହଞ୍ଚିବା ପରେ ତାଙ୍କର ଅନିଛା ସତ୍ତ୍ବେ ଯୁବକ ତାଙ୍କ ପ୍ରତି ଦୁଷ୍କର୍ମ କରିଥିଲା। ପରେ ହୋଟେଲକୁ ନିଜ ସାଙ୍ଗମାନଙ୍କୁ ଡକାଇ ସେମାନଙ୍କ ଦ୍ବାରା ଯୁବତୀଙ୍କୁ ଦୁଷ୍କର୍ମ କରାଇଥିଲା।

ଯୁବତୀ ଏହାର ବିରୋଧ କରିବାରୁ ଯୁବକ ଓ ତା ସାଙ୍ଗମାନେ ତାକୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ତେବେ ଯୁବତୀ ଜଣକ ଘଟଣା ପରେ ସିଭିଲ ଲାଇନ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିବା ପରେ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି।  ଅଭିୟୁକ୍ତମାନଙ୍କୁ ଧରିବା ପାଇଁ ହୋଟେଲର ସିସିଟିଭି ଫୁଟେଜ ଏବେ ସହାୟକ ହେବ ବୋଲି ଆଶା କରାଯାଉଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.