ବୟଫ୍ରେଣ୍ଡ ଥଣ୍ଡାରେ ନିଶାଦେଇ ପ୍ରେମିକାକୁ ସାଙ୍ଗମାନଙ୍କ ସହ ମିଶି କଲା ଦୁଷ୍କର୍ମ

Published By : Prameya-News7 Bureau | March 19, 2019 IST

ରାଂଚି ୧୯/୩- ପ୍ରେମିକାକୁ ଧୋକାଦେବା ପରେ ମନ ବୁଝିଲାନି ପ୍ରେମିକର । ଥଣ୍ଡାରେ ନିଶାଦ୍ରବ୍ୟ ଦେଇ ସାଙ୍ଗମାନଙ୍କ ସହ ମିଶିକଲା ଦୁଷ୍କର୍ମ ।

ଏଭଳି ଅଭାବନୀୟ ଘଟଣା ଘଟିଛି ରାଜଧାନୀ ରାଂଚିରେ । ଜଣେ ପୁରୁଷ ବନ୍ଧୁ ଦ୍ଵାରା ନିର୍ଯ୍ୟାତିତା ହେବା ଘଟଣା ଏହି ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ରାଣୀ ନାମକ ଜଣେ ୧୭ ବର୍ଷ ବୟସ୍କ ଯୁବତୀ ପ୍ରେମିକ ଦ୍ବାରା ଏଭଳି ଘଟଣାରେ ହୋଇଛନ୍ତି ଶିକାର । ରାଣୀକୁ ବୁଲିବା ପାଇଁ ଡ଼ାକି ନେଇଥିଲେ ପ୍ରେମିକ ଅଂଶୁମାନ ।  କୋଲଡ଼ ଡ଼୍ରିଙ୍କସରେ  ଅଂଶୁମାନ ନିଶାଦ୍ରବ୍ୟ ମିଶାଇ ଦେଇଥିଲେ । ରାଣୀକୁ ନିଶା ଅବସ୍ଥାରେ ଜଣେ ପରେ ଜଣେ ସାଙ୍ଗଙ୍କ ସହ ଅଂଶୁମାନ ଦୁଷ୍କର୍ମ କରିଥିଲେ । ଏପରିକି ସେମାନେ ରାଣୀର ଅଶ୍ଳୀଳ ଭିଡ଼ିଓ ଓ ଫଟୋ ମଧ୍ୟ ସୁଟିଂ କରିଥିଲେ ।

ରାଣୀ ହୋସକୁ ଫେରିବା ପରେ ଅଂଶୁମାନ ତା ସହ ପ୍ରତାରଣାରେ ଶିକାର ହେବା କଥା ପରିବାର ପାଖରେ କହିଥିଲା । ଏହି ଘଟଣାରେ ପରିବାର ପକ୍ଷରୁ ଥାନାରେ ଦିଆଯାଇଥିଲା ଏତାଲା ।ଏହି ଘଟଣାରେ ଅଂଶୁମାନ ସହ ଆହୁରି ୫ଜଣ ସାଙ୍ଗକୁ ଗିରଫ କରିଛି ପୋଲସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.