ଅସଂଜତ ଅବସ୍ଥାରେ ଦେଖିନେଲେ : ଯୁବକଙ୍କୁ ହତ୍ୟାକଲା ପ୍ରେମିକାର ପୁରୁଷ ବନ୍ଧୁ
11/01/2021 at 3:57 PM

ବରେଲୀ ୧୧/୦୧ : ଉତ୍ତର ପ୍ରଦେଶ କ୍ଷେରୀ ଜିଲ୍ଲାର ଲକ୍ଷ୍ମୀପୁରରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ପ୍ରେମିକ ନିଜ ପ୍ରେମିକାର ଅନ୍ୟ ଜଣେ ପ୍ରେମିକକୁ ତଣ୍ଟି ଚିପି ହତ୍ୟା କରିଥିବା ସୂଚନା ମିଳିଛି । ଯୁବତୀଜଣକ ନିଜର ପ୍ରେମିକଙ୍କ ସହ ଅସଞ୍ଜତ ଅବସ୍ଥାରେ ଥିବା ଦେଖିବା ପରେ ଉତକ୍ଷିପ୍ତ ହୋଇଯାଇଥିଲେ ଆଉ ଜଣେ ପ୍ରେମିକ । ଏହା ପରେ
ପୋଲିସ କହିବା ମୁତାବକ ମୃତ ଯୁବକଜଣକ ସରଜୀତ କୁମାର । ସେ ଗତ ବୁଧବାର ଦିନଠାରୁ ନିଖୋଜ ଥିଲେ । ତେବେ ତାଙ୍କ ମୃତ ଦେହ ଶୁକ୍ରବାର ସ୍ଥାନୀୟ ସୁନସୀ ଗାଁ ନିକଟରୁ ମିଳିଥିଲା । ଗ୍ରାମବାସୀମାନେ ପ୍ରଥମେ ମୃତଦେହକୁ ଦେଖି ପୋଲିସକୁ ଫୋନ କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଯୁବକଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଥିଲା ପୋଲିସ । ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରାଯାଇଥିଲା ।
ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଥିଲା ଯେ, ଜଣେ ବିଧବା ମହିଳାଙ୍କ ସହ ମୃତ ଯୁବକଙ୍କ ସମ୍ପର୍କ ଥିଲା । ସରଜୀତଙ୍କ ମୋବାଇଲ କଲ ରେକର୍ଡ ଯାଞ୍ଚ କରିବା ପରେ ଉକ୍ତ ମହିଳାଙ୍କ ବିଷୟରେ ଜାଣିବାକୁ ପାଇଥିଲା ପୋଲିସ । ତେବେ ପୋଲିସ ଜାଣିବାକୁ ପାଇଥିଲା ଯେ ସେହି ମହିଳାଙ୍କ ସ୍ବାମୀ ଦୁଇ ବର୍ଷ ପୂର୍ବରୁ ମୃତ୍ୟୁବରଣ କରିସାରିଛନ୍ତି । ଏହା ପରେ ଉକ୍ତ ମହିଳାଜଣକ ଦୁଇଜଣ ଯୁବକଙ୍କ ସହ ସମ୍ପର୍କ ରଖିଥିଲେ । କିନ୍ତୁ ଏ ବିଷୟରେ ଉଭୟ ପ୍ରେମିକ ଜାଣିନଥିଲେ ।
ତେବେ ଗତ ବୁଧବାର ଦିନ ପ୍ରେମିକା ଓ ପୁରୁଷ ବନ୍ଧୁ ହରପାଲଙ୍କୁ ଅସଞ୍ଜତ ଅବସ୍ଥାରେ ଦେଖିନେଇଥିଲେ ପ୍ରେମିକ ସରଜୀତ । ଏଥିରେ ଉତକ୍ଷିପ୍ତ ହୋଇ ହରପାଲ ସୁରଜିତଙ୍କ ତଣ୍ଟି ଚିପି ହତ୍ୟା କରିଥିଲା । ଏଥିରେ ସହଯୋଗ କରିଥିଲା ପ୍ରେମିକାଜଣକ । ଏହା ପରେ ଉଭୟ ସରଜୀତଙ୍କ ମୃତଦେହକୁ ସ୍ଥାନୀୟ ଗାଁ ନିକଟରେ ପକେଇ ଦେଇଥିଲେ । ଉଭୟ ଅଭିଯୁକ୍ତ ପ୍ରେମିକା ଏବଂ ତାଙ୍କ ପୁରୁଷ ବନ୍ଧୁ ଏବେ ବି ଫେରାର ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ ଜାରି ରହିଛି ।