ମୋର ନୁହେଁ ତ କାହାର ନୁହେଁ..ପ୍ରେମିକାର ଚରିତ୍ର ସନ୍ଦେହ କରି ଦୁଷ୍କର୍ମ ପରେ ହତ୍ୟାକରି ପାଣିଟାଙ୍କିରେ ପକାଇଥିଲା ପାଗଳ ପ୍ରେମିକ

Published By : Prameya-News7 Bureau | March 19, 2019 IST

ଜି.ଉଦୟଗିରି ୧୯/୩- ପ୍ରେମିକାର ଚରିତ୍ର ସନ୍ଦେହରେ  କରିଥିଲା ହତ୍ୟା । ହତ୍ୟା କରିବା ପୂର୍ବରୁ ବି ଶେଷଥର ପାଇଁ ପ୍ରେମିକା ସହ ରଖିଥିଲା ଶାରୀରିକ ସଂପର୍କ । ତା ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ପାଣିଟାଙ୍କିରେ ଉଲଗ୍ନ  ପ୍ରେମିକାର ଶବରେ ବାଲିବସ୍ତା ବାନ୍ଧି ପକାଇଥିଲା ପାଣି ଟାଙ୍କିରେ । ଏବେ ପୋଲିସ ହାତରେ ଧରାଦେଇଥିବା ପାଗଳ ପ୍ରେମୀ ମୂଳରୁ ଶେଷଯାଏଁ ବଖାଣିଛି ଲଭ-ସେକ୍ସ-ମର୍ଡ଼ରର କାହାଣୀ ।

ନାଁ ସୁମନ୍ତ ଦିଗାଲ ।ଘର-କଟେଡ଼ବାଡ଼ି । ଥାନା-ରାଇକିଆ । ଯୁକ୍ତଦୁଇର ଛାତ୍ର । ନିଜର ପ୍ରେମିକପଣିଆର ପ୍ରମାଣ ନିଜେ । ପ୍ରେମପାଇଁ କିଛି ବି କରିପାରେ ଫୋନରେ ସିନା ପ୍ରେମିକାକୁ କହେ..ହେଲେ ସତରେ କରି ଦେଖାଇଦେଇଛି । କଣ ଥିଲା ଘଟଣା ସବୁ ଗୋଟିଗୋଟି କରି ପୋଲିସ ଆଗରେ କହିଛି ସୁମନ୍ତ ଦିଗାଲ ।

ସେଦିନ ଥିଲା ମାର୍ଚ୍ଚ ୧୩ ତାରିଖ । ଜଳଯୋଗାଣ ବିଭାଗର ଜଣେ କର୍ମଚାରୀ ପାଣିଟାଙ୍କି ଭିତର  କଣ ଭାସୁଛି ଦେଖିଥିଲେ । ତା ପରେ ସେ ସ୍ଥାନୀୟଲୋକଙ୍କ ଉପସ୍ଥିତିରେ ବାହାର କରି ଯାହା ଦେଖିଥିଲେ ଆଖିକୁ ବିଶ୍ଵାସ କରିହେବନି । ଜଣେ ଯୁବତୀର ଉଲଗ୍ନ ମୃତଦେହ । ବାଲିବସ୍ତା ଅଣ୍ଟାରେ ବନ୍ଧାହୋଇ ପଡ଼ିଥିଲା ପାଣିଟାଙ୍କିରେ । ପଚିସଢ଼ି ଯାଇଥିବାରୁ ଚିହ୍ନି ବି ହେଉ ନଥିଲା ।

ପୋଲିସ ଶବକୁ ଜବତ କରିଥିଲା । କିନ୍ତୁ ସେହି ଅଂଚଳରେ ବିବାହ କରିଥିବା ଜଣେ ମହିଳା ଆସି ଦାବୀକଲେ ମୃତ ଯୁବତୀ  ତାଙ୍କ ଭଉଣୀ ।

ଏଇଠୁ ଆରମ୍ଭ ହେଲା ତନାଘନା ।ମୃତ ଯୁବତୀଙ୍କ ଘର ଦାରିଙ୍ଗିବାଡ଼ି । ନାଁ ଚିଲିକା ଦିଗାଲ  । ଭଉଣୀଘର ରାଇକିଆ ଅନେକ ସମୟରେ ଆସୁଥିଲା । ଭଉଣୀ ଘରକୁ ଯିବାଆସିବା ମଧ୍ୟରେ ସୁମନ୍ତ ନାମକ ଜଣେ ଯୁବକଙ୍କ ସହ ପ୍ରେମ ହୋଇଥିଲା ।

ଚିଲିକା ଓ ସୁମନ୍ତ ପ୍ରେମରେ ହୋଇଗଲେ ପାଗଳ । ଦୁହେଁ ଦୁହିଁକୁ ଏତେ ଭଲ ପାଇଲେ ଦଣ୍ଡେ କି ଘଡ଼ିଏ ନ ଦେଖିଲେ ରହି ପାରୁ ନଥିଲେ ।ଯେତେ ଫୋନରେ କଲ୍ କିମ୍ବା ଭିଡ଼ିଓ କଲ୍ କଲେ ବି ସେମାନଙ୍କ ମନ ବୁଝୁ ନଥିଲା । ସେଥିପାଇଁ ଚିଲିକାକୁ ଦେଖା କରିବାକୁ ସୁମନ୍ତ କିମ୍ବା ଚିଲିକା ଭଉଣୀ ଘରକୁ ଆସିବା ବାହାନାରେ ସୁମନ୍ତକୁ ଆସି ଦେଖା କରୁଥିଲା । ଏମିତିକି ସେମାନେ ଲୁଚାଛପା ବି ରଖୁଥିଲେ ଶାରୀରିକ ସଂପର୍କ ।

କିନ୍ତୁ ଏହି ସଂପର୍କ ଭିତରେ କିଛିଦିନ ପରେ ଆସିଲା ପ୍ରତିବନ୍ଧକ । ପ୍ରେମ ଆକାଶରେ ଉଡ଼ିଲା ସନ୍ଦେହର ଇଗଲ । ପ୍ରେମିକା ଆଉ କାହାସହ ସଂପର୍କ ରଖିଛି... ଆଉ କାହାସହ ଗପୁଛି..ଏମିତି ନାନାପ୍ରଶ୍ନ ସୁମନ୍ତ ମନରେ ଉଙ୍କି ମାରିଲା । ସେ ଚିଲିକାକୁ ଅଧିକରୁ ଅଧିକ ସନ୍ଦେହ କରିବାକୁ ଲାଗିଲା । ସେଥିପାଇଁ ଉଭୟଙ୍କ ମଧ୍ୟରେ ଅନେକ ସମୟ ଝଗଡ଼ା ବି ହେଲା । ଚିଲିକା ଆଉ କାହାସହ ପ୍ରେମ କରୁଛି ..ଆଉ କାହାସହ ଶାରୀରିକ ସଂପର୍କ ରଖୁଛି ଭାବି ସୁମନ୍ତ ହୋଇଗଲା ପାଗଳ । ନିଜକୁ ଆଉ ନିୟନ୍ତ୍ରଣ ଭିତରେ ରଖିପାରିଲା ନାହିଁ ସୁମନ୍ତ । ପ୍ରତିଶୋଧ ନେବାପାଇଁ କଲା ପ୍ଲାନିଂ । ନିଜ ମନଭିରେ ତିଆରିକଲା ବ୍ଲୁ ପ୍ରିଣ୍ଟ୍ । ସେହି ଯୋଜନା ଅନୁସାରେ ଡ଼ାକିଲା ଚିଲିକାକୁ ଆଉ ଆରମ୍ଭ କଲା ନିଜର ମିଶନ ।

ମାର୍ଚ୍ଚ ୪ ତାରିଖରେ ଚିଲିକା ଘରୁ ପଳେଇ ଆସିଥିଲା ।ସୁମନ୍ତ ସହ ମିଶି ଚାରିଆଡ଼େ ବୁଲାବୁଲି ବି କରିଥିଲା । ସୁମନ୍ତ ଚିଲିକାକୁ ନେଇ ବିଭିନ୍ନ ସ୍ଥାନରେ ୨/୩ ଦିନ ବୁଲିବାପରେ ଚିଲିକା ପୁଣି ଘର ଦାରିଙ୍ଗିବାଡ଼ି ପଳେଇଯାଇଥିଲା । ପୁଣି ୧୧ ତାରିଖରେ ସୁମନ୍ତକୁ ଦେଖା କରିବାକୁ ଆସିଥିଲା ଚିଲିକା । ଦିନସାରା ବୁଲାବୁଲି କରିବା ପରେ ସଂଧ୍ୟାରେ ରାଇକିଆ କଟେଡ଼ବାଡ଼ି ପାଣିଟାଙ୍କି ନିକଟରେ ପହଂଚିଥିଲେ । ସୁମନ୍ତ ଚିଲିକାକୁ  ଖାଇବାକୁ ଆଣିଦେଇଥିଲା । ଏହି ଖାଦ୍ୟରେ ସୁମନ୍ତ ମୂଷାବିଷ ମିଶାଇଥିଲା ବୋଲି ନିଜେ ସ୍ବୀକାର କରିଛି । ଚିଲିକା ଏହି ଖାଦ୍ୟ ଖାଇବା ପରେ ଦେହ ତାର  ଅବଶ ହୋଇ ପଡ଼ିଥିଲା । ସୁମନ୍ତ ସେହି ସମୟରେ ଚିଲିକା ସହ ଶାରୀରିକ ସଂପର୍କ ରଖିଥିଲା । ତାପରେ ସେ ଚିଲିକାର ତଣ୍ଟିଚିପି ହତ୍ୟା କରିଥିଲା । ହତ୍ୟାକରିବା ପରେ ଚିଲିକାଦେହରୁ ସବୁ ଡ଼୍ରେସ ଖୋଲିଦେଇଥିଲା । ଅଣ୍ଟାରେ ବାଲିବସ୍ତା ବାନ୍ଧି ପାଣିଟାଙ୍କିରେ ପକାଇଦେଇଥିଲା । ତାପରେ କେହି କିଛି ଜାଣିବା ପୂର୍ବରୁ ସେ ସ୍ଥାନଛାଡ଼ି ଚାଲିଆସିଥିଲା ।

ତା ଗୋଟିଏ ଦିନ ପରେ ଅର୍ଥାତ ୧୩ ତାରିଖରେ ପାଣି ଟାଙ୍କିରେ କଣ ଗୋଟେ ଭାସୁଥିବା ଓ ଦୁର୍ଗନ୍ଧ ଆସୁଥିବା କଥା ଜଳଯୋଗାଣ ଦାୟିତ୍ବରେ ଥିବା କର୍ମଚାରୀ ଜାଣିବାକୁ ପାଇଥିଲା । ପାଣିଟାଙ୍କିରୁ ଯୁବତୀଙ୍କ ଶବ ଉଦ୍ଧାର ହେବା ପରେ ମିଳି ନଥିଲା ପରିଚୟ ।

ଗାଁ ପାଣିଟାଙ୍କିରୁ ଜଣେ ଅଚିହ୍ନା ଯୁବତୀର ଶବ ଭାସୁଥିବା କଥା ପ୍ରଚାରିତ ହୋଇଯିବା ପରେ ଲୋକମାନେ ଦେଖିବାକୁ ରୁଣ୍ଡ ହୋଇଯାଇଥିଲେ । ଏହି ଅଚିହ୍ନା ଯୁବତୀକୁ ଦେଖିବାକୁ ବି ଆସିଥିଲା ଚିଲିକାର ଭଉଣୀ । କିନ୍ତୁ ଆସି ଦେଖିବା ପରେ ସେ ଉଲଗ୍ନ ଯୁବତୀର ଶବ ଆଉ କାହାର ନଥିଲା.. ଥିଲା ନିଜ ଭଉଣୀ ଚିଲିକାର ।

ତା ପରେ ଚିଲିକାର ଭଉଣୀର କଥା ଅନୁସାରେ ସୁମନ୍ତକୁ ଠାବ କରିବା ପରେ ମିଳି ପାରିଥିଲା ଘଟଣା ପଛର କାହାଣୀ କଣ ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.