Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||

୪ବର୍ଷର ପୁଅର ଆଖି ସାମନାରେ ବିବାହିତା ମହିଳାକୁ ଛୁରୀ ଭୁଷିଲା ପାଗଳ ପ୍ରେମିକ : ଛଟପଟ ହୋଇ ଆଖି ବୁଜିଲେ ମହିଳା

29/06/2019 at 12:16 PM

ଜଣେ ପାଗଳ ପ୍ରେମିକ ନିଜ ପ୍ରେମିକାକୁ ତା’ର ୪ବର୍ଷର ପୁଅ ସାମନାରେ ଛୁରୀ ଭୁଷି ହତ୍ୟା କରିଛି। ​ପ୍ରେମିକା ନିଜ ଜୀବନ ବଞ୍ଚାଇବା ପାଇଁ ଗଳି ଆଡ଼କୁ ଧାଇଁବାରୁ ପ୍ରେମିକ ତାଙ୍କ ପଛରେ ଗୋଡ଼ାଇ ଗୋଡ଼ାଇ ତାଙ୍କୁ ଆକ୍ରମଣ କରିଥିଲା। ଏହାପରେ ପାଗଳ ପ୍ରେମିକ ନିଜ ଗଳାରେ ମଧ୍ୟ ଛୁରୀ ଭୁଷି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା। ଏହି ହୃଦୟ ବିଦାରକ ଘଟଣାଟି ଘଟିଛି ରାଜଧାନୀ ଦିଲ୍ଲୀରେ।

ଏହି ପାଗଳ ପ୍ରେମିକର ନାଁ ସନି। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଉଭୟଙ୍କୁ ଏମ୍ସର ଟ୍ରୋମା ସେଣ୍ଟରରେ ଭର୍ତ୍ତି କରିଥିଲେ,ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ କିନ୍ତୁ ହତ୍ୟାକାରୀ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ରହିଛି। ଏହି ଘଟଣା ଶୁକ୍ରବାର ସକାଳେ ଘଟିଛି। ମୃତା ମହିଳାଙ୍କ ନାଁ ପିଙ୍କି(୨୩) ବୋଲି ଜଣାପଡ଼ିଛି। ପୋଲିସ୍ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସନି ନିଜର ପୂର୍ବତନ ପ୍ରେମିକାକୁ ଦେଖା କରିବା ପାଇଁ ତାଙ୍କ ଘରକୁ ପହଞ୍ଚିଥିଲା। ପିଙ୍କି ଏଠାରେ ତାଙ୍କ ସ୍ବାମୀ ଏବଂ ତାଙ୍କ ୪ବର୍ଷର ପୁଅ ସହ ରହୁଥିଲେ। ସନି ତାଙ୍କ ପାଖରେ ପହଞ୍ଚିବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ଏବଂ ଏହା ପରେ ସନି,ପିଙ୍କିଙ୍କୁ ଛୁରୀରେ ଆକ୍ରମଣ କରିଥିଲା। ପିଙ୍କି ନିଜ ଜୀବନ ବଞ୍ଚାଇବା ପାଇଁ ଗଳି ଆଡ଼କୁ ଧାଇଁଥିଲେ। ଅଭିଯୁକ୍ତ ଗଳିରେ ଗୋଡ଼ାଇ ଗୋଡ଼ାଇ ତାଙ୍କୁ ଛୁରୀ ଭୁଷିଥିଲା। ସେ ପିଙ୍କିଙ୍କୁ ୧୨ରୁ ଅଧିକ ଥର ଆକ୍ରମଣ କରିଥିଲା। ଯେତେବେଳେ ପିଙ୍କି ରକ୍ତାକ୍ତ ହୋଇ ଗଳିରେ ପଡ଼ିଯାଇଥିଲେ ସେତେବେଳେ ସନି ନିଜ ଗଳାକୁ ଛୁରୀରେ କାଟି ନିଜକୁ ଗୁରୁତର ଆହତ କରିଥିଲା।

ଯେତେବେଳେ ଅଭିଯୁକ୍ତ ସନି ପିଙ୍କିଙ୍କୁ ଆକ୍ରମଣ କରୁଥିଲା ସେତେବେଳେ ଆଖ ପାଖରେ ଅନେକ ଲୋକ ଏହି ଘଟଣାକୁ ଦେଖୁଥିଲେ। କିନ୍ତୁ କେହି ବି ତାଙ୍କୁ ସାହାଯ୍ୟ କରିନଥିଲେ। କେବଳ ମୃତ୍ୟୁର ତାମସା ଦେଖିଥିଲେ। ପିଙ୍କିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

ସନି ଆମ୍ବେଦକର ଅଞ୍ଚଳରେ ରହୁଥିଲା। ପିଙ୍କି ତା’ ପାଇଁ ସବୁବେଳେ ଚିନ୍ତାରେ ରହୁଥିଲେ। ତାଠୁ ଦୂରେଇ ଯିବାପାଇଁ ନିଷ୍ପତ୍ତି ନେଇଥିଲେ। ସେଥିପାଇଁ ପିଙ୍କି ଦିଲ୍ଲୀର ଏକ ଭଡ଼ାଘର ନେଇ ସେଠାରେ ରହିଥିଲେ କିନ୍ତୁ ଅଭିଯୁକ୍ତ ସନ୍ନି ସେଠାରେ ମଧ୍ୟ ପହଞ୍ଚି ହତ୍ୟାକାଣ୍ଡ ଭିଆଇଥିଲା।

   Related Posts