Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||
  • ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୨ ବିରୋଧି ଦଳ, ମାଗଣା ଟିକା ସହ ବେରୋଜଗାରୀଙ୍କୁ ଭତ୍ତା ଦେବାକୁ ରଖିଲେ ଦାବି
  • ||
  • ପଶ୍ଚିମ ଓଡିଶାରେ କରୋନା ପରିଚାଳନା ଦାୟିତ୍ୱ ନେବ ଡବ୍ଲ୍ୟୁଓଡିସି, ୧୦ ଜିଲ୍ଲାକୁ ଦେଲା ୨୫ କୋଟି ଟଙ୍କା
  • ||
  • ଅମାନିଆଙ୍କୁ ସାବାଡ୍ କରିବାକୁ ଯାଇଥିଲେ, ତହସିଲଦାରଙ୍କୁ ବାଟୁଳି ମାଡ କଲେ ଲୋକେ
  • ||
  • କବର ଦେବାକୁ ଘରେ ନଥିଲେ କେହି ପୁରୁଷ, ପିପିଇ କିଟ୍ ପିନ୍ଧି ମୁସଲିମ୍ ବୃଦ୍ଧଙ୍କ ଶେଷକୃତ୍ୟ ସମ୍ପନ୍ନ କଲେ ବିଡିଓ
  • ||
  • ପୃଥିବୀରେ ହେବ ଉଲକା ବର୍ଷା, ଏହି ଦିନ ଆକାଶରେ ଦେଖିବାକୁ ମିଳିବ ଦୁର୍ଲଭ ଦୃଶ୍ୟ…
  • ||

ପ୍ରେମିକା ଘର ଆଗରେ ପ୍ରେମିକକୁ ପିଟିପିଟି ହତ୍ୟା : ବିବାହ ପାଇଁ ଅପହରଣର କରିଥିଲେ ଯୋଜନା

29/04/2020 at 2:08 PM

ବାଗପତ ୨୯।୪: ପ୍ରେମିକାଙ୍କୁ ଅପହରଣ କରି ବିବାହ କରିବାକୁ ଚାହୁଁଥିବା ପ୍ରେମିକଙ୍କୁ ହତ୍ୟା କରାଯାଇଛି । ତାହା ପୁଣି ପ୍ରେମିକା ଘରେ ଆଗରେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶ ବାଗପତ ଜିଲ୍ଲାର ।

ସୂଚନାଯୋଗ୍ୟ ଯେ, ବାଗପତ ଜିଲ୍ଲାର ରାମାଲା ଥାନା ଅନ୍ତର୍ଗତ କିରଠଲ ଗ୍ରାମରେ ଘଟିଛି ଏହି ହତ୍ୟାକାଣ୍ଡ । ସୋମବାର ରାତିରେ କପିଲ ନାମକ ଜଣେ ଯୁବକଙ୍କୁ ତାଙ୍କ ପ୍ରେମିକାଙ୍କ ପରିବାରଲୋକ ଏବଂ ଗ୍ରାମବାସୀ ପିଟି ପିଟି ମାରିଦେଇଛନ୍ତି ।

କପିଲ ତାଙ୍କର କିଛି ସାଙ୍ଗଙ୍କ ସହ ଗାଁର ଜଣେ ଯୁବତୀଙ୍କୁ ବନ୍ଧୁକ ଦେଖାଇ ଜୋରଜବରଦସ୍ତ ଉଠାଇନେବା ପାଇଁ ଆସିଥିଲା । ଏହା ଜାଣିପାରି ଯୁବତୀଙ୍କ ପରିବାର ସଦସ୍ୟ ପାଟିତୁଣ୍ଡ କରିଥିଲେ । ଫଳରେ ଅପହରଣ ପାଇଁ ଆସିଥିବା ୧୦-୧୨ ଜଣ ଯୁବକଙ୍କୁ ଗ୍ରାମବାସୀ ଘେରିଯାଇଥିଲେ । ଏହି ସମୟରେ କପିଲଙ୍କ ସାଙ୍ଗମାନେ ସୁଯୋଗ ପାଇ ଗୁଳି ଚଳାଇ ସେଠାରୁ ଦୌଡି ପଳାଇଯାଇଥିଲେ । ମାତ୍ର କପିଲ ଗ୍ରାମବାସୀଙ୍କ ହାବୁଡରେ ପଡିଯାଇଥିଲେ । ଯୁବତୀଙ୍କ ପରିବାରଲୋକ ଏବଂ ଗ୍ରାମବାସୀମାନେ ମିଶି  ଅତି ନିର୍ମମ ଭାବେ ପିଟିପିଟି କପିଲଙ୍କୁ ହତ୍ୟା କରିଛନ୍ତି ।

ଗ୍ରାମବାସୀଙ୍କ କହିବା ଅନୁସାରେ, କପିଲ ଦୀର୍ଘ ଦିନ ଧରି ଯୁବତୀଙ୍କୁ ସାଙ୍ଗରେ ନେଇଯିବା ପାଇଁ କହି ତାଙ୍କୁ ହଇରାଣ ହରକତ କରୁଥିଲେ । ଯୁବତୀଙ୍କ ପରିବାରଲୋକ ଏନେଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ । କପିଲଙ୍କୁ ଅନେକ ଥର ଧରି ପୋଲିସକୁ ହସ୍ତାନ୍ତର ମଧ୍ୟ କରିଥିଲେ । ମାତ୍ର ପୋଲିସ ଏହି ମାମଲାକୁ ହାଲୁକା ଭାବେ ନେଇଥିଲା । ଫଳରେ ଆଜି ଏଭଳି ଭାବେ କପିଲଙ୍କ ମୃତ୍ୟୁ ହୋଇଛି ।

ପୋଲିସ ଏହି ମାମଲାରେ ଯୁବତୀଙ୍କ ପରିବାରର ଦୁଇ ଜଣ ସଦସ୍ୟଙ୍କୁ ଅଟକ ରଖି ପଚରାଉଚରା କରୁଛି । ଯୁବତୀଙ୍କ ବାପାଙ୍କ ଦେହରେ ଗୁଳି ବାଜିଛି । ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

   Related Posts