ବାହାହେବା ଡ଼େରି ହେବାରୁ ପ୍ରେମିକ ଲଗାଇଦେଲା ନିଆଁ ପ୍ରେମିକାର ଘରେ

Published By : Prameya-News7 Bureau | February 08, 2019 IST

ଜାମୁନଗର ୮/୨-ଜଣେ ବିବାହିତା ମହିଳାଙ୍କୁ ବିବାହ କରିବାକୁ ପ୍ରେମିକ ମହିଳାଙ୍କ ଘରେ ଲଗାଇଦେଲା ନିଆଁ । ବିବାହ କରିବାର ତାରିଖ ଘୁଂଚି ଯିବାରୁ ଘଟାଇଛି ଏହିଭଳି ଅଘଟଣ ।

ଏହିଭଳି ଅଘଟଣ ଘଟିଛି ଜାମୁନଗର ଅଂଚଳରେ । ୨୦୧୩ ମସିହାରେ ବିବାହ କରିଥିଲେ ମହିଳା । ସ୍ଵାମି-ସ୍ତ୍ରୀ ମଧ୍ୟରେ ଅନେକ ସମୟରେ ହେଉଥଲା ଝଗଡ଼ା । ଏହି କାରଣରୁ ମହିଳା ନିଜ ବାପ ଘର ପାଖରେ ରହୁଥିଲେ । ଏମିତିକି ତାଙ୍କ ସ୍ଵାମୀଙ୍କ ଠାରୁ ମଧ୍ୟ ପୁଅଟିଏ ମଧ୍ୟ ଜନ୍ମ କରିଥିଲେ ।

ବାପଘରେ ରହିବା ସମୟରେ ମୋହିତ ନାମକ ଜଣେ ଯୁବକଙ୍କ ସହ ହୋଇଥିଲା ପରିଚୟ । ମୋହିତ ସବୁ ଜାଣି ବି ସୁଦ୍ଧା ବିବାହ କରିବାକୁ ରାଜି ହୋଇଥିଲେ । ବିବାହ କରିବାର ବି ତାରିଖ ଠିକ ହୋଇଥିଲା ।

ଏହି ସମୟରେ ଯୁବତୀଙ୍କ ଭଉଣୀ ବାଙ୍ଗାଲୁରୁରେ ରହୁଥିଲା । ତେଣୁ ବୁଲିବାକୁ ମହିଳାଙ୍କୁ ଡ଼ାକିଥିଲା ଯୁବତୀ । ମହିଳା ବୁଲିବାକୁ ଭଉଣୀଙ୍କ ପାଖକୁ ଚାଲିଯାଇଥିଲେ । ମହିଳାଙ୍କୁ ବାରମ୍ବାର ଫୋନ କରିବା ସତ୍ତ୍ଵେ ବି ଫେରିବାକୁ ଡ଼େରି ହେବ ବୋଲି କହିଥିଲା । ଏହି କାରଣ ପାଇଁ ଯୁବକ ଉତକ୍ଷିପ୍ତ ହୋଇପଡ଼ିଥିଲେ ।

ସେ ନ ଆସିଲେ ତାଙ୍କ ଘରେ ନିଆଁ ଲଗାଇଦେବେ ବୋଲି ଫୋନରେ କହିଥିଲା ଯୁବକ । ଅଳ୍ପଦିନ ମଧ୍ୟରେ ପହଂଚିବାକୁ ଯୁବକଙ୍କୁ କହିଥିଲେ ମହିଳା । ହେଲେ ଯୁବକ କିଛି ମାନି ନଥିଲେ । ସେ ମହିଳାଙ୍କ ଘରେ ନିଆଁ ଲଗାଇଦେଇଥିଲେ ।

ମହିଳାଙ୍କୁ ଜଣେ ପଡ଼ୋଶୀ ଏ ବାବଦରେ ଫୋନରେ ଜଣାଇଥିଲେ । ମହିଳା ବାଙ୍ଗାଲୁରୁ ଫେରି ଏସବୁ କାଣ୍ଡ ଯୁବକ ଭିଆଇଥିବା କଥା ଦେଖିଥିଲେ । ଗଡ଼ରେଜ ଖୋଲି ଦେଖିଲା ବେଳକୁ ନିଜର ଲାପଟପ, ଟ୍ୟାବ, ସୁନା ଗହଣା ଚୋରି ହୋଇଯାଇଥିବା ଦେଖିଥିଲେ । ଏବାବଦରେ ଥାନାରେ ମୋହିତଙ୍କ ନାଁରେ ଏତାଲା ଦେଇଥିଲେ । ପୋଲିସ ଏହି ଘଟଣାରେ ମୋହିତକୁ ଖୋଜୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.