ସ୍ଵାମୀ-ସ୍ତ୍ରୀ ଶୋଇଥିବା ବେଳେ ରାତି ଗୋଟାଏରେ ପହଂଚିଲା ପ୍ରେମିକ, ମହିଳାଙ୍କ ପୁଅ କାନ୍ଦିବାରୁ ପ୍ରେମିକ ପଡ଼ିଲା ଧରା

Published By : Prameya-News7 Bureau | February 11, 2019 IST

କାନପୁର ୧୧/୨- ଜଣେ ଯୁବକ ବିବାହିତା ମହିଳାଙ୍କ ଘରେ ପଶି ହଟ୍ଟହଟ୍ଟା । ମହିଳାଙ୍କ ସ୍ଵାମୀ ଉଠିପଡ଼ିବାରୁ ଯୁବକ ପଡ଼ିଲେ ଧରା ।

ଏହିଭଳି ଘଟଣା ହରଦୌଇ ଜିଲ୍ଲାର ବଧୌଳୀରେ ଘଟିଥିବା ଜଣାଯାଇଛି । ରାତିରେ ଶୋଇଥିବା ବେଳେ ଯୁବକ ବିବାହିତାଙ୍କ ଘରେ ପଶିଥିଲେ । ବିବାହିତା ମହିଳାଙ୍କ ସହ ପୂର୍ବରୁ ପ୍ରେମସଂପର୍କ ଥିଲା । ବିବାହପରେ ବି ସେହି ସଂପର୍କରେ ଭଟ୍ଟା ପଡ଼ି ନଥିଲା । ସେମାନେ ଆଗଭଳି ଗୋପନରେ ମିଳାମିଶା କରୁଥିଲେ ।

ଘଟଣା ଘଟିବାର ରାତିରେ ମହିଳାଙ୍କ ସ୍ଵାମୀ ନଥିବା ଜାଣି ଯୁବକ ତାଙ୍କ ଘରକୁ ଯାଇଥିଲେ । ବିବାହିତା ମହିଳାଙ୍କ ସହ ମଧ୍ୟ ଶାରୀରିକ ସଂପର୍କ ରଖିଥିଲେ । ଏହି ସମୟରେ ମହିଳାଙ୍କ ଛୋଟପୁଅ କାନ୍ଦିବାରୁ ମହିଳାଙ୍କ ସ୍ଵାମୀ ନିଦରୁ ଉଠିପଡ଼ିଥିଲେ ।

ଯୁବକଙ୍କ ପାଖରେ ଥିବା ଧାରୁଆ ଅସ୍ତ୍ରରେ ମହିଳାଙ୍କ ସ୍ବାମୀଙ୍କୁ ଆଘାତ କରି ଚାଲିଯାଇଥିଲେ । ମହିଳା ମଧ୍ୟ ଏହି ସମୟରେ ଚାଲିଯିବାକୁ ଉଦ୍ୟତ ହେଲାବେଳେ ଘର ଲୋକ ସମସ୍ତେ ଉଠି ପଡ଼ିଥିଲେ ।

ଫଳରେ ଯୁବକଙ୍କୁ କାବୁ କରିବା ସହ ମହିଳାଙ୍କ ସ୍ଵାମୀଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରିଛନ୍ତି ପରିବାର ଲୋକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.