ଏକାସଙ୍ଗେ ୧୦ଛୁଆଙ୍କୁ ଜନ୍ମ ଦେବା ଦାବି ମିଛ ! ବୟଫ୍ରେଣ୍ଡ କହିଲେ ଏମିତି

Published By : Prameya-News7 Bureau | June 17, 2021 IST

କେପ୍ ଟାଉନ୍ ୧୭।୬: ନିକଟରେ ଦକ୍ଷିଣ ଆଫ୍ରିକାର ଜଣେ ମହିଳା ୧୦ ଛୁଆଙ୍କୁ ଜନ୍ମ ଦେଇଥିବା ନେଇ ଦାବି କରିଥିଲେ । ମାତ୍ର ଏ ନେଇ ଏବେ ଏକ ବଡ ଖବର ସାମ୍ନାକୁ ଆସିଛି । ମହିଳାଙ୍କ ପୁରୁଷ ବନ୍ଧୁ ଏବେ ଏହି ମହିଳାଙ୍କ ଦାବିକୁ ମିଥ୍ୟା ବୋଲି କହୁଛନ୍ତି । ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ ଗୋସିୟାମୀ ଧମାରା ସିଟହୋଲ ତାଙ୍କ ପୁରୁଷ ବନ୍ଧୁ ତେବୋଗୋଙ୍କୁ କହିଥିଲେ ଯେ, ଜୁନ୍ ୮ରେ ତାଙ୍କର ପ୍ରସବ ହୋଇଥିଲା । ଅନ୍ୟପଟେ ତେବୋଗୋ କହିଛନ୍ତି ଯେ, ଏପର୍ଯ୍ୟନ୍ତ ସେ ଗୋସିୟାମୀଙ୍କୁ ଭେଟି ନାହାନ୍ତି । ପରିବାରଲୋକଙ୍କ କହିବା ଅନୁସାରେ ଅନେକ ପ୍ରୟାସ ପରେ ବି ତେବୋଗୋ ଗୋସିୟାମୀଙ୍କୁ ଭେଟିପାରିନାହାନ୍ତି ।

{"id":467445,"sizeSlug":"large","linkDestination":"none"}

ତେବୋଗୋଙ୍କ ପରିବାର ଲୋକ କହିଛନ୍ତି ଯେ, ଗୋସିୟାମୀ ନା ତାଙ୍କ ପରିବାରର ଲୋକେସନର କୌଣସି ସୂଚନା ଦେଉଛନ୍ତି ନା ଛୁଆମାନଙ୍କ ସମ୍ବନ୍ଧରେ କୌଣସି କଥାବାର୍ତ୍ତା ହେଉଛନ୍ତି । ସେମାନେ କହିଛନ୍ତି ଏପର୍ଯ୍ୟନ୍ତ ଏମିତି କିଛି ପ୍ରମାଣ ନାହିଁ ଯାହା ଗୋସିୟାମୀ ୧୦ ଛୁଆଙ୍କୁ ଜନ୍ମ ଦେବା କଥାକୁ ସ୍ପଷ୍ଟ କରିବ । ସମ୍ପର୍କୀୟମାନେ କହିଛନ୍ତି ଏପର୍ଯ୍ୟନ୍ତ କେବଳ ମେସେଜରେ ହିଁ କଥାବାର୍ତ୍ତା ହୋଇପାରିଛି ।

{"id":467447,"sizeSlug":"large","linkDestination":"none"}

ଏହା ପୂର୍ବରୁ ବୟଫ୍ରେଣ୍ଡ ତେବୋଗୋ ଅପିଲ କରିଥିଲେ ଯେ, ଗୋସିୟାମୀଙ୍କୁ କୌଣସି ଆର୍ଥିକ ସମର୍ଥନ ଦିଆନଯାଉ । ଏକ ରିପୋର୍ଟ ଅନୁସାରେ ତେବୋଗୋ କହିଥିଲେ ଯେ, ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି ଯେ ଲୋକେ ଆମକୁ ସପୋର୍ଟ କରୁଛନ୍ତି । ଆମକୁ ଆର୍ଥିକ ସମର୍ଥନ ଦେଉଛନ୍ତି । ତେବୋଗୋ ଲୋକଙ୍କୁ ଅପିଲ୍ କରିଛନ୍ତି ଯେ, ଯେତେବେଳ ପର୍ଯ୍ୟନ୍ତ ମୋ ପରିବାର ଏବଂ ସମ୍ପ୍ରଦାୟ ଶିୀଶୁଟିକୁ ଦେଖିନାହାନ୍ତି ସେପର୍ଯ୍ୟନ୍ତ କେହି ହେଲେ ବି ସହାୟତା ପ୍ରଦାନ କରନ୍ତୁନାହିଁ । ଏ ପର୍ଯ୍ୟନ୍ତ ଏହା ମଧ୍ୟ ସ୍ପଷ୍ଟ ହୋଇନାହିଁ ଯେ, ଗୋସିୟାମୀ କେଉଁ ହସ୍ପିଟାଲରେ ଛୁଆଙ୍କୁ ଜନ୍ମ ଦେଇଛି ।

ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ଦାବି କରାଯାଇଥିଲା ଯେ, ୩୭ ବର୍ଷ ବୟସ୍କା ଗୋସିୟାମୀ ଏକାସଙ୍ଗେ ୭ ପୁଅ ଏବଂ ୩ ଝିଅଙ୍କୁ ଜନ୍ମ ଦେଇଛନ୍ତି । ଗର୍ଭବସ୍ଥାରେ ତାଙ୍କୁ ଡାକ୍ତର କହିଥିଲେ ତାଙ୍କର ୬ ଛୁଆ ହୋଇପାରନ୍ତି । ମାତ୍ର ଯେତେବେଳେ ଜୁନ୍ ୭ରେ ଗୋସିୟାମୀଙ୍କର ଅପରେସନ କରାଯାଇଥିଲା ସେତେବେଳେ ଏକାସଙ୍ଗେ ତାଙ୍କର ୧୦ ଛୁଆ ହୋଇଥିଲେ । ଗୋସିୟାମୀ କହିଥିଲେ ଯେ, ତାଙ୍କ ବୟଫ୍ରେଣ୍ଡ ଆଶଙ୍କା କରୁଥିଲେ ଯେ ତାଙ୍କର ୮ଛୁଆ ହୋଇପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.