ଚାରିଦିନ ଧରି ହୋଟେଲରେ ରଖି ପ୍ରେମିକା ସହ ସଂପର୍କ ରଖିବା ପରେ ଏକା ଛାଡ଼ି ଫେରାର ହୋଇଗଲେ ପ୍ରେମିକ

Published By : Prameya-News7 Bureau | April 01, 2019 IST

ଫତେହାବାଦ ୧/୪-ନାବାଳିକାକୁ ବିବାହ କରିବାକୁ ପ୍ରଲୋଭନ ଦେଖାଇ ଘରୁ ଡ଼ାକି ନେଇଥିଲା ଯୁବକ । ହେଲେ ବିବାହ କରିବାକୁ କହି ହୋଟେଲରେ ଚାରିଦିନ ରଖି କଲା ଦୁଷ୍କର୍ମ ।

ଫତେହାବଦରେ ରହୁଥିବା ଆଦିତ୍ୟ ଜଣେ ୧୫ ବର୍ଷ ବୟସ୍କ ନାବାଳିକା ସହ ପ୍ରେମ କରୁଥିଲା । ବିବାହ କରିବାର ପ୍ରତିଶୃତି ଦେଇ ବାରମ୍ବାର ଶାରୀରିକ ସଂପର୍କ ରଖୁଥିଲା ଆଦିତ୍ୟ ।

ସେମାନେ ସବୁଦିନ ପାଇଁ ଘର ଛାଡ଼ିବାକୁ କରିଥିଲେ ପ୍ଲାନିଂ । ସେଥିପାଇଁ ପ୍ରେମିକା ବି  ଛାଡ଼ିଦେଇଥିଲା ଘର । ସେମାନେ ଘର ଛାଡ଼ିବା ପରେ ଏକ ହୋଟେଲ ଭଡ଼ା ନେଇ ରହୁଥିଲେ ।  ଚାରିଦିନ ପ୍ରେମିକା ସହ ରହି ସଉକ ମେଣ୍ଟଇବା ପରେ ପରେ ଲୁଚି ପଳାଇ ଆସିଥିଲା ଆଦିତ୍ୟ ।

ଅନ୍ୟପକ୍ଷରେ ନାବାଳିକାଙ୍କ ଅପହରଣ ନେଇ ତାଙ୍କ ପରିବାର ପକ୍ଷରୁ ଥାନାରେ ଦିଆଯାଇଥିଲା ଏତାଲା । ହୋଟେଲରେ ଛାଡ଼ିଯାଇଥିବା ଆଦିତ୍ୟର ପ୍ରେମିକା ଅସହାୟ ହୋଇ ହୋଟେଲ ମାଲିକଙ୍କୁ କହିଥିଲା  । ହୋଟେଲ ମାଲିକ ନାବାଳିକାଙ୍କୁ ଥାନାରେ ଜିମା ଦେଇଥିଲା ।

ପରିବାରଲୋକ ଆସି ନାବାଳିକାଙ୍କୁ ଥାନାରୁ କରିଥିଲେ ଉଦ୍ଧାର । ମୁଖ୍ୟ ଅଭିଯୁକ୍ତ ଆଦିତ୍ୟକୁ ପୋଲିସ କରିବାର ସକ୍ଷମ ହୋଇନାହାଁନ୍ତି ।   

                                          

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.