ଶାଢ଼ୀ ପିନ୍ଧି, ନକଲି ଚୁଟି ଲଗାଇ ପ୍ରେମିକାକୁ ଦେଖା କରିବାକୁ ଆସିଲେ ପ୍ରେମିକ, କିନ୍ତୁ...

Published By : Prameya-News7 Bureau | June 02, 2021 IST

ଭଦୋହି ୦୨/୦୬ : ଉତ୍ତର ପ୍ରଦେଶ ଭଦୋହି ଅଞ୍ଚଳରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଜଣେ ଯୁବକ ମହିଳା ଭେଷରେ ଜଣକ ଘରକୁ ପଶିଗଲେ । ଯୁବକ ଜଣକ ମହିଳାଙ୍କ ଭଳି ସଜେଇ ମଧ୍ୟ ହୋଇଥିଲେ । ସେ ଏକ ଲେହେଙ୍ଗା ପିନ୍ଧିଥିଲେ ଓ ନକଲି ଚୁଟି ଲଗାଇଥିଲେ । ଘରେ ପଶି ସେ ଅନ୍ୟ ମହିଳାଙ୍କ ସହ ଯାଇ ବସି ପଡିଲେ । କିଛି ସମୟ ପରେ ଅନ୍ୟ ମହିଳାଙ୍କୁ ସନ୍ଦେହ ହୋଇଥିଲା । ସନ୍ଦେହ ହେବାପରେ ମାମଲା ସାମ୍ନାକୁ ଆସିଥିଲା ।
ଘରଲୋକ ପୋଲିସକୁ ସୂଚନା ଦେବା ପୂର୍ବରୁ ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ମାମଲା ଗୋପିଗଞ୍ଜ ଥାନା ଅଞ୍ଚଳର । କିଛି ଦିନ ପୂର୍ବରୁ ଗାଁରେ ଏକ ବିବାହ ସମାରୋହ ଥିଲା । ବିବାହରେ ଅନେକ ମହିଳା ଉପସ୍ଥିତ ଥିଲେ । ସେହି ମହିଳାମାନଙ୍କ ମଧ୍ୟରେ ଜଣେ ଯୁବକ ମହିଳା ଭେଷରେ ସାମିଲ ହୋଇଥିଲେ । କିନ୍ତୁ ଘରଲୋକ ତାଙ୍କୁ ନ ଚିହ୍ନିବା ପରେ ତାଙ୍କୁ ସନ୍ଦେହ ହୋଇଥିଲା ଓ ମାମଲା ଜଣାପଡିଥିଲା । ଜଣେ ଯୁବକର ମୁଣ୍ଡରେ ହାତ ରଖିବାରୁ ନକଲି ଚୁଟି ବାହାରି ଆସିଥିଲା । ଏହାପରେ ସେଠାରେ ହଙ୍ଗାମା ହୋଇଯାଇଥିଲା । ଧରା ପଡିବ ପରେ ଯୁବକ ମହିଳାଙ୍କ ସ୍ୱରରେ କଥା ହୋଇ ଉପସ୍ଥିତ ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରିଥିଲେ । ସ୍ଥାନୀୟ ଲୋକ ଏ ସମ୍ବନ୍ଧରେ ପୋଲିସକୁ ସୂଚନା ଦେବାକୁ ଯାଉଥିଲେ । ଠିକ ସେତିକିବେଳେ ଏକ ବାଇକରେ ଆଉ ଦୁଇ ଜଣ ଯୁବକ ଆସିଥିଲେ । ଉକ୍ତ ଯୁବକ ସେମାନଙ୍କ ସହ ସେଠାରୁ ଫେରାର ହୋଇଯାଇଥିଲେ । ଯୁବକ ମହିଳା ଭେଷରେ ଘରେ ପଶିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଗଲା । ତେବେ ଯୁବକ ଜଣକ ଏହିଭଳି ଭେଷ ବଦଳାଇ ଆସିବା ପଛରେ କଣ କାରଣ ଥିଲା ତାହା ଏବେ ଯାଏଁ ଜଣାପଡିନାହିଁ । ତେବେ ଯୁବକ ଜଣକ ନିଜ ପ୍ରେମିକାକୁ ଦେଖା କରିବାକୁ ଭେଷ ବଦଳାଇ ଆସିଥାଇ ପାରନ୍ତି ବୋଲି ସମସ୍ତେ ସନ୍ଦେହ କରୁଛନ୍ତି ।
ଯୁବକଙ୍କ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଭିଡିଓରେ ଲୋକେ ଯୁବକଙ୍କୁ ଓଢଣା କାଢ଼ିବାକୁ କହୁଛନ୍ତି କିନ୍ତୁ ସେ ଓଢଣା କାଢୁ ନାହାନ୍ତି । ଫଳରେ ଲୋକେ ଜବରଦସ୍ତି ତାଙ୍କ ଓଢଣା କାଢି ଦେଇଥିଲେ । ଓଢଣା କାଢିବା ପରେ ସେ ସେଠାରୁ ଫେରାର ହୋଇଯାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.