Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ନବରାତ୍ରିକୁ ନେଇ Eros Nowର ବିବାଦୀୟ ଟ୍ବିଟ୍‌, ଜୋରଦାର ପ୍ରତିବାଦ ପରେ କ୍ଷମା ମାଗିଲା…

22/10/2020 at 4:20 PM

ମୁମ୍ବାଇ ୨୨/୧୦: ସୋସିଆଲ୍‌ ମିଡିଆରେ ଧର୍ମକୁ ଆକ୍ଷେପ କରି ପୋଷ୍ଟ କରିବା ଏବେ ଏକ ପ୍ରକାର ଟେଣ୍ଡ ହୋଇଗଲାଣି। ଧାର୍ମିକ ସଂପ୍ରଦାୟ ମଧ୍ୟରେ ବିଦ୍ବେଶ ଭାବ ସୃଷ୍ଟି କରିବା ଭଳି ଅପଚେଷ୍ଟା କରାଯାଉଛି। କିନ୍ତୁ ସୋସିଆଲ ମିଡିଆରେ ଏଭଳି କିଛି ସଂସ୍ଥାଙ୍କ ବିରୋଧରେ ଜୋରଦାର ପ୍ରଦର୍ଶନ ମଧ୍ୟ ହେଉଛି। ସୋସିଆଲ ମିଡିଆରେ ନବରାତ୍ରିକୁ ନେଇ ବିବାଦୀୟ ପୋଷ୍ଟ କରି ହରଡ଼ଘଣାରେ ପଡ଼ିଛି ଭିଡିଓ ପ୍ଲାଟଫର୍ମ Eros Now। ନବରାତ୍ରି ଅବସରରେ Eros Now କିଛି ଆଗଧାଡ଼ିର ହିରୋଇନ୍‌ଙ୍କ  ଫଟୋ ପୋଷ୍ଟ କରିଥିଲା।  ଯାହାକୁ ନେଇ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। ବହୁ ୟୁଜର କମ୍ପାନୀକୁ ଭୁଲ ମାଗିବା ସହ ଏହି ସବୁ ଫଟୋ ହଟାଇବା ପାଇଁ ଦାବି କରିଥିଲେ। ଚାପରେ ଚେପା ହୋଇ କମ୍ପାନୀ ଏବେ ଏହି ସବୁ ପୋଷ୍ଟ ଡିଲିଟ୍‌ କରିଥିବା ଜଣାପଡ଼ିଛି।

Eros Now ପ୍ରଯୋଜିତ ଫିଲ୍ମର କିଛି ଭିଡିଓ ସୋସିଆଲ୍‌ ମିଡିଆରେ ସେୟାର କରାଯାଇଥିଲା। ଏଥିରେ ଦୀପିକା ପାଦୁକୋନଙ୍କ ଫିଲ୍ମ ‘ବାଜିରାଓ ମସ୍ତାନୀ’, କରୀନା କପୁର ଖାନଙ୍କ ଅଭିନୀତ ‘ରାଓ୍ବାନ’ରୁ ଅନେକ ଛମକଛଲୋ ଫଟୋ ଓ କ୍ୟାଟ୍ରିନା କୈଫଙ୍କ ନାଲୀ ସାଢ଼ି ପିନ୍ଧା ଏକ ଫଟୋ ସାମିଲ ଥିଲା। ଏହାସହ ସୋନାକ୍ଷୀ ସିହ୍ନା, କଙ୍କନା ରଣାଓ୍ବତ ଓ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ଫଟୋ ମଧ୍ୟ ସାମିଲ ଥିଲା। ଏହାକୁ ନେଇ ଜୋରଦାର ପ୍ରତିବାଦ ପରେ କମ୍ପାନୀ ପକ୍ଷରୁ କ୍ଷମା ମଗାଯାଇଛି।

ସୋସଆଲ୍‌ ମିଡିଆ ଏହି ସବୁ ପୋଷ୍ଟ ସେୟାର କରିବା ପରେ ବୟକଟ୍‌ Eros Now ଟ୍ରେଣ୍ଡ କରୁଥିଲା। ପରେ କମ୍ପାନୀ ପକ୍ଷରୁ କ୍ଷମା ମଗାଯାଇ ଏକ ପୋଷ୍ଟ କରାଯାଇଥିଲା। ପୋଷ୍ଟରେ କମ୍ପାନୀ ପକ୍ଷରୁ ଲେଖାଯାଇଥିଲା ଯେ, ‘ଆମେ(Eros Now) ସଂସ୍କୃତିକୁ ସମ୍ମାନ କରୁ। ଆମର ଉଦ୍ଦେଶ୍ୟ କାହାକୁ ଦୁଃଖ ଦେବାର ନଥିଲା। ଆମେ ଏହି ପୋଷ୍ଟ ଡିଲିଟ୍‌ କରିସାରିଛୁ। କାହା ଭାବନାକୁ ଯଦି ଆଘାତ ଲାଗିଥାଏ ତେବେ କ୍ଷମା ଚାହୁଁଛୁ।’

କମ୍ପାନୀ ପକ୍ଷରୁ କ୍ଷମା ମଗାଯିବା ପରେ ମଧ୍ୟ ସୋସିଆଲ ମିଡିଆ ୟୁଜର୍ସଙ୍କ ଆକ୍ରୋଶ​‌ରେ ଶିକାର ହୋଇଛି Eros Now। ଗୁରୁବାର ସକାଳ ପାଖରୁ ଟ୍ବିଟ୍‌ରରେ ବୟକଟ୍‌ Eros Now ଟ୍ରେଣ୍ଡ କରୁଛି।  କମ୍ପାନୀ ପକ୍ଷରୁ ଇଦ୍‌କୁ ନେଇ କରାଯାଇଥିବା ଟ୍ବିଟ୍‌ ସେୟାର କରି ଏବେର ଟ୍ବିଟ୍‌କୁ ତୁଳନା ମଧ୍ୟ କରୁଛନ୍ତି ୟୁଜର୍ସ।

   Related Posts