ଚୀନ୍ କମ୍ପାନୀଙ୍କୁ ଘାରିଲା ଭାରତୀୟଙ୍କ Boycott ଚିନ୍ତା, ପାଲରେ ସାଇନ୍ ବୋର୍ଡ ଘୋରାଉଛନ୍ତି ମୋବାଇଲ ଷ୍ଟୋର

Published By : Prameya-News7 Bureau | June 28, 2020 IST

ନୂଆଦିଲ୍ଲୀ ୨୮।୬:  ସୀମାରେ ଚୀନ୍‌ ସହ ଉତ୍ତେଜନା ଯେତିକି ବଢୁଛି ଦେଶରେ ‘ଚୀନ ବୟକଟ୍‌’ ଆନ୍ଦୋଳନ ମଧ୍ୟ ସେତିକି ବଢିବାରେ ଲାଗିଲାଣି। ଏଣୁ ଚାଇନା ବସ୍ତୁ ବିକ୍ରେତାମାନେ ଏବେ ସେମାନଙ୍କ ଦୋକାନ ବନ୍ଦ ଅଥବା ଦୋକାନରୁ ଚୀନ୍‌ ସାମଗ୍ରୀ କାଢିବାରେ ଲାଗିଛନ୍ତି। ଏଥିରେ ମୋବାଇଲ ବିକ୍ରେତାଙ୍କ ଚିନ୍ତା କିନ୍ତୁ ଦୂର ହେଉନି। ଏଣୁ ସେମାନଙ୍କ ଦୋକାନ ବାହାରେ ଲାଗିଥିବା ସାଇନ୍‌ ବୋର୍ଡକୁ ପାଲରେ ଘୋରାଇ ଦେଉଛନ୍ତି।

{"id":292860,"width":580,"height":435,"sizeSlug":"large"}

ଚୀନ୍‌ ସହ ଉତ୍ତେଜନା ଓ ଏଥିଯୋଗୁ ୨୦ ଜଣ ଭାରତୀୟ ଜବାନଙ୍କ ମୃତ୍ୟୁ ଘଟଣାକୁ ସାରା ଦେଶରେ ବିରୋଧ ହେଉଛି। ଏଣୁ ଲୋକେ ମୋବାଇଲ ଫୋନରୁ ଚୀନ୍‌ ଆପ୍‌ ଯେପରିକି ଟିକ୍‌ଟକ୍, ହେଲୋ, ୱିଙ୍ଗୋ ଲାଇଭ ଓ ପବଜୀ ଗେମ୍‌ ଅନଇନଷ୍ଟଲ କରିବାରେ ଲାଗିଛନ୍ତି। ଫଳରେ ଏହି ସବୁ ଆପରେ ମିଳୁଥିବା ବିଜ୍ଞାପନ ମଧ୍ୟ ହ୍ରାସ ହୋଇଛି। ଏଥିରେ ଅଲ ଇଣ୍ଡିଆ ମୋବାଇଲ ରିଟେଲର ଆସୋସିଏସନ (ଏଆଇଏମଆରଏ)  ଚୀନ୍‌ ମୋବାଇଲ କମ୍ପାନୀମାନଙ୍କୁ ଏକ ପତ୍ର ଲେଖିଥିବା ଜଣାପଡିଛି।

{"id":292862,"sizeSlug":"large"}

ଏଆଇଏମଆରଏ ପତ୍ରରେ ରିଟେଲ ଷ୍ଟୋର ମାନଙ୍କୁ ସେମାନଙ୍କ ଦୋକାନର ସାଇନବୋର୍ଡକୁ କିଛିମାସ ଲାଗି ଘୋରେଇ ରଖିବାକୁ ଅନୁମତି ଦେବା ନିମନ୍ତେ କହିଛନ୍ତି। ସୀମାରେ ଉତ୍ତେଜନା ପରେ ଚୀନ୍‌ ମୋବାଇଲ କମ୍ପାନୀମାନେ ଭାରତରେ ଗ୍ରାଉଣ୍ଡ ରିଏଲିଟି ଜାଣିବା ଲାଗି ପତ୍ର ଲେଖିଥିଲେ। ତା ଜବାବରେ ସଂଘ ସେମାନଙ୍କ ବ୍ରାଣ୍ଡ ଷ୍ଟୋରଗୁଡିକର ସାଇନବୋର୍ଡକୁ ଲୋକଙ୍କୁ ରୋଷରୁ ରକ୍ଷା କରିବା ବର୍ତ୍ତମାନର ପ୍ରଥମିକତା ବୋଲି ଜଣାଇ ଦେଇଛନ୍ତି। ଏଥିରେ ସେମାନଙ୍କ ଉତ୍ପାଦର ବିକ୍ରି ହ୍ରାସ ସୂଚନା ବି ଚୀନ୍‌ କମ୍ପାନୀମାନଙ୍କୁ ମିଳିଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.