Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସଚିନ୍ ପାଇଲଟ୍‌ଙ୍କ ଫୁସଫୁସରେ ସଂକ୍ରମଣ, ଆଜି ଆସିବ ଟେଷ୍ଟ ରିପୋର୍ଟ
  • ||
  • ବରିଷ୍ଠ ବିଜେପି ନେତାଙ୍କ ବିବାଦୀୟ ବୟାନ୍-‘ମୁସଲମାନ୍ ପ୍ରାର୍ଥୀଙ୍କୁ କେବେ ବି ଦେବୁନି ଟିକେଟ୍’
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୧୮ କରୋନା ସଂକ୍ରମିତ, ୩୧୮୭୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ବୟକଟ୍ ଚାଇନା: ଏବେ ଏହି ମୁଖ୍ୟମନ୍ତ୍ରୀ ଡ୍ରାଗନକୁ ଦେଲେ ଶକ୍ତ ଝଟକା, ଚୀନୀ କମ୍ପାନୀ ହାତରୁ ଛଡାଇ ଆଣିଲେ ମେଗା ପ୍ରୋଜେକ୍ଟ

28/06/2020 at 9:41 PM

ପାଟନା ୨୮।୦୬: ଲଦାଖରେ ୧୬ ବିହାର ରେଜିମେଣ୍ଟକୁ ଧୋକାରେ ହମଲା କରିଥିବା ଚୀନକୁ ବିହାର ଜୋରଦାର ଝଟକା ଦେଇଛି। ବୟକଟ୍‌ ଅଭିଯାନକୁ ଆଗକୁ ବଢାଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଚାଇନିଜ୍ କମ୍ପାନୀଠୁ ବଡ ପ୍ରୋଜେକ୍ଟ ଛଡାଇ ଆଣିଛନ୍ତି। ବିହାର ସରକାର ପାଟନାରେ ଗଙ୍ଗା ନଦୀରେ ମହାତ୍ମା ଗାନ୍ଧୀ ସେତୁ ନିକଟରେ ଏକ ନୂତନ ପୋଲର ନିର୍ମାଣ ନିମନ୍ତେ ହୋଇଥିବା ଟେଣ୍ଡରକୁ ରଦ୍ଦ କରି ଦେଇଛନ୍ତି। ସଡକ ନିର୍ମାଣ ମନ୍ତ୍ରୀ ନନ୍ଦ କିଶୋର ଯାଦବ କହିଛନ୍ତି, ପ୍ରୋଜେକ୍ଟ ପାଇଁ ଚୟନ ହୋଇଥିବା ଚାରି କଣ୍ଟ୍ରାକ୍ଟର ମଧ୍ୟରୁ ଦୁଇଟି ଚାଇନିଜ୍ ପାଟର୍ଣ୍ଣର ଥିଲେ।

ନନ୍ଦ କିଶୋର ଯାଦବ ନ୍ୟୁଜ୍ ଏଜେନ୍ସି ଏଏନଆଇ ସହ ଆଲୋଚନା ବେଳେ କହିଛନ୍ତି, ମହାତ୍ମା ଗାନ୍ଧୀ ସେତୁ ସହିତ ଆଉ ଏକ ନୂତନ ପୋଲ ନିର୍ମାଣ ହେବ। ଏନେଇ ଟେଣ୍ଡର ଜରିଆରେ ୪ କଣ୍ଟ୍ରାକ୍ଟ ଚୟନ ହୋଇଥିଲେ। ଏଥିରୁ ୨ ଚାଇନିଜ୍ କମ୍ପାନୀ ଥିଲେ। ଆମେ ପାଟର୍ଣ୍ଣର ପରିବର୍ତ୍ତନ କରିବାକୁ କହିଥିଲୁ। ହେଲେ ଏମିତି ନହେବାରୁ ଟେଣ୍ଡର ରଦ୍ଦ କରି ଦେଲୁ। ପୁନର୍ବାର ଟେଣ୍ଟର ପାଇଁ ବିଜ୍ଞପ୍ତି ପ୍ରକାଶ କରାଯିବ।

ଚାଇନା ହାର୍ବର ଇଞ୍ଜିନିୟରିଂ କମ୍ପାନୀ ଓ ସାନସି ରୋଡ୍ ବ୍ରିଜ୍ ଗ୍ରୁପ କମ୍ପାନୀ(ଜଏଣ୍ଟ ଭେଞ୍ଚର)କୁ ପ୍ରୋଜେକ୍ଟ ପାଇଁ ଚୟନ କରାଯାଇଥିଲା। ଏହି ପ୍ରୋଜେକ୍ଟକୁ ଗତ ବର୍ଷ ଡିସେମ୍ବରରେ କେନ୍ଦ୍ର ସରକାରଙ୍କ ଆର୍ଥିକ ମାମଲାର  କ୍ୟାବିନେଟ୍ କମିଟି ମଞ୍ଜୁରୀ ଦେଇଥିଲେ, ଯାହାର ଅଧ୍ୟକ୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଥିଲେ।

ବିହାର ସରକାର ଏହି ନିଷ୍ପତ୍ତି ବୟକଟ୍ ଚାଇନା ଅଭିଯାନକୁ ପ୍ରୋତ୍ସାହନ ଦେବା ପାଇଁ ନେଇଛନ୍ତି। ପୂର୍ବ ଲଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖା ବା ଏଲଏସିରେ ଜୁନ ୧୫ରେ ଭାରତୀୟ ସୈନିକଙ୍କ ଉପରେ ଚୀନୀ ସୈନିକ ଧୋକାରେ ହମଲା କରିଥିଲେ। ଏଥିରେ ୨୦ ଭାରତୀୟ ଯବାନ ସହିଦ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଅନେକ ବିହାରର ବୀର ଯବାନ ଥିଲେ। ଏହି ହମଲା ୧୬ ବିହାର ରେଜିମେଣ୍ଟର ଯବାନଙ୍କ ଉପରେ ହୋଇଥିଲା। ଏଥିରେ କମାଣ୍ଡିଙ୍ଗ ଅଫିସର କର୍ଣ୍ଣେଲ ସନ୍ତୋଷ ବାବୁ ମଧ୍ୟ ସାମିଲ ଥିଲେ। ଏହା ପରେ ଦେଶରେ ଚୀନ ବିରୋଧୀ ହାଓ୍ଵା ବହିବା ଆରମ୍ଭ ହୋଇଛି। ଚୀନ ବୟକଟ୍‌ ଅଭିଯାନ  ଜୋରଦାର ହେବା ସହ ଚୀନୀ କମ୍ପାନୀକୁ ବହିଷ୍କାର କରାଯାଉଛି। ଏହା ପୂର୍ବରୁ ମହାରାଷ୍ଟ୍ର ସରକାର ତିନି ଚୀନ କମ୍ପାନୀଠୁ ୫୦୦୦ କୋଟି ଟଙ୍କାର ପ୍ରକଳ୍ପ ଛଡାଇ ଆଣି ଥିଲେ।

ବିହାରର ରାଜଧାନୀ ପାଟନାରେ ୧୪.୫୦୦ କିଲୋମିଟର ଲମ୍ବା ପ୍ରୋଜେକ୍ଟରେ ୫.୬୩୪ କିଲୋମିଟର ପୋଲ ସାମିଲ। ଏହା ଗଙ୍ଗା ନଦୀ ଓ ଏନଏଜ ୧୯ରେ ଚାରି ଲେନ୍‌ ବିଶିଷ୍ଟ ମହାତ୍ମା ଗାନ୍ଧୀ ସେତୁ ସହିତ ନିର୍ମାଣ ହେବ। ଏଥିରେ ୪ଟି ଅଣ୍ଡରପାସ, ଗୋଟିଏ ରେଲ ଓଭର ବ୍ରିଜ୍, ୧୫୮୦ ମିଟରର ଲମ୍ବା ପୋଲ, ଚାରୋଟି ଛୋଟ ପୋଲ, ପାଞ୍ଚ ବସ୍ ସେଲଟର ଏବଂ ୧୩ଟି ଛକ ତିଆରି ହେବ।

   Related Posts