ଅଶାଳୀନତା ଯୋଗୁଁ ‘ବିଗ୍ ବସ୍ ସିଜିନ୍ ୧୩’ ବନ୍ଦ କରିବା ପାଇଁ ଜୋର ଧରିଲା ଦାବି, ସୋସିଆଲ ମିଡିଆରେ ୟୁଜର୍ସ ଲେଖିଲେ #Boycott_BigBoss ଓ #UnsubscribeColoursTV

Published By : Prameya-News7 Bureau | October 07, 2019 IST

ମୁମ୍ବାଇ୭|୧୦: ଲୋକପ୍ରିୟ ରିୟଲିଟି ସୋ ବିଗ ବସ୍‌ ସିଜିନ୍‌ ୧୩ ବନ୍ଦ କରିବା ପାଇଁ ସୋସିଆଲ ମିଡିଆରେ ୟୁଜର୍ସ ଦାବି କରିଛନ୍ତି। ବିଗ ବସ୍‌ ସୋ ରେ ପୁଅ ଓ ଝିଅ ପରସ୍ପର ସେମାନଙ୍କ ବେଡ୍‌ ଶେୟାର କରିବା ଯୋଗୁଁ ୟୁଜର୍ସ ସୋସିଆଲ ମିଡିଆରେ ଏଭଳି ଦାବି କରିଛନ୍ତି।

wp:core-embed/twitter {"url":"https://twitter.com/Yhindutva/status/1181025914609491968","type":"rich","providerNameSlug":"twitter","className":""}
https://twitter.com/Yhindutva/status/1181025914609491968
/wp:core-embed/twitter

ବିଗ୍‌ ବସ ସିଜିନ ୧୩ ବନ୍ଦ କରିବା ଲାଗି ଇନଷ୍ଟାଗ୍ରାମ, ଟ୍ବିଟର, ଫେସବୁକ୍‌ ଓ ୟୁଟ୍ୟୁବରେ ୟୁଜର୍ସ ଦାବି କରିଛନ୍ତି। ୟୁଜର୍ସ ହ୍ୟାଚ୍‌ ଟ୍ୟାଗ ଦେଇ  #Boycott_BigBoss#UnsubscribeColoursTVଲେଖିବା  ଆରମ୍ଭ କରି ଦେଇଛନ୍ତି। ୟୁଜର୍ସ କିପରି ଟ୍ବିଟକରି ବିଗ୍‌ ବସ ବନ୍ଦ କରିବା ଲାଗି ସୋସିଆଲ ମିଡ଼ିଆରେ ନାରାବାଜି କରୁଛନ୍ତି ଦେଖନ୍ତୁ ।

wp:core-embed/twitter {"url":"https://twitter.com/vandanaagrawalG/status/1180831421398568961","type":"rich","providerNameSlug":"twitter","className":""}
https://twitter.com/vandanaagrawalG/status/1180831421398568961
/wp:core-embed/twitter

ଜଣେ ୟୁଜର୍ସ ସଲମାନ ଖାନଙ୍କ ଫଟୋ ଉପରେ କ୍ରସ ଚିହ୍ନ ମାରି ବିଗ ବସ୍‌କୁ ବ୍ୟାନ କରିବାକୁ ଦାବି କରିଛନ୍ତି। ଅନ୍ୟ ଜଣେ ୟୁଜର୍ସ ମଧ୍ୟ ଲେଖିଛନ୍ତି, ଆମର ପରମ୍ପରା ଓ ସଂସ୍କୃତିକୁ ବିଗ୍‌ ବସ୍‌ ସୋ ନଷ୍ଟ କରିବା ସହ ଯୁବ ପିଢ଼ିଙ୍କୁ ଭୁଲ ଦିଗରେ ଯିବା ପାଇଁ ପ୍ରୋତ୍ସାହିତ କରୁଛି। ତେଣୁ ବିଗ ବସ୍ ସୋ ବନ୍ଦ ହେବା ଦରକାର ବୋଲି ସେ ଲେଖିଛନ୍ତି। ଏଭଳି ଅନେକ ୟୁଜର୍ସ ବିଗ୍ ବସ୍‌ ସୋ ବନ୍ଦ କରିବା ଦାବିରେ ସୋସିଆଲ ମିଡିଆରେ ନିଜର ମତ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.