Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି କରୋନାରୁ ଆରୋଗ୍ୟ ହେଲେ ୧୦୨୪୨, ଖୋର୍ଦ୍ଧାରୁ ସର୍ବାଧିକ
  • ||
  • ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିବେ ନାହିଁ ଏବି ଡିଭିଲିୟର୍ସ, ସ୍ପଷ୍ଟ କଲା ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ
  • ||
  • ପିସିଆର ଭ୍ୟାନ୍ ଦେଖି ପୋଖରୀକୁ ଡେଇଁ ପଡିଲେ ଯୁବକ, ମିଳିଲା ମୃତଦେହ…
  • ||
  • ଧକ୍କା ଦେଲା କାର, ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ
  • ||
  • ନଦୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୧୧ ବର୍ଷ ପରେ ଗିରଫ ହେଲା ଦୁଃଶାସନ, ପାରୋଲରେ ଆସି ଫେରାର ହୋଇଯାଇଥିଲା
  • ||
  • ହୃଦରୋଗ ବିଶେଷଜ୍ଞ ଡକ୍ଟର କେ.କେ ଅଗ୍ରୱାଲଙ୍କ କରୋନାରେ ଦେହାନ୍ତ, ଦୀର୍ଘ ଦିନ ଧରି ଭେଣ୍ଟିଲେଟରରେ ଚାଲିଥିଲା ଚିକିତ୍ସା
  • ||
  • ଧୋନୀଙ୍କ ତଲଓ୍ୱାରବାଜୀ ଭିଡିଓ ଭାଇରାଲ ପରେ କମେଣ୍ଟ କଲେ ରବୀନ୍ଦ୍ର ଜାଡେଜା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୩୫୭ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଭାକସିନ୍ ନେବା ପରେ ଏହି ସବୁ ସାଇଡ୍ ଇଫେକ୍ଟ ଦିଏ ବିପଦର ସଙ୍କେତ, ହୋଇପାରେ ସାଙ୍ଘାତିକ : ସତର୍କ କଲେ କେନ୍ଦ୍ର ସରକାର
  • ||

ସୋସିଆଲ୍‌ ମିଡିଆରେ ‘ବୟକଟ୍‌ ଆମାଜନ୍‌’ ଅଭିଯାନ ଜୋରଦାର, ଧାର୍ମିକ ଭାବନାକୁ ଆହତ କରିଥିବା ଅଭିଯୋଗ

10/11/2020 at 4:19 PM

ନୂଆଦିଲ୍ଲୀ ୧୦/୧୧: ତନିସ୍କ ପରେ ଏବେ ୟୁଜରଙ୍କ ଆକ୍ରୋଶର ଶିକାର ହୋଇଛି ‘ଆମାଜନ୍‌’ । ହିନ୍ଦୁ ସମୁଦାୟର ଧାର୍ମିକ ଭାବନାକୁ ଆଘାତ କରୁଥିବା ନେଇ ସୋସିଆଲ୍‌ ମିଡିଆରେ ‘ବୟକଟ୍‌ ଆମାଜନ୍’ ଅଭିଯାନ ଜୋରଦାର ଜୋରଦାର ହେଉଥିବା ଦେଖିବାକୁ ମିଳିଥିଲା।

‘ଓମ୍‌’ ହିନ୍ଦୁ ଧର୍ମର ଏକ ପ୍ରତିକ ରୂପେ ଗ୍ରହଣ କରଯାଏ। କିନ୍ତୁ ଲୋକଙ୍କ ଅଭିଯୋଗ କ୍ରମେ ଆମାଜନ୍‌ ଏକ ଡୋରମେଟ୍‌ ବିକ୍ରି କରୁଛି ଯେଉଁଥିରେ ‘ଓମ୍‌’ ପ୍ରିଣ୍ଟ ରହିଛି। ଏପରିକି ଆାମଜନ୍‌ରେ ବିକ୍ରି ହେଉଥିବା ‘ଇନର ଓ୍ବଏର’ରେ ହିନ୍ଦୁ ଦେବା ଦେବୀଙ୍କ ଫଟୋ ଲାଗିଥିବା ମଧ୍ୟ ଦେଖିବାକୁ ମିଳିଛି।

ଜଣେ ଗ୍ରାହକ ଏଭଳି କିଛି ଇନ୍‌ର ଓ୍ବଏରର ଫଟୋ ସେୟାର କରି ଲେଖିଛନ୍ତି‘ହିନ୍ଦୁତ୍ବକୁ ଅବମାନନା କରିଥିବାରୁ ମୁଁ ଆମାଜନ୍‌କୁ ବହିଷ୍କାର କରୁଛି।’ ଗ୍ରାହକ ସେୟାର କରିଥିବା ଇନର ଓ୍ବଏରରେ ହିନ୍ଦୁ ଦେବା ଦେବୀଙ୍କ ଫଟୋ ଥିବା ଦେଖିବାକୁ ମିଳିଛି।

ଅନ୍ୟପଟେ ଆମାଜନ ସପକ୍ଷରେ ବି ଲୋକେ ମତ ଦେଉଛନ୍ତି। ଏଥିରେ ଆମାଜନ୍‌ର ଭୁଲ କଣ ? ଏହା ତ ଏକ ପ୍ଲାଟଫର୍ମ । ପ୍ରଡକ୍ଟ ବିକୁ ଥିବା କମ୍ପାନୀକୁ ବୟ କଟ୍‌ କରିବା ଦରକାର ବୋଲି ଜଣେ ୟୁଜର ଲେଖିଛନ୍ତି।

   Related Posts