ଦେଢ ବର୍ଷର ଶିଶୁକୁ ଚଳନ୍ତା ଟ୍ରେନ୍ ଆଗକୁ ଫୋପାଡ଼ି ଦେଲା କିଶୋର: ଇଞ୍ଜିନ୍ ମଝିରେ ଫସିଗଲା ଶିଶୁ, ଭିଡିଓ ଭାଇରାଲ୍

Published By : Prameya-News7 Bureau | September 23, 2020 IST

ଆଗ୍ରା ୨୩/୦୯ : ତାଜ ନଗରୀ ଆଗ୍ରାରୁ ଏକ ହୃଦୟ ବିଦାରକ ଭିଡିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ ହୋଇଛି । ଭିଡିଓରେ ଏକ ଶିଶୁ ମାଲଗାଡୀର ଇଞ୍ଜିନ୍ ମଝିରେ ଫସି ରହିଥିବା ଦେଖିବାକୁ ମିଳିଛି । ଶିଶୁଟି ବିକଳ ହୋଇ କାନ୍ଦୁଛି । ତେବେ ଅଶ୍ବାସ୍ତିକର କଥା ହେଲା ଶିଶୁଟିକୁ ସକୁଶଳ ଉଦ୍ଧାର କରାଯାଇ ତା'ମାକୁ ହସ୍ତାନ୍ତର କରାଯାଇଛି । ଏହି ଭିଡିଓ ଆଗ୍ରା ନିକଟସ୍ଥ ଏବଂ ଦୁଇ ଦିନ ପୁରୁଣା ବୋଲି କୁହାଯାଉଛି ।

ସୂଚନା ଅନୁଯାୟୀ, ଜଣେ କିଶୋର ମାଲଗାଡୀ ଆଗକୁ ଶିଶୁଟିକୁ ଫୋପାଡ଼ି ଦେଇଥିଲା । କିନ୍ତୁ ମାଲଗାଡୀର ଲୋକୋ ପାଇଲଟ ଓ କୋ-ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଶିଶୁଟି ବଞ୍ଚିଗଲା । ଲୋକୋ ପାଇଲଟ ଓ କୋ-ପାଇଲଟ ଶିଶୁକୁ ରକ୍ଷା କରି ତା' ମାକୁ ହସ୍ତାନ୍ତର କରିଥିଲେ । ଭିଡିଓ ବଲ୍ଲଭଗଡ-ଆଗ୍ରା ରୁଟ ବୋଲି କୁହାଯାଉଛି । ତେବେ ଭାଇରାଲ ଭିଡିଓକୁ ନେଇ କିଛି ସ୍ପଷ୍ଟ ହୋଇନାହିଁ ।

wp:core-embed/youtube {"url":"https://www.youtube.com/embed/dvNxrr1TjYI","type":"rich","providerNameSlug":"embed-handler","className":"wp-embed-aspect-16-9 wp-has-aspect-ratio"}
https://www.youtube.com/embed/dvNxrr1TjYI
/wp:core-embed/youtube

ଏହାସହ ଲୋକୋ ପାଇଲଟଙ୍କ ଏକ ପତ୍ର ସାମ୍ନାକୁ ଆସିଛି । ପତ୍ରରେ ସେ ଉଚ୍ଚ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ଉତ୍ତର-ମଧ୍ୟ ରେଲୱେ ଆଗ୍ରା ଛାଵନିର ବରିଷ୍ଠ ବିଭାଗୀୟ ବିଦ୍ୟୁତ ବୈଦ୍ୟୁତିକ ଯନ୍ତ୍ରୀଙ୍କୁ ସମ୍ବନ୍ଧିତ ଏହି ପତ୍ରରେ ଲୋକୋ ପାଇଲଟ ଦିୱାନ ସିଂହ ଲେଖିଛନ୍ତି ଯେ, ସେପ୍ଟେମ୍ବର ୨୧ ତାରିଖରେ ବଲ୍ଲଭଗଡ ଷ୍ଟେସନରୁ E/BOX ଟ୍ରେନ ବାହାରିଥିଲା । ବଲ୍ଲଭଗଡ ଆଡ଼ଭାନ୍ସ ସ୍ଟାର୍ଟର ନିକଟରେ ଜଣେ ୧୪-୧୫ ବର୍ଷର କିଶୋର ଜଣେ ଦେଢ଼ରୁ ଦୁଇ ବର୍ଷର ଶିଶୁକୁ ନେଇ ଆସିଥିଲା । ରେଳ ଧାରଣା ମଝିରେ ଚଳନ୍ତା ଟ୍ରେନ ଆଗକୁ ଶିଶୁକୁ ଫୋପାଡ଼ି ଦେଇଥିଲା । ଏହାପରେ ତୁରନ୍ତ ଟ୍ରେନ ରୋକି ଦିଆଯାଇଥିଲା । ତଳକୁ ଓହ୍ଲାଇ ଦେଖିଲା ବେଳକୁ ଶିଶୁଟି ଇଞ୍ଜିନ ମଝିରେ ଫସି ରହିଥିଲା ଓ ବିକଳ ହୋଇ କାନ୍ଦୁଥିଲା । ତୁରନ୍ତ ଶିଶୁକୁ ସକୁଶଳ ଉଦ୍ଧାର କରାଯାଇ ତା ମାଙ୍କୁ ହସ୍ତାନ୍ତର କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.