ହଠାତ ପୁଅ ସହ ଘରେ ପହଞ୍ଚିଗଲା କିନ୍ନର ବୋହୂ, ବାରମ୍ବାର ଚେତା ଶୂନ୍ୟ ହୋଇଗଲା ମା’, ପରିବାର ଲୋକଙ୍କ ମଧ୍ୟ ଅକଲ ଗୁଡୁମ୍‌

Published By : Prameya-News7 Bureau | June 27, 2021 IST

ପାଟନା ୨୭/୬: ଆଜିର ଆଧୁନିକ ଯୁଗରେ ପ୍ରାପ୍ତ ବୟସ୍କ ଯୁବକ-ଯୁବତୀ ନିଜ ପାଇଁ ନିଜେ ଜୀବନସାଥି ଖୋଜିବା ଏକ ସାଧାରଣ କଥାରେ ପରିଣତ ହୋଇଛି। ଇଚ୍ଛା ନଥିଲେ ବି ପାଶ୍ଚାତ୍ୟ ସଂସ୍କୃତି ସହ ମେଳ ଖାଇବାକୁ ଯାଇ ପରିବାର ସେମାନଙ୍କୁ ଗ୍ରହଣ କରୁଛନ୍ତି। କିନ୍ତୁ ଯେତେବେଳେ ପୁଅ ଜଣେ ଝିଅକୁ ନିଜର ଜୀବନସାଥି କରିବ ଠିକ୍‌ ଅଛି, ଯଦି ଝିଅ ସ୍ଥାନରେ ପୁଅ ଜଣେ କିନ୍ନରକୁ ଘରକୁ ଆଣେ ତେବେ କଣ ହେବ ଆପଣ ଥରେ ଚିନ୍ତା କରନ୍ତୁ। ଠିକ୍‌ ସେମିତି ଏକ ଘଟଣା ବିହାରର ରୋହତାସରେ ଘଟିଛି।

ଯୁବକଙ୍କ ମା ବାରମ୍ବାର ହୋସ୍‌ ହରାଇଦେଉଛନ୍ତି। ବାପାଙ୍କ ସମେତ ଅନ୍ୟ ପରିବାର ସଦସ୍ୟ ଲୋକ ଲଜ୍ଜା ଭୟରେ ଘରୁ ବାହାରୁନାହାନ୍ତି। ମିଳିଥିବା ସୂଚନା ଅନୁସାରେ, କିଛି ଦିନ ପୂର୍ବରୁ କରଗହରରେ ରହୁଥିବା ଗୋଲୁ କୁମାର ନାଚ ପାର୍ଟିରେ କାମ କରୁଥିବା ବେଳେ ଜଣେ କିନ୍ନର ନନ୍ଦୀନଙ୍କୁ ଭଲ ପାଇ ବସିଥିଲେ। ପରେ ପ୍ରେମ ବିବାହରେ ପରିଣତ ହୋଇଥିଲା। ବହା ହେବା ପରେ ଉଭୟ ଭଡ଼ା ଘରେ ରହିବାକୁ ଲାଗିଲେ।

କିନ୍ତୁ ଏନେଇ ପରିବାର ଲୋକଙ୍କୁ ଜଣାପଡ଼ିବା ପରେ ଚାନ୍ଦିନୀଙ୍କ ପାଖରୁ ଗୋଲୁଙ୍କୁ ଅଲଗା କରିବା ପାଇଁ ଚେଷ୍ଟା କରାଗଲା। ଚାନ୍ଦିନୀ ଏକଥା ଜାଣିପାରିବା ପ​‌ରେ ସିଧା ନିଜ ସ୍ବାମୀଙ୍କ ବାପ ଘରେ ପହଞ୍ଚିଯାଇଥିଲେ । ନିଜ କିନ୍ନର ବୋହୂକୁ ଦେଖି ଗୋଲୁଙ୍କ ମା ବେହୋସ୍‌ ହୋଇଯାଇଥିଲେ। ଏହା ଦେଖି କିନ୍ନର ବୋହୂ ଶାଶୁଙ୍କ ମୁହଁରେ ପାଣି ଛିଞ୍ଚି ହୋସ୍‌ ଫେରାଇବାକୁ ଚେଷ୍ଟା କରିଥିଲା। ଏମିତି ଦୃଶ୍ୟ ଦେଖି ବାକି ପରିବାବର ଚିନ୍ତାରେ ପଡ଼ିଯାଇଥିଲେ। ଲୋକ ଲଜ୍ଜା ଭୟରେ ଗୋଲୁ ଏବଂ ତାଙ୍କ କିନ୍ନର ସ୍ତ୍ରୀଙ୍କୁ ଗାଁରୁ ଦୂରରେ ଥିବା ଜଣେ ସମ୍ପର୍କୀୟଙ୍କ ଘରକୁ ପଠାଇଦିଆଗଲା।

କିନ୍ତୁ ତାପୂର୍ବରୁ ଏହା ସମ୍ପର୍କରେ ପଡ଼ୋଶୀଙ୍କୁ ଜଣାପଡ଼ିଯାଇଥିଲା। ଏବେ କଲୋନୀ, ରାସ୍ତା ଘାଟରେ ଗୋଲୁ-ଚାନ୍ଦିନୀ ଚର୍ଚ୍ଚା ଚାଲିଛି। ଗାଁରେ ରହୁଥିବା ଛୋଟୁ କୁମାରଙ୍କ ଅନୁସାରେ, ଗୋଲୁଙ୍କ ଘରେ ପାଟିତୁଣ୍ଡ ହେବା ପରେ ସମସ୍ତ ଘଟଣା ଜଣାପଡ଼ିଥିଲା। ଗୋଲୁଙ୍କ ମା ଘନଘନ ବେହୋସ୍‌ ହୋଇଯାଉଥିଲେ। ଏବେ ତାଙ୍କା ସମ୍ପର୍କୀୟ କୌଣସି ପ୍ରକାର ସମାଧାନର ବାଟ ଖୋଜୁଛନ୍ତି। ଜଣେ କିନ୍ନରଙ୍କୁ ବିବାହ କରିବା ପରେ ଏବେ ଗୋଲୁଙ୍କ ଭବିଷ୍ୟତକୁ ନେଇ ପରିବାର ଲୋକେ ଚିନ୍ତାରେ ଥିବା ଛୋଟୁ କୁମାର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.