Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ପିସ୍ତଲ୍‌ ସହ ସେଲ୍ଫି ହେଲା କାଳ: ଚିପି ହୋଇଗଲା ଟ୍ରିଗର୍‌, ଚାଲିଗଲା ନାବାଳକର ଜୀବନ

11/09/2020 at 5:00 PM

ପାଟଣା ୧୧/୦୯: ସେଲ୍ଫି ହେଲା କାଳ। ଆଜିର ଯୁବପୀଡ଼ିଙ୍କୁ ସେଲ୍ଫି ବାୟା କରିଥିବା ବେଳେ ଏନେଇ ବିଭିନ୍ନ ସମୟରେ ଅଘଟଣା ଘଟୁଥିବା ଖବର ସାମ୍ନାକୁ ଆସୁଛି। ପୁଣି ସେମିତି ଏକ ଅଭାବନୀୟ ଘଟଣା ଘଟିଛି ବିହାରର ଗୋପାଳଗଞ୍ଜ ଜିଲ୍ଲାରେ । ଜଣେ ୧୭ ବର୍ଷୀୟ ନାବାଳକ ପିସ୍ତଲ ସହ ନେୁଉଥିଲେ ସେଲ୍ଫି । ଭୁଲରେ ଟ୍ରିଗର୍‌ ଚିପି ହୋଇଯିବାରୁ ସିଧା ମୁଣ୍ଡରେ ବାଜିଥିଲା ଗୁଳି, ଆଉ ଚାଲିଗଲା ପ୍ରାଣ।

ମୃତକ ଜଣଙ୍କ ହେଉଛନ୍ତି ଇମାଲିଆ ଗାଁର ହିମାଂଶୁ କୁମାର ଓରଫ କୁନାଲ। କୁନାଲ ନିଜ ବାପାଙ୍କ ପିସ୍ତଲରେ ସେଲ୍ଫି ନେଉଥିବା ବେଳେ ଘଟିଥିଲା ଅଘଟଣ। ସେଲ୍ଫି ପାଇଁ ଅକାଳରେ ଚାଲିଗଲା ଜୀବନ। ହିମାଂଶୁଙ୍କ ବାପା ଜଣେ ବିଜେପି କର୍ମୀ ହୋଇଥିବା ବେଳେ ତାଙ୍କ ପାଖରେ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଥିଲା। ବାପାଙ୍କ ପିସ୍ତଲକୁ ନେଇ ସେଲ୍ଫି ଉଠାଉଥିଲେ କୁନାଲ। ହଠାତ ପିସ୍ତଲର ଟ୍ରିଗର ଚିପି ହୋଇଯିବାରୁ ଗୁଳି ସିଧା ମୁଣ୍ଡରେ ବାଜିଥିଲା । ଆଉ ତଳେ ପଡ଼ିଯାଇଥିଲେ କୁନାଲ । କୁନାଲ ଜଣେ ଭଲ ଛାତ୍ର ହୋଇଥିବା ବେଳେ ମେଡିକାଲ ପଢ଼ିବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି ।

କୁନାଲଙ୍କ ଘରୁ ଗୁଳି ଶବ୍ଦ ଶୁଣି ତାଙ୍କ ପଡ଼ୋଶୀ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଘଟଣାସ୍ଥଳରେ କୁନାଲ ରକ୍ତାକ୍ତ ହୋଇ ପଡ଼ିରହିଥିବା ଦେଖିବାକୁ ମିଳିଥିଲା। କିନ୍ତୁ କୁନାଲ ସେତେବେଳେ ବଞ୍ଚିଥିଲେ ବୋଲି କହିଛନ୍ତି ତାଙ୍କ ପଡ଼ୋଶୀ ରାମ ପ୍ରବେଶ ରାୟ।

ସଙ୍ଗେସଙ୍ଗେ ଚିକିତ୍ସା ପାଇଁ କୁନାଲଙ୍କୁ ସଦର ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତରଙ୍କ ଅବହେଳାରୁ କୁନାଲଙ୍କ ମୃତ୍ୟୁ ହୋଇଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ସେଠାରେ ଉତ୍ତେଜନା ମୂଳକ ପରିସ୍ଥିତି ଉପୁଜିଥିଲା । ପରେ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା ।

 ତେବେ ସେଲ୍ପି ନେଉଥିବା ବେଳେ ଏଭଳି ଘଟଣା ଘଟିଥିବା ପରିବାର ଲୋକେ ପୋଲିସକୁ କହିଥିବା ଜଣାପଡ଼ିଛି। କିନ୍ତୁ ପୋଲିସ୍‌ ମାମଲାର ଅଧିକ ତଦନ୍ତ ଚଳାଇଛି। ପୂର୍ବରୁ ପିସ୍ତଲ ସହ ସେଲ୍ଫି ନେଉଥିବା ବେଳେ ୨୨ ବର୍ଷୀୟ ଯୁବକ ପ୍ରାଣ ହରାଇଥିଲେ। ଯୁବକଙ୍କ ନାଁ ପବନ କୁମାର ହୋଇଥିବା ବେଳେ ସେ ଭାଗଲପୁରର ବୋଲି ସୂଚନା ମିଳିଛି।

   Related Posts