Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ଫଟୋ ଡିଲିଟ କରିବା ବାହାନାରେ ଯୁବତୀଙ୍କୁ ହୋଟେଲକୁ ଡାକି ଭିଡିଓ କଲା ଯୁବକ, ଭାବି ସ୍ୱାମୀକୁ ପଠାଇ ଭାଙ୍ଗିଦେଲା ବାହାଘର

28/11/2021 at 4:49 PM

ଆଗ୍ରା ୨୮/୧୧ : ଆଗ୍ରା ତାଜଗଞ୍ଜ ଅଞ୍ଚଳର ରେସ୍ତୋରାଁ ବ୍ୟବସାୟୀଙ୍କ ଝିଅକୁ ଜଣେ ଯୁବକ ୨ ବର୍ଷ ହେଲା ହଇରାଣ କରୁଥିଲା। ପ୍ରଥମେ ରାସ୍ତାରେ ମୋବାଇଲରେ ଯୁବତୀଙ୍କ ଫଟୋ ଉଠାଇଥିଲା ଓ ପରେ ତାକୁ ଅନ୍ୟ ଯୁବତୀଙ୍କ ସହ ଏଡିଟ କରି ଅଶ୍ଳୀଳ କରିଦେଲା। ଏହି ଫଟୋକୁ ଭାଇରାଲ କରିବା ଧମକ ଦେଇ ଯୁବତୀଙ୍କୁ ବ୍ଲାକମେଲ କରିବାକୁ ଲାଗିଲା। ଫଟୋ ଡିଲିଟ କରିବା ବାହାନାରେ ଯୁବତୀଙ୍କୁ ହୋଟେଲକୁ ଡାକିଲା। ହୋଟେଲରେ ତାଙ୍କୁ ଡରାଇ ଧମକାଇ ଭିଡିଓ ତିଆରି କଲା। ଫୋଟୋ ଓ ଭିଡିଓ ଡିଲିଟ କରିବାକୁ ଏକ ଲକ୍ଷ ଟଙ୍କା ଦାବି କଲା। ଟଙ୍କା ନ ଦେବାରୁ ଭିଡିଓ ଯୁବତୀଙ୍କ ଭାବି ସ୍ୱାମୀ ପଠାଇଦେଲା ଯାହାଫଳରେ ବାହାଘର ଭାଙ୍ଗିଗଲା। ଏସବୁ ପରେ ପୀଡିତା ପୋଲିସରେ ମାମଲା ରୁଜ୍ଜୁ କରିଛନ୍ତି। ପୀଡିତାଙ୍କ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।

ପୀଡିତ ଯୁବତୀ କହିଛନ୍ତି ଯେ ୨ ବର୍ଷ ପୂର୍ବରୁ ସ୍କୁଲ ଯିବା ସମୟରେ ପବାବଲି ଗାଁର ସଚିନ ଧାକର ମୋବାଇଲରେ ତାଙ୍କର ଫଟୋ ଉଠାଇଥିଲା। ଏହା ପରେ ବନ୍ଧୁତା କରିବାକୁ ଚାପ ପକାଇଥିଲା। ସେଥିପାଇଁ ସେ ନିଜ ପିତାଙ୍କ ସହ ସ୍କୁଲ ଯାଉଥିଲେ। ତାପରେ ଏକ ମହାବିଦ୍ୟାଳୟରେ ତାଙ୍କର ଆଡ଼ମିଶନ ହେଲା। ଦିନେ ରାସ୍ତାରେ ସଚିନ ଦେଖାହେଲା ଓ ସେ ମୋବାଇଲରେ ତାଙ୍କୁ ତାଙ୍କର ଫଟୋ ଦେଖାଇଥିଲା। ଏହି ଫଟୋ ଆଉ ଜଣେ ଯୁବତୀଙ୍କ ସହ ଏଡିଟ କରାଯାଇଥିଲା। ଏହି ଅଶ୍ଳୀଳ ଫଟୋକୁ ହ୍ୱାଟ୍ସଆପ ଓ ଫେସବୁକରେ ଅପଲୋଡ଼ କରି ଭାଇରାଲ କରିଦେବ ବୋଲି ସେ ଧମକ ଦେଇଥିଲା। କାହାକୁ କିଛି କହିଲେ ଏସିଡ ଢାଳି ଦେବ ବୋଲି କହିଥିଲା।

ମାସେ ପୂର୍ବରୁ ସେ ଫଟୋ ଓ ଭିଡିଓ ଡିଲିଟ କରିବା ବାହାନାରେ ଯୁବତୀଙ୍କୁ ହୋଟେଲକୁ ଡାକିଥିଲା। ଫଟୋ ଓ ଭିଡିଓ ଡିଲିଟ କରିବାକୁ ସେ ହୀରା ମୁଦି ଓ ସୁନା ଚେନ ଛଡେଇ ନେଇଥିଲା। ଏହାପରେ ବନ୍ଧୁକ ମୁନରେ ଯୁବତୀଙ୍କ ଅଶ୍ଳୀଳ ଭିଡିଓ କରିଥିଲା। ଯୁବତୀଙ୍କ ସହ ଅସଦାଚରଣ କରିଥିଲା। ତାଙ୍କ ଡ୍ରେସ ଫାଡ଼ି ଦେଇଥିଲା। ଭିଡିଓ ଭାଇରାଲ କରିବା ଧମକ ଦେଇ ଏକ ଲକ୍ଷ ଟଙ୍କା ଦାବି କରିଥିଲା। ଯୁବତୀ କୌଣସି ପ୍ରକାରେ ସେଠାରୁ ପଳେଇ ଆସିଥିଲେ। ଘରକୁ ଆସି ମା’ଙ୍କୁ ସବୁ କଥା ଜଣାଇଥିଲେ। ଯୁବତୀଙ୍କର ଦିଲ୍ଲୀରେ ବାହାଘର ଠିକ ହୋଇଥିଲା ଯାହା ସଚିନ ଜାଣିଥିଲା। ଟଙ୍କା ନ ମିଳିବାରୁ ସେ ଭିଡିଓ ଯୁବତୀଙ୍କ ଭାବି ସ୍ୱାମୀଙ୍କୁ ପଠାଇ ଦେଇଥିଲା। ଯାହାଫଳରେ ତାଙ୍କ ବାହାଘର ଭାଙ୍ଗିଗଲା।

ତାଜଗଞ୍ଜ ଥାନା ପ୍ରଭାରୀ ଓମ ହରି ବାଜପେୟୀ କହିଛନ୍ତି ଯେ ପୀଡିତାଙ୍କ ଅଭିଯୋଗ କ୍ରମେ ମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇଛି। ରବିବାର ତାକୁ କୋର୍ଟରେ ପେଶ କରାଯିବ। ସଚିନ ନିଜେ ଯୁବତୀଙ୍କୁ ବିବାହ କରିବାକୁ ଚାହୁଁଥିଲା। ସେଥିପାଇଁ ତାଙ୍କ ବାହାଘର ମଧ୍ୟ ଭାଙ୍ଗିଦେଲା।

   Related Posts