Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ଛୋଟ ଭାଇଟିର ଦେହରେ ହୋଇଥିଲା ୯୦ଟି କ୍ଷତ, ତଥାପି କାମୁଡା କୁକୁର ଠାରୁ କୁନି ଭଉଣୀକୁ କରିଥିଲା ରକ୍ଷା, ରାକ୍ଷୀ ବାନ୍ଧି ସ୍ନେହ ସୁଝିଲା ଭଉଣୀ

5/08/2020 at 4:17 PM

ନ୍ୟୁୟର୍କ, ୦୫|୦୮: ନିଜର ସାନ ଭଉଣୀକୁ କୁକୁର କବଳରୁ ରକ୍ଷା କରିଥିବା ଭାଇ କିଛିଦିନ ତଳେ ଇଣ୍ଟରନେଟରେ ଖୁବ୍ ଚର୍ଚ୍ଚିତ ହୋଇଥିଲା । ଏହି ସାହସୀ ଭାଇକୁ ସମସ୍ତେ ପ୍ରଶଂସା କରିଥିଲେ । ଅନେକ ସେଲିବ୍ରିଟି ମଧ୍ୟ ତାଙ୍କୁ ପ୍ରଶଂସା କରିଥିଲେ । ଏବେ ଉଭୟ ଭାଇ ଉଭଣୀ ରକ୍ଷାବନ୍ଧନ ଉତ୍ସବ ପାଳନ କରିଛନ୍ତି । ମାତ୍ର ୬ ବର୍ଷ ବୟସର ବ୍ରିଜର୍ ନିଜ ଉଭଣୀ ସହ ଏହି ଉତ୍ସବ ପାଳନ କରିଛି ।

ଶିଶୁ ପୁତ୍ରର ମାଉସୀ ନିକି ଓ୍ୱାକର୍ ଇଣ୍ଟରନେଟରେ ଏକ ଫଟୋ ପୋଷ୍ଟ କରିଥିଲେ । ଯେଉଁଥିରେ ବ୍ରିଜରଙ୍କ ହାତରେ ତାଙ୍କ ଉଭଣୀ ରାକ୍ଷୀ ବାନ୍ଧୁଥିବା ନଜର ଆସିଛି । ଶିଶୁ ପୁତ୍ରର ମାଉସୀ ସେ ଫଟୋ ସହ ଏକ କାର୍ଟୁନ୍ ମଧ୍ୟ ସେୟାର କରିଛନ୍ତି ।

ଫଟୋ ସେୟାର କରି ସେ ଲେଖିଛନ୍ତି ଯେ, ବ୍ରିଜରଙ୍କ କାହାଣୀ ସାରା ବିଶ୍ୱବାସୀ ଜାଣିବାକୁ ପାଇଥିଲେ । ଅନେକ ଦେଶର ନାଗରିକ ତାଙ୍କର ଏହି ସାହସକୁ ପ୍ରଶଂସା କରିଥିଲେ । ତେବେ ଏହି ଉତ୍ସବକୁ ଉଭୟ ଭାଇ-ଉଭଣୀ ସୁନ୍ଦର ଭାବେ ପାଳନ କରିଛନ୍ତି । ରକ୍ଷା ବନ୍ଧନକୁ ନେଇ ସେ କହିଛନ୍ତି ଯେ, ସେ ଏପରି ଏକ ଉତ୍ସବ ବିଷୟରେ ଜାଣିବାକୁ ପାଇଥିଲେ । ଏହି ଉତ୍ସବ ଭାଇ-ଭଉଣୀ ମଧ୍ୟରେ ଥିବା ସ୍ନେହକୁ ଦର୍ଶାଇଥାଏ । ଉଭଣୀ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ । ଉଭୟ ପରସ୍ପରର କେତେ ଯତ୍ନ ନେଇଥାନ୍ତି ତାହା ଏହି ପର୍ବ ଦର୍ଶାଇଥାଏ ।

ବ୍ରିଜରଙ୍କ ମାଉସୀ ସମସ୍ତଙ୍କୁ ଏହି ପର୍ବ ପାଳନ ପାଇଁ ଆହ୍ୱାନ କରିଥିଲେ । କାରଣ ଅଧିକାଂଶ ଭାରତୀୟ ଇନଷ୍ଟାଗ୍ରାମରେ ଏହି ଭାଇ-ଭଉଣୀଙ୍କ ଫଟୋ ସେୟାର କରି ରାକ୍ଷୀପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଥିଲେ । ସୂଚନାଯୋଗ୍ୟ, ଶିଶୁଟି ନିଜ ଭଉଣୀକୁ ରକ୍ଷା କରିବା ପରେ ଶରୀରରେ ୯୦ଟି ଷ୍ଟିଚ୍ ପଡିଥିଲା ।

   Related Posts