ହ୍ବାଟ୍ସଆପ୍‌ ଡିପିରେ ଏକ୍ସ ଗାର୍ଲଫ୍ରେଣ୍ଡର ଫଟୋ, କ୍ୟାପ୍ସନ ଥିଲା ‘କଳିଯୁଗର ଦ୍ରୌପଦୀ’: ଯୁବକ ଗିରଫ

Published By : Prameya-News7 Bureau | November 06, 2020 IST

ରାଜକୋଟ ୬/୧୧: ହ୍ବାଟସ୍‌ଆପ୍‌ ଡିପି(ଡିସ୍‌ପ୍ଲେ ପିକ୍ଚର)ରେ ୟୁଜର ବିଶେଷ କରି ନିଜର ଏକ ସୁନ୍ଦର ଫଟୋ ରଖିବାକୁ ପସନ୍ଦ କରନ୍ତି। କେହି କେହି ପ୍ରକୃତିର ସୌନ୍ଦର୍ଯ୍ୟକୁ ନିଜ ଡିପିରେ ସ୍ଥାନ ମଧ୍ୟ ଦେଇଥାନ୍ତି। କିନ୍ତୁ ଏକ୍ସ ଗାର୍ଲଫ୍ରେଣ୍ଡଙ୍କ ଫଟୋ କେହି ଲଗାଉଥିବା ହୁଏତ ପ୍ରଥମ ଘଟିଥିବ । କେବଳ ଏକ୍ସ ଗାର୍ଲଫ୍ରେଣ୍ଡଙ୍କ ଫଟୋ ନୁହେଁ ବରଂ ​‌ଫଟୋରେ ‘କଳିଯୁଗର ଦ୍ରୌପଦୀ’ ଲେଖି ହ୍ବାଟ୍ସଆପ୍‌ର ଡିପି ରଖିଥିଲେ ଯୁବକ। ଯୁବତୀଙ୍କ ଅଭିଯୋଗ ପରେ ଯୁବକଙ୍କୁ ଗିରଫ କରିଛି ପୋଲିସ।

ଗୁଜୁରାଟର ରାଜକୋଟରେ ଏଭଳି ଏକ ଘଟଣା ଘଟିଛି। ପୀଡ଼ିତାଙ୍କ ଅଭିଯୋଗ କ୍ରମେ ଅଭିଯକ୍ତ ହିତେଶ ଓ ତାଙ୍କ ଭିତରେ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ଥିଲା। କିନ୍ତୁ ହିତେଶଙ୍କ ବ୍ୟବହାରରେ ପରିବର୍ତ୍ତନ ହେବାରୁ ସେମାନଙ୍କର ବ୍ରେକ୍‌ ଅପ୍‌ ହୋଇଥିଲା। କିନ୍ତୁ ସେମାନେ ହ୍ବାଟ୍ସଆପ୍‌ରେ ସମ୍ପର୍କରେ ଥିଲେ।

ଅଭିଯୁକ୍ତ ହିତଶେ ଯୁବତୀଙ୍କୁ ଅଶ୍ଳୀଳ ମେସେଜ୍‌ କରୁଥିବା ପୀଡ଼ିତା ଅଭିଯୋଗ କରିଛନ୍ତି। ହିତେଶ ପୁଣିଥରେ ପ୍ରେମ ସମ୍ପର୍କ ଆରମ୍ଭ କରିବାକୁ କହୁଥିବା ବେଳେ ସେମାନଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର କିଛି ଫଟୋ ମଧ୍ୟ ପଠାଇଥିବା ପୋଲିସକୁ କହିଛନ୍ତି ପୀଡ଼ିତା।

ତେବେ ଏଭଳି କିଛି ଦିନ ଚାଲିବା ପରେ ହିତେଶ  ନିଜର ଓ ଯୁବତୀଙ୍କର ଏକ ଫଟୋରେ ‘କଳିଯୁଗର ଦ୍ରୌପଦୀ’ ବୋଲି ଲେଖି ହ୍ବାଟ୍ସଆପ୍‌ ଡିପିରେ ରଖିଥିଲେ। ଏହା ଦେଖି ଯୁବତୀ ରାଗି ଯାଇ ହିତେଶଙ୍କ ବିରୋଧରେ ଥାନାର ଦ୍ବାରସ୍ଥ ହୋଇଥିଲେ। ପୀଡ଼ିତାଙ୍କ ଅଭିଯୋଗ ଓ ପ୍ରମାଣ ପାଇବା ପରେ ପୋଲିସ ଅଭିଯୁକ୍ତ ହିତେଶକୁ ଗିରଫ କରିଥିବା ଜଣାପଡ଼ିଛି। ​‌

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.