Friday, May 24, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିବାହ ଉତ୍ସବରୁ ଛାତ୍ରୀଙ୍କୁ ଉଠାଇ ଆଣି ଇଟାଭାଟିରେ ଦୁଷ୍କର୍ମ କଲା ଦୃର୍ବୃତ୍ତ

କାନପୁର ୧୪/୫: କାନପୁରରେ ଜଣେ ଛାତ୍ରୀଙ୍କ ଦୁଷ୍କର୍ମ ଖବର ସାମନାକୁ ଆସିଛି। କାନପୁରରେ ଘାଟମପୁରର ଏକ ଗେଷ୍ଟ ହାଉସରେ ଚାଲିଥିବା ଏକ ବିବାହ ସମାରୋହରେ ସାମିଲ ଥିବା ଜଣେ ଛାତ୍ରୀଙ୍କୁ ଏକ ଯୁବକ ବାଇକରେ ବସାଇ ନେଇ ଯାଇ ଖାଲି ପଡ଼ିଥିବା ଏକ ଇଟାଭାଟିରେ ଦୁଷ୍କରମ କରିଥିଲା। କୋତଓ୍ବାଲିରେ ଛାତ୍ରୀଙ୍କ ପିତା ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରିଛନ୍ତି।

ଛାତ୍ରୀଙ୍କ ପିତାଙ୍କ କହିବାନୁସାରେ ତାଙ୍କ ୧୬ବର୍ଷ ବୟସର ଝିଅ ଏକାଦଶ ଶ୍ରେଣୀରେ ପଢ଼ୁଥିଲେ। ରବିବାର ରାତିରେ ସେ ପରିବାର ଲୋକଙ୍କ ସହ ଏକ ଗେଷ୍ଟ ହାଉସରେ ଆୟୋଜିତ ବିବାହ ସମାରୋହରେ ଯୋଗ ଦେଇଥିଲେ। ସେଠାରେ ମୋନୁ ନାମକ ଯୁବକଙ୍କ ସହ ଝିଅର ଦେଖା ହୋଇଥିଲା। ସେ ତାଙ୍କ ଝିଅକୁ ପ୍ରଲୋଭିତ କରି ନିଜ ସହ ବାଇକରେ ବସାଇ ନେଇଯାଇଥିଲା। ଗେଷ୍ଟ ହାଉସରୁ କିଛି ଦୂରରେ ଥିବା ଏକ ଖାଲି ପଡ଼ିଥିବା ଇଟା ଭାଟିରେ ଦୁଷ୍କର୍ମ କରିଥିଲା। ତାଙ୍କ ଝିଅ ଚିତ୍କାର କରିବାରୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲା ଏବଂ ଦୁଷ୍କର୍ମ କରିବା ପରେ ସେଠାରେ ଛାଡ଼ି ପଳାଇଥିଲା।

ସୂଚନା ମିଳିବାରୁ ଛାତ୍ରୀଙ୍କ ପରିବାର ଲୋକେ ଅଭିଯୁକ୍ତକୁ ଖୋଜିଥିଲେ କିନ୍ତୁ ସେ ମିଳିନଥିଲା। ସୋମବାର କୋତଓ୍ବାଲି ଥାନାରେ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା।     

241 Views

   ସମ୍ବନ୍ଧିତ ଖବର