ପ୍ରେମିକାଙ୍କ ଘର ଆଗରେ ଚକ୍କର କାଟୁଥିଲେ ଯୁବକ, ଜବରଦସ୍ତି ବିବାହ କରାଇଦେଲେ ଗ୍ରାମବାସୀ

Published By : Prameya-News7 Bureau | May 22, 2020 IST

ପାଟନା, ୨୨|୦୫:   ଯୁବତୀଙ୍କ ଘର ଆଗରେ ଚକ୍କର କାଟୁଥିଲେ ଜଣେ ଯୁବକ । ଜାଣିନଥିଲେ ଆଗକୁ କଣ ହେବ । ଯାହା ଘଟିଲା ତାହା ସମସ୍ତଙ୍କୁ ଚକିତ କରିଛି । ଯୁବକଙ୍କୁ ଜବରଦସ୍ତି ଯୁବତୀଙ୍କ ସହ ବିବାହ କରିଦେଲେ ଗ୍ରାମବାସୀ । ତେବେ ଉଭୟ ଯୁବକ ଓ ଯୁବତୀ ନାବାଳକ ଓ ନାବାଳିକା ବୋଲି ଜଣାପଡିଛି ।

ସୂଚନାନୁସାରେ, ବିହାରର ଦରଭଙ୍ଗା ଅଞ୍ଚଳର କୋୟଲା ଗ୍ରାମରେ ଏପରି ଖବର ସାମ୍ନାକୁ ଆସିଛି । କୁହାଯାଉଛି ଯେ, ଯୁବକ ଓ ଯୁବତୀଙ୍କ ମଧ୍ୟରେ ପୂର୍ବରୁ ପ୍ରେମ ସମ୍ପର୍କ ରହିଥିଲା । ଗତ ମେ ୨୧ ତାରିଖରେ ଯୁବକଜଣଙ୍କ କୌଣସି କାମରେ ଯୁବତୀଙ୍କ ଘର ସାମ୍ନାରେ ବୁଲୁଥିଲେ । ତେବେ ସେ ତାଙ୍କ ପ୍ରେମିକାକୁ ଦେଖା କରିବାକୁ ଆସିଛନ୍ତି ବୋଲି ଗ୍ରାମବାସୀ ଭାବିଥିଲେ । ଏହାପରେ ସେମାନେ ଉଭୟଙ୍କୁ ଜବରଦସ୍ତି ବିବାଦ କରିଦେଇଛନ୍ତି ।ଗ୍ରାମର ସମସ୍ତ ପୁରୁଷ ଓ ମହିଳାଙ୍କ ଆଗରେ ଏହି ବିବାହ ହୋଇଛି ।

ଏହି ସମୟରେ ସାରା ଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ ଲକଡାଉନ୍ ଲାଗୁ ହୋଇଛି । ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଉଛି । କିନ୍ତୁ ଏହି ସମସ୍ତ ନିୟମକୁ ଦଳିମକଚି ଗ୍ରାମବାସୀ ଉଭୟଙ୍କ ବିବାହ କରିଦେଇଛନ୍ତି । ତେବେ ଯୁବକଙ୍କ ପିତା ନିଜ ପୁତ୍ରକୁ ନିର୍ଦ୍ଦୋଷ କହିବା ସହ ଯୁବତୀଙ୍କ ପରିବାର ଉପରେ ଅଭିଯୋଗ ଲଗାଇଛନ୍ତି ।

ଯୁବକଙ୍କ ପିତା କହିଛନ୍ତି ଯେ, ଖବର ମିଳିବା ପରେ ସେ ଗ୍ରାମ ମୁଖିଆ ଓ ସରପଞ୍ଚଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସେ ଗ୍ରାମର ରାମ ସୋଗାର୍ଥଙ୍କ ବିରୋଧରେ ନିଜ ନାବାଳକ ପୁତ୍ରଙ୍କୁ ବିବାହ କରିଥିବା ଅଭିଯୋଗ ଆଣିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.