Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ବଡ଼ ଭଉଣୀ ସହ ପିଲା ଦିନ ବିତାଇଥବା ଯୁବକ ସତ ଜାଣିବା ପରେ ହୋଇଗ​‌ଲେ ତାଜୁବ, ଭିଡିଓରେ କହିଲେ ପୂରା କାହାଣୀ

20/07/2021 at 9:07 PM


କାଲିଫର୍ନିଆ ୨୦/୦୭ : ଭିଡିଓ ପ୍ଲାଟଫର୍ମ ଟିକଟକରେ ଅନେକ ଲୋକ ନିଜ ଜୀବନର ଅନୁଭୂତି ସେୟାର କରିଥାନ୍ତି। ଆମେରିକାର ନ୍ୟୁୟର୍କର ଜଣେ ଟିକଟକ ୟୁଜର ନିଜ ଜୀବନର ସତ କାହାଣୀ ସେୟାର କରିଛନ୍ତି । ଯୁବକ ଜଣକ କହିଛନ୍ତି ଯେ ସେ ଯେଉଁ ମହିଳାଙ୍କୁ ବଡ ଭଉଣୀ ଭାବୁଥିଲେ ୨୧ ବର୍ଷ ପରେ ଜାଣିଲେ ଯେ ବାସ୍ତବରେ ସେ ତାଙ୍କ ବଡ଼ ଭଉଣୀ ନୁହଁନ୍ତି, ତାଙ୍କ ମା’।

ନ୍ୟୁୟର୍କର ଏହି ଟିକଟକ୍ ୟୁଜରଙ୍କ ନାଁ ହେଲା ଶେମ୍ ଗ୍ରିଫ୍ସ। ସେ ତାଙ୍କ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଏବଂ ତାଙ୍କ ଜୀବନର ସତ୍ୟତା କହିଛନ୍ତି। ଶେମ କହିଛନ୍ତି, ମୋର ବଡ଼ ଭଉଣୀ ସହିତ ମୋର ବହୁତ ଭଲ ସମ୍ପର୍କ ଅଛି। ଭଲ ବନ୍ଧନ ଅଛି। ଅନ୍ୟ ଭାଇ ଓ ଭଉଣୀମାନଙ୍କ ପରି ଆମେ ମଧ୍ୟ ଝଗଡା କରୁ, ଥଟ୍ଟା ମଜା କରୁ, ସେ ମୋ କ୍ରାଇମ ପାର୍ଟନର ମଧ୍ୟ ।

ଶେମ କହିଛନ୍ତି, ‘ମୁଁ ନିକଟରେ ଜାଣିଲି ଯେ ମୁଁ ପିଲାଦିନରୁ ଯାହାକୁ ବଡ଼ ଭଉଣୀ ବୋଲି ଭାବିଥିଲି ପ୍ରକୃତରେ ସେ ମୋର ମା’। ମୋ ମା ଅଳ୍ପ ବୟସରେ ଗର୍ଭବତୀ ହୋଇଥିଲେ ଏବଂ ସେ ମୋତେ ଜନ୍ମ ଦେଇଥିଲେ। ଅଳ୍ପ ବୟସରେ ଗର୍ଭବତୀ ହେବା ପରେ ମଧ୍ୟ ମୋ ମା’ ଗର୍ଭପାତ କରିବାକୁ ଚାହିଁନଥିଲେ। ସେ ମୋର ଜନ୍ମ ସମ୍ବନ୍ଧୀୟ ସମସ୍ତ ପ୍ରକାରର ପ୍ରଶ୍ନର ସାମ୍ନା କରିବାକୁ ମଧ୍ୟ ପ୍ରସ୍ତୁତ ଥିଲେ ।’

ଶେମ ଆହୁରି କହିଛନ୍ତି ଯେ, ‘ପରିବାରରେ ମୋ ଆଈ ମୋତେ ମା’ର ସ୍ନେହ ଦେଇଥିଲେ। ସେ ମୋତେ କେବେ ଜାଣିବାକୁ ଦେଇନାହାନ୍ତି ଯେ ମୁଁ ତାଙ୍କ ନିଜ ସନ୍ତାନ ନୁହେଁ। ବୋଧହୁଏ ପରିବାରର ଯୋଜନା ଥିଲା ଯେତେବେଳେ ମୁଁ ବଡ ହେବି, ସବୁ ବୁଝିପାରିବି ସେତେବେଳେ ମୋତେ ସତ କହିବେ।’

ଶେଷରେ ଶେମ କହିଛନ୍ତି ‘ମୋର ନିଜ ମା ମୋତେ ବଡ଼ ଭଉଣୀ ହୋଇ ମଧ୍ୟ ମା’ର ସ୍ନେହ, ଭଲପାଇବା ଦେଇଛନ୍ତି। ମୋ ସହିତ କିଛି ଭୁଲ ହୋଇଛି ବୋଲି ମୁଁ କେବେବି କହିବିନି। ପରିବାରରେ ସମସ୍ତେ ମୋତେ ବହୁତ ଭଲପାଆନ୍ତି।’

   Related Posts