ଚଳନ୍ତା ଟ୍ରେନରେ ଷ୍ଟଣ୍ଟ ଦେଖାଇ ଚାଲିଗଲା ବାଳକର ଜୀବନ- ଦେଖନ୍ତୁ ଭିଡିଓ

Published By : Prameya-News7 Bureau | December 30, 2019 IST

ମୁମ୍ବଇ - ଚଳନ୍ତା ଟ୍ରେନରେ ଷ୍ଟଣ୍ଟ ଦେଖାଇବା ଜଣେ ବାଳକପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ବିପଦ୍ଜନକ ଭାବେ ଷ୍ଟଣ୍ଟ ଦେଖାଇବା ବେଳେ ଏହି ବାଳକର ଜୀବନ ଯାଇଛି । ବାଳକଟି ଏକ ଲୋକଲ୍‌ ଟ୍ରେନ୍‌ର ବାଡରେ ଝୁଲି ଷ୍ଟଣ୍ଟ ଦେଖାଉଥିବା ବେଳେ ବାଳକ ଜୀବନ ଯାଇଛି ।

wp:preformatted
/wp:preformatted wp:paragraph {"align":"center"}

courtesy - Times of India

ଟାଇମସ୍‌ ଅଫ୍‌ ଇଣ୍ଡିଆରେ ବାହାରିଥିବା ଖବର ଅନୁଯାୟୀ ଏହି ବାଳକଟି ଟ୍ରେନର ବାଡରେ ଝୁଲି ଷ୍ଟଣ୍ଟ ଦେଖାଉଥିଲା । ତାହାର ଆଉଜଣେ ସାଥୀ ମୋବାଇଲ୍‌ରେ ଏହାର ଭିଡିଓ ଉତ୍ତଳନ କରୁଥିଲା । ମାତ୍ର ଏତିକି ବେଳେ ଏକ ପୋଲ ଆସିଥିଲା। ପୋଲର ବାଡରେ ପିଟି ହୋଇ ବାଳକଟି ଟ୍ରେନ ଭିତରକୁ ଛିଟିକି ହୋଇ ପଡିଥିଲା ।

{"id":204589,"width":617,"height":321,"sizeSlug":"large"}
courtesy - Times of India

ପରେ ଏହି ବାଳକକୁ ଏକ ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ବାଳକଟିର ମୃତ୍ୟୁ ହୋଇଛି ।

{"id":204591,"width":593,"height":357,"sizeSlug":"large"}
courtesy - Times of India

ରେଳ ବିଭାଗ ପକ୍ଷରୁ ବାରମ୍ବାର ଏପରି ଷ୍ଟଣ୍ଟ ନ କରିବା ପାଇଁ ପରାମର୍ଶ ଦିଆଯିବା ସହ ବିଭିନ୍ନ ସ୍ଥାନରେ ସଚେତନତା ସୃଷ୍ଟି କରାଯାଉଛି । ଏହା ସତ୍ତ୍ୱେ ବି ଅନେକ ସମୟରେ ଏହି ପରି ବିପଦ୍ଜନକ ଷ୍ଟଣ୍ଟ ଦେଖାଉଛନ୍ତି ।

{"id":204592,"width":560,"height":310,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.