ଦୁଇ ଯୁବତୀଙ୍କ ସହ ଘରୁ ଫେରାର ହୋଇଯାଇଥିଲା ଯୁବକ : ପୋଲିସ ଓ ପରିଜନଙ୍କୁ ଦେଖି ତୃତୀୟ ମହଲାରୁ ଡେଇଁ ଯୁବକ ମୃତ

Published By : Prameya-News7 Bureau | April 30, 2019 IST

ଅହମଦାବାଦ ୩୦/୪ : ଗୁଜରାଟର ଜଣେ ଯୁବକ ଦୁଇ ଯୁବତୀଙ୍କ ସହ ଘରୁ ଫେରାର ହୋଇ ହରିଦ୍ୱାରରେ ପହଞ୍ଚିଥିଲା | ହରିଦ୍ୱାରରେ ସେ ଏକ ଆଶ୍ରମରେ ଆଶ୍ରୟ ନେଇଥିଲା | ଯୁବାକୁ ଘରଲୋକ ଓ ପୋଲିସ ଖୋଜାଖୋଜି କରୁଥିଲେ | ପୋଲିସ ଓ ଘରଲୋକଙ୍କୁ ଆଶ୍ରମ ଦେଖି ଯୁବକ ଜଣକ ଆଶ୍ରମର ତୃତୀୟ ମହଲାରୁ ଡେଇଁ ପଡିଥିଲା | ଡେଉଁ ପଡିବାରୁ ଘଟଣାସ୍ଥଳରେ ହିଁ ଯୁବକର ମୃତ୍ୟୁ ହୋଇଥିଲା | ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି |


ଥାନା ପ୍ରଭାରୀ ପ୍ରବୀଣ କୋସ୍ୟାରି କହିଛନ୍ତି ଯେ, ଉକ୍ତ ଯୁବକ ଦୁଇ ଯୁବତୀଙ୍କ ସହ ଗୁଜରାଟ ଦ୍ୱାରିକାରୁ ଫେରାର ହୋଇ ହରିଦ୍ୱାରର ଏକ ଆଶ୍ରମରେ ଆଶ୍ରୟ ନେଇଥିଲା | ଯୁବକ ହରିଦ୍ୱାରରେ ଥିବା ଜାଣି ପରିବାରଲୋକେ ହରିଦ୍ୱାରରେ ପହଂଚିଥିଲେ | ହରିଦ୍ୱାରରେ ସେମାନେ ଯୁବକ ଏବଂ ଦୁଇ ଯୁବତୀଙ୍କୁ ଖୋଜାଖୋଜି କରିଥିଲେ | ବହୁତ ଖୋଜାଖୋଜି ପରେ ମଧ୍ୟ ୩ ଜଣଙ୍କୁ ନ ପାଇବାରୁ ପୋଲିସର ସାହାଯ୍ୟ ନେଇଥିଲେ | ପୋଲିସ ଖାଓଜାଖୋଜି ଆରମ୍ଭ କରିଥିଲା | ପୋଲିସ ସେଠାକାର ବିଭିନ୍ନ ହୋଟେଲ ଓ ଆଶ୍ରମରେ ପଚରାଉଚୁରା କରିଥିଲା | ସେମାନେ ଏକ ଆଶ୍ରମରେ ଥିବା ପୋଲିସ ସୂଚନା ପାଇଥିଲା | ସୋମବାର ରାତିରେ ପୋଲିସ ଯୁବକଙ୍କ ପରିବାରଲୋକଙ୍କ ସହ ଉକ୍ତ ଆଶ୍ରମରେ ପହଞ୍ଚିଥିଲା |


ପରିବାରଲୋକଙ୍କ ସହ ପୋଲିସକୁ ଦେଖି ଯୁବକ ଜଣକ ଆଶ୍ରମର ତୃତୀୟ ମହଲାରୁ ତଳକୁ ଡେଇଁ ପଡିଥିଲା | ତୃତୀୟ ମହଲାରୁ ତଳକୁ ଡେଇଁବାରୁ ଘଟଣାସ୍ଥଳରେ ହିଁ ଯୁବକର ମୃତ୍ୟୁ ହୋଇଥିଲା |


ସୂଚନାଯୋଗ୍ୟ ଯେ, ୩ଜଣ ଯାକ ଦିନେ ପୂର୍ବରୁ ଅର୍ଥାତ ରବିବାର ଦିନ ହରିଦ୍ୱାରରେ ପହଂଚିଥିଲେ | ସେଠାରେ ଶ୍ରବଣ ନାଥ ନଗର ସ୍ଥିତ ଏକ ଆଶ୍ରମରେ ୩ଜଣ ରହିଥିଲେ | ତେବେ ଯୁବକ ଜଣକ ଦୁଇ ଜଣ ଯୁବତୀଙ୍କ ସହ କାହିଁକି ଘରୁ ଫେରାର ହୋଇଯାଇଥିଲା ତାହା ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ | ଆଶ୍ରମର ସିସିଟିଭି ଫୁଟେଜରେ ଯୁବକର ଡେଇଁବା ଦୃଶ୍ୟ କଏଦ ହୋଇଛି | ପୋଲିସ ଏହି ମାମଲାର ତଦନ୍ତ କରୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.