ପ୍ରକୃତ ବନ୍ଧୁ : ପହଁରା ନଜାଣି ମଧ୍ୟ ସାଙ୍ଗକୁ ବଞ୍ଚାଇବା ପାଇଁ ନିଜ ଜୀବନ ବାଜି ଲଗାଇଦେଲେ ନାବାଳକ

Published By : Prameya-News7 Bureau | March 17, 2019 IST

ଚଣ୍ଡୀଗଡ଼ ୧୭/୩ : ପହଁରା ଆସୁନଥିଲେ ବି ନଦୀରେ ଡେଇଁ ସାଙ୍ଗର ଜୀବନ ବଞ୍ଚାଇଥିଲେ ଯୁବକ | ସାଙ୍ଗକୁ ବଞ୍ଚାଇଲେ କିନ୍ତୁ ନିଜେ ବୁଡ଼ିଗଲେ | ଘଟଣା ହରିୟାଣାର ଶୀର୍ଷା ଅଂଚଳର | ଘାଗରା ନଦୀ ଉପରେ ଯାଇଥିବା ପଞ୍ଜୁଆନରୁ ଶୀର୍ଷା ପାଣି ପାଇପ ଲାଇନରୁ ଗୋଡ ଖସି ନବମ ଶ୍ରେଣୀ ଛାତ୍ର ସାହିଲ ନଦୀରେ ପଡିଯାଇଥିଲେ | ସାହିଲଙ୍କ ସାଙ୍ଗ ଗୁରମୀତ ଏହାଦେଖି ନଦୀକୁ ଡେଇଁ ପଡ଼ିଥିଲେ | ଗୁରମୀତକୁ ପହଁରା ଆସେନାହିଁ | ତଥାପି ସେ ନଦୀକୁ ଡେଇଁ ପଡ଼ିଥିଲେ |


ସାହିଲଙ୍କୁ ଗୁରମୀତ ବାହାରକୁ ବାହାର କରିଥିଲେ | କିନ୍ତୁ ତାଙ୍କ ନିଜ ସହ ଅଘଟଣ ଘଟିଥିଲା | ସେ ନଦୀ ପାଣିରେ ବୁଡି ଯାଇଥିଲେ | ଖବରପାଇ ସ୍ଥାନୀୟାଲୋକେ ଗୁରମୀତକୁ ଖୋଜାଖୋଜି କରିଥିଲେ | ଘଣ୍ଟେ ପରେ ନଦୀରୁ ଗୁରମୀତଙ୍କ ଶବ ଉଦ୍ଧାର ହୋଇଥିଲା |


ସୂଚନାଯୋଗ୍ୟ ଯେ, ସାହିଲ ଏବଂ ଗୁରମୀତ ପିଲାବେଳର ସାଙ୍ଗ | ଉଭୟ ଗୋଟିଏ ସ୍କୁଲରେ ଏବଂ ଗୋଟିଏ ଶ୍ରେଣୀରେ ପଢୁଥିଲେ | ପ୍ରତିଦିନ ଭଳି ଶନିବାର ଦିନ ମଧ୍ୟ ଉଭୟ ମିଶିକି ପରୀକ୍ଷା ଦେବା ପାଇଁ ଯାଉଥିଲେ | ପରୀକ୍ଷାରୁ ଫେରିବା ପରେ ପାଖାପାଖି ୩ଟା ବେଳେ ଉଭୟ ଘାଗରା ନଦୀ କୁଳକୁ ଖେଳିବାକୁ ଯାଇଥିଲେ |


ତାଙ୍କ ଶହ ଆଉ ଅନ୍ୟ କିଛି ସାଙ୍ଗପିଲା ମଧ୍ୟ ଖେଳିବାକୁ ଯାଇଥିଲେ | ସବୁ ପିଲା ଘାଗରା ନଦୀ ପୋଲ ପାରି କଲାବେଳେ ସାହିଲର ଗୋଡ ଖସିଯାଇଥିଲା ଏବଂ ସେ ନଦୀରେ ପଡିଯାଇଥିଲେ | ଏହା ଦେଖି ଗୁରମୀତ ସଂଗେ ସଂଗେ ନଦୀକୁ ଡେଇଁ ପଡ଼ିଥିଲେ | ଉଭୟଙ୍କୁ ପହଁରା ଆସୁନଥିଲା | ବହୁତ ଚେଷ୍ଟା କରି ଗୁରମୀତ ସାହିଲଙ୍କୁ ନଦୀ କୁଳକୁ ନେଇଯାଇଥିଲେ | କିନ୍ତୁ ପାଣିର ସ୍ରୋତ ଅଧିକ ଥିବାରୁ ସେ ନିଜେ ବାହାରି ପାରିଲେନାହିଁ |


ଗୁରମୀତ ବୁଡି ଯିବାରୁ ଅନ୍ୟ ସାଙ୍ଗ ପିଲାମାନେ ପାଟି କରିଥିଲେ | ପିଲାଙ୍କ ପାଟି ଶୁଣି ପାଖରେ ଥିବା ଲୋକେ ଦୌଡ଼ି ଆସିଥିଲେ | ସଂଗେ ସଂଗେ ଗାଁକୁ ଖବର ଦିଆଯାଇଥିଲା | ଗାଁ ସରପଂଚ ଏନେଇ ପୋଲିସକୁ ଖବର ଦେଇଥିଲେ | ପୋଲିସ ଘଟଣାସ୍ଥଳରେ ପହଂଚି ଗୁରମୀତଙ୍କୁ ଖୋଜିଥିଲା | ଘଣ୍ଟେ ପରେ ଗୁରମୀତଙ୍କ ଶବ ଉଦ୍ଧାର ହୋଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.