ଯୁବତୀଙ୍କ ଫେକ୍ ଫେସବୁକ ଆଇଡ଼ି କରି ନିଜ ପୁରୁଷସାଙ୍ଗ କରୁଥିଲା ଏଭଳିକାମ, ବଦନାମ କରିବା ଉଦ୍ଦେଶ୍ୟ ନୁହେଁ ଥିଲା ଆଉ କିଛି....

Published By : Prameya-News7 Bureau | January 24, 2019 IST

କିଦବୋଇନଗର ୨୫/୧-  ପ୍ରେମ ପାଇଁ କିଏ କଣ ନ କରୁଛି । ଆଜି ଆମେ ଆପଣଙ୍କୁ ଯେଉଁ ପ୍ରେମିକ କଥା କହିବୁ ଆପଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ । କାରଣ ପ୍ରେମିକ ବି ଏମିତି କରିପାରେ ଘଟଣା । ପ୍ରେମିକାକୁ ପାଇବାକୁ ପ୍ରେମିକ ଯାହା କରିଛି ଜାଣିଲେ ଆପଣଙ୍କ ଉଡ଼ିଯିବ ହୋସ୍ ।

ରୀନାକୁ ପ୍ରକାଶ ବନ୍ଧୁ ହିସାବରେ ପ୍ରଥମେ ଦେଖୁଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ରୀନାକୁ ଭଲପାଇ ବସିଲା । କିନ୍ତୁ ଏହି ଭଲପାଇବାକୁ ସତ କରିବାକୁ ବିବାହ କରିବାକୁ ଚାହିଁଲେ ବି ପରିବାର ଲୋକ ରାଜି ନଥିଲେ । ପ୍ରକାଶ ରୀନାକୁ ପାଇବାକୁ ଚେଷ୍ଟାକରି କଣ କରିଛି ଆସନ୍ତୁ ଜାଣିବା ।

ରୀନାକୁ ବଦନାମ କରିଦେଲେ ଆଉ କେହି ବିବାହ କରିବେନି ବୋଲି ଭାବି ପ୍ରକାଶ ନୂଆ ଯୋଜନା ତିଆରି କରିଥିଲା । ସେ ରୀନା ନାଁରେ ଏକ ନକଲୀ ଫେସବୁକ ଆକାଉଣ୍ଟ ଖୋଲି ବିଭିନ୍ନ ଫଟୋ ଅପଲୋଡ଼ କରିଥିଲା । ପ୍ରକାଶ ବୟଫ୍ରେଣ୍ଡ ଥିବାରୁ ରୀନାର ବିଭିନ୍ନ ସମୟର ଅଶ୍ଳୀଳ ଫଟୋ ସଂଗ୍ରହ କରିବାକି କିଛି ଅସୁବିଧା ନ ଥିଲା । ଏହିକାମ ପୁଣି ରୀନାର ଅଜାଣତରେ କରୁଥିଲା । ରୀନା ଏବାବଦରେ କିଛି  ଖୋଜଖବର ପାଉ ନଥିଲା ।

ଦିନେ ଜାଣିଲା ରୀନା ଏସବୁ କାମ କେବଳ ପ୍ରକାଶର । ସେ ଏହି କଥା ପ୍ରକାଶକୁ କହିଲା ପରେ ପ୍ରକାଶ ମାନି ନଥିଲା । ସେତେବେଳକୁ ରୀନାର ଅନେକ ଅଶ୍ଳୀଳ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇସାରିଥିଲା ।

ବଦନାମ ହୋଇଯିବା କାରଣରୁ ବାଧ୍ୟହୋଇ ପୋଲିସକୁ ଜଣାଇଥିଲା ରୀନା । ପ୍ରକାଶକୁ ପୋଲିସ ଗିରଫ କଲାପରେ ଏସବୁ ଘଟଣାର ହୋଇଛି ଫର୍ଦ୍ଦାଫାଶ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.