Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦ୍ୱିତୀୟ ଲହରର କରୁଣ ଚିତ୍ର : ହସ୍ପିଟାଲରେ ବେଡ୍ ନାହିଁ, ଫୁଟ୍ ପାଥ୍‌ରେ ଶୋଇଛନ୍ତି କରୋନା ସଂକ୍ରମିତ
  • ||
  • ରାଉରକେଲା : ଦିଲ୍ଲୀରେ ଅକ୍ସିଜେନ୍ ସଙ୍କଟ, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରୁ ପଠାଗଲା ଅକ୍ସିଜେନ୍ ଟ୍ୟାଙ୍କର
  • ||
  • ଯାଜପୁର : ଅକ୍ସିଜେନ୍ ସଙ୍କଟ, ଯାଜପୁରରୁ ବିଶାଖାପାଟଣା ଓ ପୁଣେ ଗଲା ୨ଟି ଅକ୍ସିଜେନ୍ ଟ୍ୟାଙ୍କର
  • ||
  • ଅନୁଗୋଳ : ଅନୁଗୋଳ ଜିଲ୍ଲାର ୨ଟି ମ୍ୟୁନିସିପାଲଟି ସଟଡାଉନ୍, କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହେଲା ନବମିଶ୍ର କଲୋନୀ
  • ||
  • କଳାହାଣ୍ଡି : ପୋଲିସ ରିଜର୍ଭ ଅଫିସରେ ସର୍ଜନ ଓ OAPF ଯବାନଙ୍କ ମଧ୍ୟରେ ମାଡ ଘଟଣା, ଉଭୟଙ୍କୁ ନିଲମ୍ବିତ କଲେ ଏସପି
  • ||
  • କଳାହାଣ୍ଡି : ଜିଏସଟି ଏନଫୋର୍ସମେଣ୍ଟ ଟିମ୍‌ର ଚଢାଉ, ଟ୍ରକ୍‌ରୁ ୫ ଲକ୍ଷ ୩୫ ହଜାର ଟଙ୍କା ଜରିମାନା ଆଦାୟ
  • ||
  • କରୋନା ବେଲଗାମ୍, ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୩୨ ହଜାରରୁ ଅଧିକ କେସ୍, ୨୨୬୩ ମୃତ
  • ||
  • ଦୁର୍ଘଟଣାରେ ଆହତ ହେଲେ ମଞ୍ଚ କଳାକାର ରତିକାନ୍ତ ବେହେରା, ହସ୍ପିଟାଲରେ ଭର୍ତ୍ତି
  • ||
  • ଚାଲିଥିଲା ଚୋରା ବନ୍ଧୁକ କାରବାର, ମାଡିବସିଲା ପୋଲିସ, ପିସ୍ତଲ ଜବତ
  • ||
  • ସଂକ୍ରମଣ ସାଙ୍ଘାତିକ, ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୬୨୧୫ ପଜିଟିଭ୍
  • ||

ମହିଳା ଆଇନଜୀବୀ ଦୀପାଳିଙ୍କ ଆତ୍ମହତ୍ୟା; ବାଲେଶ୍ବରରୁ ଖସିଗଲା ପ୍ରେମିକ ବିକ୍ରମ

4/11/2019 at 12:36 PM

ଭୁବନେଶ୍ବର,୩୦୧୧(ବ୍ୟୁରୋ): ଭୁବନେଶ୍ବରର ମହିଳା ଆଇନଜୀବୀ ଦୀପାଳି ପ୍ରିୟଦର୍ଶିନୀ ଜେନାଙ୍କ ଆତ୍ମହତ୍ୟା ଘଟଣାରେ ପୁଲିସ ହାତରୁ ଖସିଯାଇଛି ଦୀପାଳିଙ୍କ ପୁରୁଷବନ୍ଧୁ ବିକ୍ରମ ମିଶ୍ର । ବାଲେଶ୍ବରରେ ଲୁଚିଥିବା ଏକ ଘରେ ଚଢ଼ଉ ବେଳେ ପୁଲିସକୁ ସେ ଚକ୍‌ମା ଦେଇ ଖସି ପଳାଇଛି  ।

ସେପଟେ ରାଜ୍ୟ ବାହାରକୁ ଯାଇଥିବା ପୁଲିସର ଟିମ୍‌ ୩ଟି ସହରରେ ଖୋଜି ଖାଲି ହାତରେ ଫେରିଛି । ଗଲା ସପ୍ତାହେ ହେଲା ବିକ୍ରମ ତାଙ୍କ ପୈତୃକ ଘର ବାଲେଶ୍ବରର ବାଲୁଖଣ୍ଡ ଗାଁର ଏକ ପାଖ ଗାଁରେ ଲୁଚିକି ରହୁଥିଲେ । ଏନେଇ ଧଉଳି ଥାନା ପୁଲିସକୁ ନଭେମ୍ବର ପହିଲାରେ ବିକ୍ରମଙ୍କ ଜଣେ ସମ୍ପର୍କୀୟ ଖବର ଦେଇଥିଲେ । ଖବର ପାଇବା କ୍ଷଣି ରାତିରେ ଉକ୍ତ ଗାଁରେ ଚଢ଼ଉ କରିଥିଲା ପୁଲିସ ।

ହେଲେ ପୁଲିସ ପହଞ୍ଚିବା ଆଗରୁ ବିକ୍ରମ ସେଠାରୁ ଚମ୍ପଟ ମାରିଥିଲା । ସେପଟେ ପୁଲିସର ୨ଟି ଟିମ୍‌ ମହାରାଷ୍ଟ୍ରର ନାଗପୁର ଓ ପୁନେ ସହ ଆନ୍ଧପ୍ରଦେଶର ବିଶାଖାପାଟନମ୍‌ରୁ ଖୋଜିବାକୁ ଯାଇଥିଲା । ବିକ୍ରମ ଅନେକ ସମୟରେ ସେଠାରୁ କସମେଟିକ୍‌ ସାମଗ୍ରୀ ଓଡି଼ଶାକୁ ଆଣୁଥିବାରୁ ସେଠାରେ ଲୁଚିଥିବା ସନ୍ଦେହ କରାଯାଉଥିଲା । ସେ ଯେଉଁ ବେପାରୀଙ୍କ ସହ ଯୋଗାଯୋଗ କରୁଥିଲେ, ଯେଉଁ ହୋଟେଲରେ ରହୁଥିଲେ, ସେ ସବୁ ସ୍ଥାନରେ ପୁଲିସ ଟିମ୍‌ ଖୋଜି ଖାଲି ହାତରେ ଫେରିଛି ।

  ସେପଟେ ଦିନ ପରେ ଦିନ ଗଡି଼ବାରେ ଲାଗିଛି । ହେଲେ ଦୀପାଳିଙ୍କ ମୃତ୍ୟୁର ରହସ୍ୟ  ଭେଦିବାରେ ପୁଲିସ ଫେଲ୍‌ ମାରିଛି । ଏଯାଏଁ କୌଣସି ବିଶ୍ବାସଯୋଗ୍ୟ ତଥ୍ୟ ରଖିପାରୁନି ।ଅପରପକ୍ଷରେ ଦୀପାଳିଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ପାଇବା ପରଠାରୁ ଏହି ମାମଲାରେ ପୋଲିସ ଢିଲା ମାରୁଥିବା ଅଭିଯୋଗ ହେଉଛି । ସୂଚନାଯୋଗ୍ୟ ଯେ, ପୋଷ୍ଟ ମର୍ଟମ ରିପୋର୍ଟ ଅନୁସାରେ ଦୀପାଳି ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଛି । ତେବେ ଦୀପାଳି କାହିଁକି ଆତ୍ମହତ୍ୟା କଲେ ଏବେ ବି ରହସ୍ୟ ଘେରରେ ରହିଛି ।

ଆତ୍ମହତ୍ୟା କରିବା ପାଇଁ ଦୀପାଳିଙ୍କ ଉପରେ କୌଣସି ଚାପ ପଡିନଥିଲେ ସେ ଆତ୍ମହତ୍ୟା କରିବାର ପ୍ରଶ୍ନ ଉଠୁନଥିଲା । କାରଣ ଦୀପାଳି ନିଜ ବାହାଘର ଲାଗି ସମସ୍ତ ପ୍ରସ୍ତୁତି ଆରମ୍ଭ କରିସାରିଥିଲେ ।ନିଜ ପୁରୁଷ ବନ୍ଧୁ ବିକ୍ରମ ମିଶ୍ରଙ୍କୁ ସେ ବିବାହ କରିବାକୁ ଯାଉଥିଲେ । ଏଥପାଇଁ ଦୀପାଳି ଖୁସୀ ମଧ୍ୟ ଥିଲେ । ଏଭଳି ପରିସ୍ଥିତିରେ ଦୀପାଳି ଆତ୍ମ ହତ୍ୟା କରିବା ସମସ୍ତଙ୍କୁ ବିସ୍ମିତ କରିଛି ।

ଅନ୍ୟ ପକ୍ଷରେ ଦୀପାଳି ଆତ୍ମହତ୍ୟା କରିବା କିଛି ସମୟ ପୂର୍ବରୁ ବିକ୍ରମ ତାଙ୍କ ସହ ଥିଲେ । ଦୀପାଳି ଆତ୍ମହତ୍ୟା କରିବାପରଠୁ ବିକ୍ରମ ଫେରାର ଅଛନ୍ତି । ଦୀପାଳି ଆତ୍ମହତ୍ୟା କରିବା ପଛରେ ଯଦି ବିକ୍ରମଙ୍କ ଯଦି କୌଣସି ଭୂମିକା ନାହିଁ ତାହେଲେ ବିକ୍ରମ କାହିଁକି ପୋଲିସଠାରୁ ଲୁଚି ବୁଲୁଛନ୍ତି । ଏହାର ଅର୍ଥ ଦୀପାଳିଙ୍କ ଆତ୍ମହତ୍ୟା ପଛରେ ଏକ ବଡ ରହସ୍ୟ ଲୁଚି ରହିଛି । ବିକ୍ରମ ହିଁ ଏହି ରହସ୍ୟ ଉପରୁ ପରଦା ଉଠାଇପାରିବେ ।

   Related Posts