ଅଲଗା ଜାଗାରେ ବିବାହ କଲା ପ୍ରେମିକା, ସହି ନପାରି ନିଜ ଦେହରେ ନିଆଁ ଲଗାଇ ଦେଲା ହତାଶ ପ୍ରେମିକ
3/12/2020 at 10:17 AM

ବେତନଟୀ,୦୩/୧୨: ମୟୂରଭଞ୍ଜ ଜିଲ୍ଲା ବେତନଟୀ ଉପକଣ୍ଠ କାଠପାଳ ଗ୍ରାମର ଏକ ଅଭାବନୀୟ ଘଟଣା ଘଟିଯାଇଛି । ଏଠାରେ ଜଣେ ଯୁବକ ଦେହରେ କିରାସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯୁବକ ଜଣକ ହେଲେ ବୈଦ୍ୟନାଥ ।
ସୂଚନାନୁସାରେ, ବୈଦ୍ୟନାଥ ଜନୈକା ଯୁବତୀଙ୍କୁ ଭଲ ପାଉଥିଲେ । କିନ୍ତୁ ଯୁବତୀଙ୍କ ଅନ୍ୟତ୍ର ବିବାହ ହୋଇଯାଇଥିଲା। ବୁଧବାର ଅପରାହ୍ନ ୩ଟାରେ ଘରେ କେହି ନଥିବା ବେଳେ ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ ବୈଦ୍ୟନାଥ । ନିଆଁ ଜ୍ୱାଳାରେ ଚିତ୍କାର କରିବା ପରେ ପାଖ ପଡୋଶୀ ତାଙ୍କୁ ଉଦ୍ଧାର କରି ଅଗ୍ନିଶମ ଗାଡିରେ ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।
ବୈଦ୍ୟନାଥଙ୍କ ଶରୀରର ଶତକଡା ୭୦ଭାଗ ପୋଡି ଯାଇଛି। ତେଣୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ତୁରନ୍ତ ବାରିପଦା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି ।