ପୁରୁଷ ବନ୍ଧୁ ରାତିରେ ରହି କରିଛି ହତ୍ୟା, ଦୀପାଳିଙ୍କ ମୃତ୍ୟୁ ଦିନର ଘଟଣା ଏମିତି ଥିଲା - ମୃତ୍ୟୁ ବାବଦରେ ମୁହଁ ଖୋଲିଲେ ପରିବାର ଲୋକେ

Published By : Prameya-News7 Bureau | October 22, 2019 IST

ଭୁବନେଶ୍ୱର ୨୨।୧୦ -ଆଇନଜୀବୀ ଦିପାଳିଙ୍କ ମୃତ୍ୟୁ ବାବଦରେ ମୁହଁ ଖୋଲିଲେ ପରିବାର ଲୋକେ । କହିଲେ ଦିପାଳି ଆତ୍ନହତ୍ୟା କରିଥିବା କଥା ସେମାନେ ବିଶ୍ବାସ କରିପାରୁ ନାହାନ୍ତି । ସେପଟେ ମଙ୍ଗଳବାର ଫୋରେନଶିକ ଟିମ ଦିପାଳିଙ୍କ ଘରେ ପହଁଚି ଆରମ୍ଭ କରିଛି ତଦନ୍ତ ।

wp:gallery {"linkTo":"none"} /wp:gallery

ସଂଧ୍ୟା ପାଞ୍ଚଟାରୁ ରାତି ବାରଟା । ସେହି ବାରଘଣ୍ଟାର ସମୟ । ଶନିବାର ସଧ୍ୟା ପାଞ୍ଚଟାରେ ଦିପାଳିଙ୍କ ଭଉଣୀ ନିଜ ବାନ୍ଧବିଙ୍କ ସହିତ ମାର୍କେଟ ଚାଲିଯାଇଥିଲେ । ଆଉ ଘରେ ରହିଯାଇଥିଲେ ଦିପାଳି ଆଉ ତାଙ୍କ ପ୍ରେମିକ ବିକ୍ରମ । ହେଲେ ଦିପାଳିଙ୍କ ଆତ୍ନହତ୍ୟା ପରେ ବିକ୍ରମ ଗଲେ କୁଆଡେ । କାହିଁକି ବିକ୍ରମଙ୍କର ମୋବାଇଲ ଫୋନ ଆଜି ଯାଏଁ ସୁଇଚଅଫ ରହିଛି । ଶନିବାର ରାତିରେ ବିକ୍ରମ ଙ୍କ ସହିତ ଏମିତି କଣ ଘଟିଲା ଯାହା ଫଳରେ ଦିପାଳି ଆତ୍ନହତ୍ୟା କରିବାକୁ ପଛେଇଲେ ନାହିଁ ଏ ସବୁର ରହସ୍ୟ ଖୋଲିବ ଯେତେବେଳେ ପୋଲିସ ହାତରେ ଧରାପଡିବ ବିକ୍ରମ ।

କାରଣ ସେଦିନ କେବଳ ବିକ୍ରମ ହିଁ ଦିପାଳିଙ୍କ ପାଖରେ ରହିଥିଲା । ଆଉ ରାତିରେ ରୋଷେଇ କରି ଦୁଇଜଣ ଭଲରେ ଖିଆପିଆ କରିଥିଲେ । ଦୁଇଜଣ ଲୁଡୁ ପାଲି ମଧ୍ୟ ଖେଳିଥିଲେ । । କାରଣ ଯେତେବେଳେ ରାତି ନଟାରେ ସାନ ଭଉଣୀ ଦିପାଳି ପାଖକୁ ଫୋନ କରିଥିଲେ ସେତେବେଳେ ଦିପାଳି କୌଣସି ଭାବେ ଭାରାକ୍ରାନ୍ତ ନଥିଲେ ।

wp:gallery {"linkTo":"none"} /wp:gallery

ଏପରିକି ନିଜର ବାହାଘର ପାଇଁ ଏକ ଖାତାରେ କଣ କଣ ଭୋଜି କରିବେ ତାହା ର ତାଲିକା ପ୍ରସ୍ତୁତ କରିଥିଲେ । ଆତ୍ମହତ୍ୟା କରିବା ପୁର୍ବରୁ ଦିପାଳି ପିନ୍ଧିଥିବା ଚୁଡିର ଭଙ୍ଗା ଅଂଶ ଘର ବାହାରେ ପଡିଥିବା ଘରଲୋକେ ଦେଖିବାକୁ ପାଇଥିଲେ ।

wp:gallery {"linkTo":"none"} /wp:gallery

ଅନ୍ୟପଟେ ଦିପାଳି ମ଼ତ୍ୟୁ ମାମଲାରେ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଁଚି ଆରମ୍ଭ କରିଛି ତଦନ୍ତ । ରୁମର ଭିତର ବାହାର ସବୁ ସ୍ଥାନକୁ ଟିକିନିଖି ପରୀକ୍ଷା କରିଛି । ସେପଟେ ବିକ୍ରମକୁ ଠାବ କରିବା ପାଇଁ କମିସନରେଟ ପୋଲିସର ଏକ ସ୍ବତନ୍ତ୍ର ଟିମ ବିଭିନ୍ନ ଅଞ୍ଚରେ ଛାନଭିନ କରିଛି । ବିକ୍ରମ ଧରା ପଡିଲେ ଅନେକ ତଥ୍ୟ ସାମ୍ନାକୁ ଆସିବ ବୋଲି କହିଛନ୍ତି ଡିସିପି

wp:gallery {"linkTo":"none"} /wp:gallery

ଦିପାଳି ଜଣେ ମେଧାବି ଓ ପରିବାରର ଭଲ ଝିଅ ଥିଲେ । ବାହାଘର ପାଇଁ ସେ ଅନେକ ସ୍ବପ୍ନ ଦେଖିଥିଲେ । ହେଲେ ଏମିତି କଣ ଘଟିଲା ଯାହାକୁ ନେଇ ସେ ଆତ୍ନହତ୍ୟା କଲେ । ଯାହାର ଖୁଲାସା କରିବାକୁ ଚେଷ୍ଟା ଜାରି ରଖିଛି କମିସନରେଟ ପୋଲିସ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.